ଓଡିଶା

odisha

By

Published : Jun 26, 2023, 9:03 PM IST

ETV Bharat / bharat

Muslims in India Remark: ରାଜନାଥଙ୍କ ଜବାବ, 'ଓବାମା ଭୁଲିବା ଉଚିତ ନୁହେଁ ଯେ...'

ଭାରତରେ ମୁସଲିମ ଧର୍ମାବଲମ୍ବୀଙ୍କ ସୁରକ୍ଷା ନେଇ ବାରାକ ଓବାମାଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ

Muslims in India Remark
Muslims in India Remark

ନୂଆଦିଲ୍ଲୀ:ଭାରତରେ ମୁସଲିମ ଧର୍ମାବଲମ୍ବୀଙ୍କ ସୁରକ୍ଷା ନେଇ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କଡ଼ା ଜବାବ । ଏ ନେଇ ରାଜନାଥ କହିଛନ୍ତି ଯେ ବାରାକ ଓବାମା ଭୁଲନ୍ତୁ ନାହିଁ ଯେ ସାରା ବିଶ୍ବରେ ଭାରତ ହେଉଛି ଏପରି ଏକ ଦେଶ ଯିଏକି ବିଶ୍ବବାସୀଙ୍କୁ ନିଜ ପରିବାରର ସଦସ୍ୟ ମାନିଥାଏ । ଭାରତୀୟ ମୁସଲିମଙ୍କୁ ନେଇ ଟିପ୍ପଣୀ ଦେବା ପୂର୍ବରୁ ଓବାମା ପ୍ରଥମେ ଏହା ଚିନ୍ତା କରନ୍ତୁ ଯେ ସେ କେତେ ଇସଲାମିକ ଦେଶ ଉପରେ ଆକ୍ରମଣ କରିଛନ୍ତି ।

ରାଜନାଥ ସିଂ ଜମ୍ମୁକାଶ୍ମୀରର ଏକ କାର୍ଯ୍ୟକ୍ରମରେ କହିଛନ୍ତି, "ଏବେ ଇସଲାମିକ ଦେଶ ମଧ୍ୟ ମାନିଛନ୍ତି ଯେ ଆତଙ୍କବାଦ ଅସ୍ବୀକାର୍ଯ୍ୟ । ଭାରତ ଓ ଆମେରିକା ମିଳିତ ବିବୃତ୍ତିରେ ସ୍ପଷ୍ଟ ରୂପରେ କହିଥିଲେ ଯେ ଆତଙ୍କବାଦ ବିରୋଧରେ ରାଷ୍ଟ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁଥିରେ ଲସ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ ଓ ହିଜବୁଲ ମୁଜିହିଦ୍ଦିନ ଭଳି ଆତଙ୍କବାଦୀ ସଂଗଠନ ଅନ୍ତର୍ଭୁକ୍ତ । ପାକିସ୍ତାନକୁ ନିଜ ଅଞ୍ଚଳରେ ଘଟୁଥିବା ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ଉଚିତ । ପାକିସ୍ତାନ ମାଟିକୁ ଆତଙ୍କବାଦ ଲାଗି ବ୍ୟବହାର କରିବାକୁ ଦେବା ଉଚିତ ନୁହେଁ । ଏହାସହ ୨୬/୧୧ ମୁମ୍ବାଇ ଆକ୍ରମଣ ଓ ପଠାନକୋଟ ହମଲାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।" ଏହାସହିତ ସେ ବାରାକ ଓବାମାଙ୍କ ମନ୍ତବ୍ୟକୁ ନେଇ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

କଣ କହିଥିଲେ ଓବାମା ?:- ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଗତ ଗୁରୁବାର (ଜୁନ ୨୨)ରେ ଏକ ନ୍ୟୁଜ ଚ୍ୟାନେଲରେ କହିଥିଲେ, " ଯଦି ଭାରତ ସଂଖ୍ୟାଲଘୁଙ୍କ ଅଧିକାରକୁ ସୁରକ୍ଷା ଦେବ ନାହିଁ, ତେବେ ଦେଶ ଖଣ୍ଡ ବିଖଣ୍ଡିତ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗରେ ଏହି ପ୍ରସଙ୍ଗ ଉଠାଇବା ଉଚିତ । " ଓବାମା ଯେତେବେଳେ ଏହି ମନ୍ତବ୍ୟ ଦେଇଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଥିଲେ । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକାକୁ ପ୍ରଥମ ରାଜକୀୟ ଯାତ୍ରା ଥିଲା ।

ଏହା ବି ପଢନ୍ତୁ- ଓବାମାଙ୍କୁ ଟାର୍ଗେଟ କଲେ ସୀତାରମଣ: ‘ତାଙ୍କ କାର୍ଯ୍ୟକାଳରେ 6 ଇସଲାମିକ ଦେଶକୁ ଆକ୍ରମଣ କରିଛି ଆମେରିକା’

କେନ୍ଦ୍ରମନ୍ତ୍ରୀ ତଥା ଅନ୍ୟ ବିଜେପିର ଶୀର୍ଷ ନେତୃତ୍ବ ଓବାମାଙ୍କ ଏହି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖିଥିଲେ । ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳୀ ସୀତାରମଣ ଓବାମାଙ୍କୁ କଡ଼ା ଜବାବ ଦେଇଥିଲେ । ସେ କହିଥିଲେ, " ଓବାମାଙ୍କ ଏହି ମନ୍ତବ୍ୟ ଆଶ୍ଚର୍ଯ୍ୟଜନକ । ଯେତେବେଳେ ସେ ଶାସନ କ୍ଷମତାରେ ଥିଲେ ସେତେବେଳେ ଆମେରିକା ୬ଟି ମୁସଲିମ ବହୁଳ ଦେଶ ଉପରେ ଆକ୍ରମଣ କରିଥିଲା । ସେ (ଆମେରିକା) ସିରିଆ, ୟେମେନ, ସାଉଦି, ଇରାକ ଓ ଅନ୍ୟ ଇସଲାମିକ ରାଷ୍ଟ୍ର ଉପରେ ଆକ୍ରମଣ କରିଥିଲେ ।" ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୧୩ଟି ଦେଶରେ ସମ୍ମାନିତ କରାଯାଇଛି, ଯେଉଁଥିରେ ୬ଟି ମୁସଲିମ ବହୁଳ ଦେଶ ମଧ୍ୟ ସାମିଲ ରହିଛି ।

ABOUT THE AUTHOR

...view details