ଓଡିଶା

odisha

ETV Bharat / bharat

ନିଖିଲ ଉପରେ ନୁସରତଙ୍କ ବଡ ଅଭିଯୋଗ, ନ ଜଣାଇ ବ୍ୟାଙ୍କରୁ ଟଙ୍କା କାଢନ୍ତି ସ୍ବାମୀ

ନୁସରତ ଜାହାଁ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିବା ପରେ ନିଜ ସ୍ବାମୀ ନିଖିଲ ଜୈନଙ୍କ ସହ ସମ୍ପର୍କକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଦେଇଛନ୍ତି କଡା ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ସ୍ବାମୀ ନିଖଲ ଉପରେ ନୁସରତଙ୍କ ବଡ ଅଭିଯୋଗ, ବ୍ୟାଙ୍କରୁ କାଢନ୍ତି ଟଙ୍କା
ସ୍ବାମୀ ନିଖଲ ଉପରେ ନୁସରତଙ୍କ ବଡ ଅଭିଯୋଗ, ବ୍ୟାଙ୍କରୁ କାଢନ୍ତି ଟଙ୍କା

By

Published : Jun 9, 2021, 7:21 PM IST

କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିବା ପରେ ନିଜ ସ୍ବାମୀ ନିଖିଲ ଜୈନଙ୍କ ସହ ସମ୍ପର୍କକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଦେଇଛନ୍ତି କଡା ପ୍ରତିକ୍ରିୟା ।

ସ୍ବାମୀ ନିଖଲ ଉପରେ ନୁସରତଙ୍କ ବଡ ଅଭିଯୋଗ, ବ୍ୟାଙ୍କରୁ କାଢନ୍ତି ଟଙ୍କା

ନୁସରତ ଏକ ବୟାନ ଜାରି କରି କହିଛନ୍ତି, ନିଖିଲଙ୍କ ସହ ନିଜ ବିବାହ ଓ ବିବାହ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ କରାଯାଇଥିବା ଜାଲିଆତି ନେଇ କରିଛନ୍ତି ଖୁଲାସା । ନୁସର କହିଛନ୍ତି, ନିଖିଲ ମୋତେ ନ ଜଣାଇ ମୋ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କାଢିଛନ୍ତି ।

ସ୍ବାମୀ ନିଖଲ ଉପରେ ନୁସରତଙ୍କ ବଡ ଅଭିଯୋଗ, ବ୍ୟାଙ୍କରୁ କାଢନ୍ତି ଟଙ୍କା

ନୁସରତ ନିଜ ବୟାନରେ ଲେଖିଛନ୍ତି, ଯେଉଁ ବ୍ୟକ୍ତି ନିଜକୁ ଧନୀ ବୋଲି ଜଣାଇ ମୁଁ ତାଙ୍କ ୟୁଜ୍‌ କରିଥିବା କହୁଛନ୍ତି, ସେ ରାତିରେ କୌଣସି ବି ସମୟରେ ଅବୈଧ ଭାବରେ ମୋ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କାଢିଛନ୍ତି । ଅଲଗା ହେବା ପରେ ମଧ୍ୟ ଏହା ଜାରି ରହିଛି ।

ସ୍ବାମୀ ନିଖଲ ଉପରେ ନୁସରତଙ୍କ ବଡ ଅଭିଯୋଗ, ବ୍ୟାଙ୍କରୁ କାଢନ୍ତି ଟଙ୍କା

ନୁସରତ କହିଛନ୍ତି, ମୁଁ ଉଚିତ ବ୍ୟାଙ୍କିଙ୍ଗ୍‌ ଅଥରିଟିକୁ ଏ ବାବଦରେ ପୂର୍ବରୁ ସୂଚନା ଦେଇଥିଲି । ଆଉ ଖୁବ ଶୀଘ୍ର ଥାନାରେ ଏନେଇ ଏତଲା ଦାଏର କରିବେ ବୋଲି କହିଛନ୍ତି ନୁସରତ ।

ସ୍ବାମୀ ନିଖଲ ଉପରେ ନୁସରତଙ୍କ ବଡ ଅଭିଯୋଗ, ବ୍ୟାଙ୍କରୁ କାଢନ୍ତି ଟଙ୍କା

ଅଭିନେତ୍ରୀ କହିଛନ୍ତି, ସ୍ବାମୀଙ୍କ ଅନୁରୋଧ କ୍ରମେ ମୋର ଆଉ ମୋ ପରିବାରର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ତାଙ୍କୁ ଦିଆଯାଇଥିଲା । ଏହା ପରେ ବ୍ୟାଙ୍କକୁ ଆକାଉଣ୍ଟ ବାବଦରେ ଦିଆଯାଇଥିବା ନିର୍ଦ୍ଦେଶ ନା ମୋତେ ନା ମୋ ପରିବାର, କାହାକୁ ବି ସୂଚୀତ କରାଯାଇନାହିଁ । ହେଲେ ନିଖିଲ ମୋ ଅନୁମତି ବିନା ମୋ ଭିନ୍ନଭିନ୍ନ ଆକାଉଣ୍ଟର ଫଣ୍ଡ୍‌ସର ଭୁଲ ବ୍ୟବହାର କରିଛନ୍ତି ।

ସ୍ବାମୀ ନିଖଲ ଉପରେ ନୁସରତଙ୍କ ବଡ ଅଭିଯୋଗ, ବ୍ୟାଙ୍କରୁ କାଢନ୍ତି ଟଙ୍କା

ଏବେ ବି ଏହାକୁ ନେଇ ବ୍ୟାଙ୍କ ସହ ଲଢୁଥିବା କହିଛନ୍ତି ନୁସରତ । ଆଉ ଆବଶ୍ୟକ ପଡିଲେ ପ୍ରମାଣ ମଧ୍ୟ ଦେବେ ବୋଲି କହିଛନ୍ତି ସାଂସଦ ନୁସରତ ଜାହାଁ ।

ସ୍ବାମୀ ନିଖଲ ଉପରେ ନୁସରତଙ୍କ ବଡ ଅଭିଯୋଗ, ବ୍ୟାଙ୍କରୁ କାଢନ୍ତି ଟଙ୍କା

ନୁସରତ ଅଭିଯୋଗ କରିଛନ୍ତି, ଯାହା କିଛି ଥିଲା ମୋ ଶାଢୀ, ଡ୍ରେସ, ବ୍ୟାଗ, ଟଙ୍କା, ସମ୍ପତ୍ତି ସବୁ କିଛି ତାଙ୍କ ପାଖରେ ରହିଛି । ମୋତେ ଏହା କହି କଷ୍ଟ ହେଉଛି ଯେ ମୋ ପୈତୃକ ଗହଣା, ଯାହା ପରିବାର ପରିଜନ, ସମ୍ପର୍କୀୟ, ବନ୍ଧୁ ଦେଇଥିଲେ ଆଉ ଏହାସହ ମୋ କଷ୍ଟ ଅର୍ଜିତ ସମସ୍ତ ସମ୍ପତ୍ତି ଏବେ ତାଙ୍କ ପାଖରେ ଥିବା କହିଛନ୍ତି ନୁସରତ ।

ସ୍ବାମୀ ନିଖଲ ଉପରେ ନୁସରତଙ୍କ ବଡ ଅଭିଯୋଗ, ବ୍ୟାଙ୍କରୁ କାଢନ୍ତି ଟଙ୍କା

ନୁସରତ କହିଛନ୍ତି, ଧନୀ ହେବା କୌଣସି ମଣିଷକୁ ପୀଡିତ କରିବା କିମ୍ବା କୌଣସି ମହିଳାଙ୍କୁ ଏକୁଟିଆ ଛାଡିବାର ଅଧିକାର ଦିଏନାହିଁ । କଠିନ ପରିଶ୍ରମ ପରେ ମୁଁ ନିଜ ପରିଚୟ ହାସଲ କରିଛି । ଏଥିପାଇଁ ମୁଁ ମୋ ପରିଚୟ ଆଧାରରେ ମୋ ସହ ଜଡିତ କୌଣସି ବ୍ୟକ୍ତିକୁ ନିଜ ଅଂଶର ଲାଇମଲାଇଟ, ଟାଇଟଲ କିମ୍ବା ଫୋଲଅର୍ସ ସେୟାର କରିବାର ଅଧିକାର ଦେବିନାହିଁ ।

ସ୍ବାମୀ ନିଖଲ ଉପରେ ନୁସରତଙ୍କ ବଡ ଅଭିଯୋଗ, ବ୍ୟାଙ୍କରୁ କାଢନ୍ତି ଟଙ୍କା

ମୁଁ କେବେ ବି ନିଜ ଜୀବନ ସହ ଜଡିତ ବ୍ୟକ୍ତି ବିଷୟରେ କହିବି ନାହିଁ । ଏଥିପାଇଁ ଯିଏ ନିଜକୁ ସାଧାରଣ ମଣିଷ କହୁଛନ୍ତି, ସେମାନେ ଏସବୁରୁ ନିଜ ମନୋରଞ୍ଜନ କରିବା ଉଚିତ ବୋଲି କହିଛନ୍ତି ନୁସରତ ।

ABOUT THE AUTHOR

...view details