ଓଡିଶା

odisha

ETV Bharat / bharat

ଏମ୍ସରେ ନର୍ସିଂ କର୍ମଚାରୀଙ୍କ ଧର୍ମଘଟ, ଚିକିତ୍ସା ବ୍ୟବସ୍ଥା ବାଧାପ୍ରାପ୍ତ - All India Institute of Medical Sciences

ସର୍ବବୃହତ ଡାକ୍ତରଖାନା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଛଅ ଦିନ ହେବ ନର୍ସିଂ କର୍ମଚାରୀଙ୍କ ଧର୍ମଘଟ । ଅଧିକ ପଢନ୍ତୁ...

ଏମ୍ସରେ ନର୍ସିଂ କର୍ମଚାରୀଙ୍କ ଧର୍ମଘଟ
ଏମ୍ସରେ ନର୍ସିଂ କର୍ମଚାରୀଙ୍କ ଧର୍ମଘଟ

By

Published : Dec 15, 2020, 10:50 AM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା କାୟା ବିସ୍ତାର କରିଥିବାବେଳେ ଏମ୍ସର ନର୍ସିଂ କର୍ମଚାରୀଙ୍କ ଧର୍ମଘଟ ଷଷ୍ଠ ଦିନରେ ପହଞ୍ଚିଛି । ଫଳରେ ଡାକ୍ତରଖାନାରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।

ଏମ୍ସରେ ଷଷ୍ଠ ଦିନରେ ନର୍ସିଂ କର୍ମଚାରୀଙ୍କ ଧର୍ମଘଟ

ଦେଶର ସର୍ବବୃହତ ଡାକ୍ତରଖାନା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ରେ ଛଅ ଦିନ ଧରି ଧର୍ମଘଟରେ ବସିଛନ୍ତି ନର୍ସିଂ କର୍ମଚାରୀ । ଷଷ୍ଠ କେନ୍ଦ୍ରୀୟ ବେତନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା ଏବଂ ଚୁକ୍ତିନାମା ଅନୁଯାୟୀ ନିଯୁକ୍ତି ସମାପ୍ତ କରିବାକୁ ଦାବି କରିଛନ୍ତି ଧାରଣାକାରୀ । ଦାବି ପୂରଣ ପାଇଁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ପାଞ୍ଚ ହଜାର ନର୍ସିଂ କର୍ମଚାରୀମାନେ ଧାରଣା ଦେଇଛନ୍ତି । ସେମାନଙ୍କ ଧାରଣା ଷଷ୍ଠ ଦିନରେ ପହଞ୍ଚିଛି । ଫଳରେ ଡାକ୍ତରଖାନାରେ ଚିକିତ୍ସା ବାଧାପ୍ରାପ୍ତ ହୋଇଛି ।

ସୋମବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ବୁଲନ୍ଦଶାହରୁ ଆସିଥିବା ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଛାଡି ନଥିଲେ । ଫଳରେ ସେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି । ନର୍ସିଂ କର୍ମଚାରୀଙ୍କର ଏହି ଧାରଣାରେ ଏମ୍ସର ଚିକିତ୍ସା ବ୍ୟବସ୍ଥା ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି । ମହାମାରୀ ସମୟରେ ଏହି ଧର୍ମଘଟକୁ ଦୁର୍ଭାଗ୍ୟଜନକ ବୋଲି କହି ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟକୁ ଫେରିବା ପାଇଁ ଭିଡିଓ ଜରିଆରେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details