ଓଡିଶା

odisha

By

Published : Sep 14, 2022, 7:05 AM IST

ETV Bharat / bharat

ସ୍କୁଲ ବସ୍‌ରେ ନର୍ସରୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଡ୍ରାଇଭର ଗିରଫ

ସ୍କୁଲ ବସ୍‌ରେ ନର୍ସରୀ ଛାତ୍ରୀଙ୍କୁ ଦୁଷ୍କର୍ମ । ଦୁଷ୍କର୍ମକାରୀ ବସ୍ ଡ୍ରାଇଭର ଗିରଫ । ଅଧିକ ପଢନ୍ତୁ

ସ୍କୁଲ ବସ୍‌ରେ ନର୍ସରୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଡ୍ରାଇଭର ଗିରଫ
ସ୍କୁଲ ବସ୍‌ରେ ନର୍ସରୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଡ୍ରାଇଭର ଗିରଫ

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀରୁ ଛାତି ଥରାଇବା ଭଳି ପାଶବିକତା ସାମ୍ନାକୁ ଆସିଛି । ଏଠାରେ ସ୍କୁଲ ବସ୍‌ରେ ଜଣେ ସାଢେ ୩ ବର୍ଷୀୟା ନର୍ସରୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି(Nursery kid raped inside school bus) । ବସ୍ ଡ୍ରାଇଭର ଶିଶୁ ସହ ଦୁଷ୍କର୍ମ କରିଛି । ବସ୍‌ରେ ଜଣେ ମହିଳା ହେଲ୍ପର(woman helper)ଙ୍କ ଉପସ୍ଥିତିରେ ଜହ୍ଲାଦ ଡ୍ରାଇଭର ଏହି କାଣ୍ଡ ଭିଆଇଛି । ପୋଲିସ ଉଭୟ ସ୍କୁଲ ବସ୍ ଡ୍ରାଇଭର ଏବଂ ମହିଳା ହେଲ୍ପରଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ବସ୍ ଡ୍ରାଇଭର ଜଣକ ସ୍କୁଲରୁ ଘରକୁ ଫେରିବା ସମୟରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିଲା । ପିଲାଟିର ଗୁପ୍ତାଙ୍ଗରେ ଯନ୍ତ୍ରଣା ହେବାରୁ ସେ ନିଜର ମାଆଙ୍କୁ ଜଣାଇଥିଲେ । ମାଆ ମଧ୍ୟ ଝିଅ ଦେହରେ ଦାଗ ଦେଖି ପଚାରିବାରୁ ପୀଡିତା ବସ୍‌ରେ ଘଟିଥିବା ସମସ୍ତ ଘଟଣା କହିଥିଲେ । ଏହାପରେ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । ହେଲେ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଦେଇଥିଲେ । ଅନ୍ୟପଟେ ବସ୍‌ରେ ଥିବା ମହିଳା ହେଲ୍ପରଙ୍କ ଉପସ୍ଥିତିରେ ଏସବୁ ଘଟିଥିବା ବେଳେ ସେ ମଧ୍ୟ ଏହାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ ।

ଏହାମଧ୍ୟ ପଢନ୍ତୁ: No humanity: ଆତ୍ମହତ୍ୟା କଲେ ଯୁବକ, ଭିଡିଓ କଲେ ଲୋକେ

ସ୍କୁଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ପରିବାର ଲୋକେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଏହାପରେ ପୋଲିସ ପୋକ୍ସୋ(Pocso) ଆକ୍ଟରେ ବସ୍ ଡ୍ରାଇଭରକୁ ଗିରଫ କରିବା ସହ ଦୁଷ୍କର୍ମ ମାମଲା ରୁଜୁ କରିଛି । ପୋଲିସ ଏହି ଦୁଷ୍କର୍ମ ଘଟଣା ଚାପିବାକୁ ଚେଷ୍ଟା କରୁଥିବା ମହିଳା ହେଲ୍ପରଙ୍କୁ ମଧ୍ୟ ଗିରଫ କରିଛି । ସେପଟେ ଘଟଣା ପଦାକୁ ଆସିବା ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର(Madhya Pradesh Home Minister Narottam Mishra ) ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହିତ ଘଟଣାକୁ ଚାପିବାକୁ ଚେଷ୍ଟା କରିବା ଏକ ଅପରାଧ ହୋଇଥିବାରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ପଚରାଉଚରା କରାଯିବ ଏବଂ ସେମାନେ ଦୋଷୀ ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ABOUT THE AUTHOR

...view details