ଓଡିଶା

odisha

ETV Bharat / bharat

Bihar: ପାଟନାରେ ହସ୍ପିଟାଲ ନିକଟରେ ନର୍ସଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

ପାଟନାରେ ହସ୍ପିଟାଲ ନିକଟରେ ନର୍ସଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା । କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ । ଅଧିକ ପଢନ୍ତୁ

Bihar: ପାଟନାରେ ନର୍ସଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
Bihar: ପାଟନାରେ ନର୍ସଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

By

Published : Aug 12, 2023, 7:38 PM IST

ପାଟନା: ବିହାରର ରାଜଧାନୀ ପାଟନାରେ ହସ୍ପିଟାଲ ନିକଟରେ ଜଣେ ନର୍ସଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସ୍ପଷ୍ଟ ଦିବାଲୋକରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ମୃତ ନର୍ସଜଣଙ୍କ ମେଦାନ୍ତ ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ତେବେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନି । ହସ୍ପିଟାଲରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିରେ ଜଣେ କିମ୍ବା ଏକାଧିକ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ରହିଛି ସେ ନେଇ ମଧ୍ୟ କୌଣସି ସୂଚନା ସ୍ପଷ୍ଟ ହୋଇପାରିନି ।

ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଆଜି (ଶନିବାର) ଅପରାହ୍ନରେ ମେଦାନ୍ତ ହସ୍ପିଟାଲ ପଛପଟ ରାସ୍ତାରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାର ଶିକାର ହୋଇଥିବା ମହିଳା ବୃତ୍ତିଗତ ଭାବେ ଜଣେ ନର୍ସ ଓ ସେ ପାଟନାର ମେଦାନ୍ତ ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ମୃତକଙ୍କ ନାମ ସୋନି କୁମାରୀ ଓ ସେ ପାଟନାର ପୁର୍ଣ୍ଣିଆର ବାସିନ୍ଦା । ଦୁର୍ବୃତ୍ତ ନିର୍ସଙ୍କୁ ଅନୁସରଣ କରିବା ସହ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ତାଙ୍କ ଶରୀରର ଏକାଧିକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ପ୍ରବଳ ରକ୍ତସ୍ରାବ ହେଉଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ହସ୍ପିଟାଲରେ ଭର୍ତ୍ତି ହେବାର କିଛି ସମୟ ମଧ୍ଯରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ :-ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରିବା ପାଇଁ ପୋଲିସ ପ୍ରୟାସ କରୁଛି । ମହିଳା କାର୍ଯ୍ୟ କରୁଥିବା ହସ୍ପିଟାଲର ସହକର୍ମୀଙ୍କଠାରୁ ମଧ୍ୟ ସୂଚନା ସଂଗ୍ରହ କରୁଛି ପୋଲିସ । ନର୍ସଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରି ତାଙ୍କର ପୂର୍ବ ସମ୍ପର୍କ କିମ୍ବା କାହା ସହ ଶତ୍ରୁତା ସମ୍ପର୍କରେ ପୋଲିସ ତଥ୍ୟ ସଂଗ୍ରହ ମଧ୍ୟ କରିବ । ଏବେ ସୁଦ୍ଧା ହତ୍ୟାର କୌଣସି ନିର୍ଦ୍ଦିଷ୍ଟ କାରଣ ପୋଲିସ ସ୍ପଷ୍ଟ କରିନଥିବା ବେଳେ ତଦନ୍ତ ପରେ ସ୍ପଷ୍ଟ ହେବା ନେଇ ସୂଚନା ଦେଇଛି । ସ୍ପଷ୍ଟ ଦିବାଲୋକରେ ଏପରି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details