ଓଡିଶା

odisha

ETV Bharat / bharat

ଦୁଧବା ରିଜର୍ଭରେ ବଢିଲା ବାଘଙ୍କ ସଂଖ୍ୟା, କ୍ୟାମରାରେ କଏଦ ୫ ଛୁଆ - କିଶନପୁର ଅଭୟାରଣ୍ୟ

ଉତ୍ତରପ୍ରଦେଶ ଦୁଧବା ରିଜର୍ଭର କିଶନପୁର ଅଭୟାରଣ୍ୟରେ ବଢିଲା ବାଘଙ୍କ ସଂଖ୍ୟା । କ୍ୟାମେରାରେ କଏଦ ହେଲେ ୫ ବାଘ ଛୁଆ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 6, 2023, 9:51 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦୁଧବା ବାଘ ଅଭୟାରଣ୍ୟରେ ବଢିଲା ବାଘଙ୍କ ସଂଖ୍ୟା । ଗୁରୁବାର କିଶନପୁର ଅଭୟାରଣ୍ୟରେ ଏକ ବାଘୁଣୀ ସହିତ ୫ ବାଘ ଛୁଆଙ୍କୁ ଠାବ କରାଯାଇଛି । ଏହି ବାଘ ଛୁଆଙ୍କ ଫଟୋ ସାମ୍ନାକୁ ଆସିବା ପରେ ପଶୁପ୍ରେମୀ ଓ ବନ ବିଭାଗ ଆନନ୍ଦିତ ହୋଇଉଠିଛନ୍ତି । କ୍ୟାମେରାରେ ବାଘୁଣୀ ସହିତ ଛୁଆଙ୍କୁ ଦେଖିବା ପରେ ଦୁଧବା ଟାଇଗର ରିଜର୍ଭର କିଶନପୁର ଅଭୟାରଣ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଏହାସହ ବାଘଛୁଆଙ୍କ ଗତିପଥ ଉପରେ କଡ଼ା ନଜର ରଖାଯାଉଛି ।

ବାଘଛୁଆ ବୁଲୁଥିବା ଅଞ୍ଚଳଠାରୁ ପର୍ଯ୍ୟଟକଙ୍କ ପ୍ରବେଶକୁ ଅନୁମତି ଦିଆଯାଇନାହିଁ । ବାଘଛୁଆଙ୍କୁ ଦେଖିବା ପରେ ଏହି ଅଞ୍ଚଳର ପାଣିପାଗ ବାଘମାନଙ୍କୁ ଖାପଖୁଆଉଥିବା ସ୍ପଷ୍ଟ ହୋଇଛି । ବାଘୁଣୀ ସହିତ ବାଘ ଛୁଆ ବୁଲୁଥିବାର ଏକ ଭିଡିଓ ଦୁଧବା ଉପନିର୍ଦ୍ଦେଶକ ରଙ୍ଗା ରାଜୁ ସେୟାର କରିଛନ୍ତି । ଭିଡିଓରେ ୫ଟି ଛୁଆ ଭିନ୍ନ ଭିନ୍ନ ସ୍ଥାନରେ ରହିଛନ୍ତି । ଗୋଟିଏ ସ୍ଥାନରେ ୩ଟି ବାଘଛୁଆ ରହିଥିବା ବେଳେ ଅନ୍ୟ ସ୍ଥାନରେ ଆଉ ୨ଟି ଛୁଆଙ୍କୁ ଦେଖିବାକୁ ମିଳିଛି । କିଶନପୁରରେ ବାଘଙ୍କ ସଂଖ୍ୟା ବୃଦ୍ଧି ଏକ ଆନନ୍ଦଦାୟକ ଖବର । ଏହା ଆମ ପାଇଁ କୌଣସି ବଡ଼ ଖବରଠାରୁ କମ ନୁହେଁ ।

ଏହା ବି ପଢନ୍ତୁ-ଚେକିଂ ବେଳେ ଯାତ୍ରୀବାହୀ ବସରୁ ୭ କୋଟି ଟଙ୍କା ଜବତ, ଓଡ଼ିଆ ଯୁବକ ଗିରଫ

ବାଘଛୁଆଙ୍କ ସମ୍ପର୍କରେ ଖବର ପାଇବା ପରେ ନେଚର ଗାଇଡ୍ସ ସେମାନଙ୍କୁ ଟ୍ରାକ କରି ଭିଡିଓ ଓ ଫଟୋ ଉତ୍ତୋଳନ କରିଥିବା ରଙ୍ଗା ରାଜୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଅଭୟାରଣ୍ୟରେ ବାଘଛୁଆ ମିଳିବା ପରେ ଏହାର ଦାୟିତ୍ବ ମଧ୍ୟ ବୃଦ୍ଧି ପାଇଛି । ରିଜର୍ଭର ସମସ୍ତ କର୍ମଚାରୀ ଏହି ଛୁଆଙ୍କୁ ସୁରକ୍ଷିତ ରଖିବା ଲାଗି ପ୍ରୟାସ କରୁଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟକଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଥାଉ କି କିଛି ଦିନ ପୂର୍ବରୁ ଭାରତ-ନେପାଳ ସୀମାବର୍ତ୍ତୀ ଅଞ୍ଚଳର ସମ୍ପୂର୍ଣ୍ଣାନଗରରେ ୨ ବାଘ ଛୁଆଙ୍କୁ ଠାବ କରାଯାଇଥିଲା ।

ସେହି ୨ ଶାବକଙ୍କୁ ସୁରକ୍ଷା ସମ୍ପର୍କରେ ଦୁଧବା ଟାଇଗର ରିଜର୍ଭର ବଫର ଜୋନର ଅଧିକାରୀ କରୁଥିଲେ । କିଶନପୁର ଅଭୟାରଣ୍ୟରେ ଗତ ୩ ବର୍ଷ ପୂର୍ବରୁ ୩ଟି ବାଘଛୁଆଙ୍କୁ ଦେଖିବାକୁ ମିଳିଥିଲା । ମାତ୍ର ସେମାନେ ହଠାତ ନିଖୋଜ ହୋଇଯାଇଥିଲେ । ଏହାପରେ ବାଘଛୁଆଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଉକ୍ତ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବାଘଙ୍କ ଗତିବିଧି ସ୍ଥଳରେ କ୍ୟାମେରା ମଧ୍ୟ ଲଗାଯାଇଛି । ଯାହାଦ୍ବାରା ଏହି ବାଘଙ୍କ ଲୋକେସନ ସମ୍ପର୍କରେ ସୂଚନା ମିଳିପାରିବ ।

ABOUT THE AUTHOR

...view details