ଓଡିଶା

odisha

By

Published : Aug 3, 2021, 10:46 AM IST

ETV Bharat / bharat

#JeeneDO: ମହିଳାଙ୍କ ସମ୍ପର୍କରେ କିଏ ଦେଇଥିଲେ ବିବାଦୀୟ ମନ୍ତବ୍ୟ, ପଢନ୍ତୁ ରିପୋର୍ଟ

ପର୍ଯ୍ୟଟନସ୍ଥଳୀ ଗୋଆର ବେଳାଭୂମିରେ ଦୁଇ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ପରେ ପଡୁଛି ଉଠୁଛି ରାଜ୍ୟ ରାଜନୀତି । ଏବେ ବିରୋଧୀଙ୍କ ଟାର୍ଗେଟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ତେବେ ମହିଳାଙ୍କୁ ନେଇ କିଏ କେବେ କଣ କହିଥିଲେ । ଅଧିକ ପଢନ୍ତୁ...

#JeeneDO
#JeeneDO

ପାଣାଜୀ: ପର୍ଯ୍ୟଟନସ୍ଥଳୀ ଗୋଆର ବେଳାଭୂମିରେ ଦୁଇ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ପରେ ପଡୁଛି ଉଠୁଛି ରାଜ୍ୟ ରାଜନୀତି । ଏବେ ବିରୋଧୀଙ୍କ ଟାର୍ଗେଟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ମହିଳାଙ୍କ ସୁରକ୍ଷା ସହ ଜଡିତ ଏହି ଅତିସମ୍ବେଦନଶୀଳ ମାମଲାକୁ ନେଇ ସାୱନ୍ତ ସରକାରଙ୍କ ଉପରେ ଉଠୁଛି ପ୍ରଶ୍ନ ଚିହ୍ନ । କିନ୍ତୁ ମହିଳାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେବାରେ ସାୱନ୍ତ ପ୍ରଥମ ନୁହଁନ୍ତି... ଏହା ପୂର୍ବରୁ ମଧ୍ୟ ଅନେକ ଲୋକ ଦେଇଛନ୍ତି ଏଭଳି ବିବାଦୀୟ ମନ୍ତବ୍ୟ... ଆଉ କିଏ ଦେଇଛନ୍ତି ଏଭଳି ମନ୍ତବ୍ୟ ପଢନ୍ତୁ...

୧- ତୀରଥ ସିଂ ରାୱତ- ଏକ ଅପ୍ରତ୍ୟାଶିତ ଘଟଣା କ୍ରମେ କିଛି ମାସ ତଳେ ଦେବଭୂମି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିବା ବିଜେପି ସାଂସଦ ତୀରଥ ସିଂ ରାୱତ ଦାୟିତ୍ବ ନେଉ ନେଉ ଦେଇଥିଲେ ବିବାଦୀୟ ମନ୍ତବ୍ୟ । ତାହା ପୁଣି ମହିଳାଙ୍କୁ ନେଇ । ମହିଳାଙ୍କ ଜିନ୍ସ ପ୍ୟାଣ୍ଟ ପ୍ରସଙ୍ଗରେ କହି ବେଶ ବିବାଦରେ ଛନ୍ଦି ହୋଇ ପଡିଥିଲେ ତୀରଥ ।

୨- ମୀନା କୁମାରୀ-ଉତ୍ତର ପ୍ରଦେଶ ମହିଳା କମିଶନ ସଦସ୍ୟା ମୀନା କୁମାରୀ ମଧ୍ୟ ମହିଳାଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ । ଝିଅଙ୍କ ଉପରେ ହେଉଥିବା ଅତ୍ୟାଚାର ପାଇଁ ମୋବାଇଲ ଫୋନ କେତେକାଶଂରେ ଦାୟୀ । ଝିଅମାନେ ଘଣ୍ଟା ଘଣ୍ଟା ଧରି ପୁଅଙ୍କ ସହ କଥା ହୁଅନ୍ତି । ଯାହା ପରିବାରର ଅଜାଣତରେ ହୋଇଥାଏ । ଆଉ ଶେଷରେ କୌଣସି ଘଟଣା ଘଟିଲେ ପରିବାର ଜାଣନ୍ତି । ମୋବାଇଲ ଫୋନ ଝିଅ ମାନେ ଧରିବା ଉପରେ କଟକଣା ଲଗାଇବାକୁ ସେ କରିଥିଲେ ଦାବି ।

୩- ମୁଲାୟମ ସିଂ ଯାଦବ- ଏକ ବଳାତ୍କାର ଘଟଣା ପରେ ଆଇନରେ ପରିବର୍ତ୍ତନ ଦାବି କରି ସମାଜବାଦୀ ପାର୍ଟିର ପୂର୍ବତନ ରାଷ୍ଟ୍ରୀୟ ସଭାପତି ମୁଲାୟମ ସିଂ ଯାଦବ କହିଥିଲେ ପୁଅ ଝିଅ ସମାନ । କିନ୍ତୁ ଯଦି ଗୋଟିଏ ଝିଅ ମତେ ଦୁଷ୍କର୍ମ ହୋଇଛି ବୋଲି ମନ୍ତବ୍ୟ ଦିଏ, ସେତେବେଳେ ପୁଅକୁ ବିନା ଦୋଷରେ ଜେଲ ପଠାଇ ଦିଆଯାଏ । ଆଉ ଶେଷରେ ଫାଶୀ ବି ହୋଇଯାଏ । ଏହା ହେବା ଅନୁଚିତ ବୋଲି କହିଥିଲେ । ଯାହା ସେତେବେଳେ ବେଶ ବିବାଦୀୟ ହୋଇଥିଲା ।

୪- ଶରଦ ଯାଦବ- ତତ୍କାଳୀନ ଜେଡିୟୁ ନେତା ଶରଦ ଯାଦବ ମଧ୍ୟ ୧୯୯୭ ମସିହାରେ ସଂସଦ ପରିସରରେ ବିବାଦୀୟ ମନ୍ତବ୍ୟ ଦେଇ ମାଗିଥିଲେ କ୍ଷମା । ମହିଳା ସଂରକ୍ଷଣ ବିଲ ଆଲୋଚନାବେଳେ ମହିଳାଙ୍କୁ ସଂରକ୍ଷଣ ଦେଇ ମହିଳାଙ୍କୁ ଗୃହକୁ ଆଣିବାକୁ ଉଦ୍ୟମ ହେଉଥିବା କରିଥିଲେ ଅଭିଯୋଗ । ସେହିପରି ୨୦୧୭ରେ ଝିଅ ସମ୍ମାନ ଚାଲିଗଲେ ସ୍ଥାନୀୟ ଅଞ୍ଚଳର ସମ୍ମାନ ଚାଲିଯିବ, ଭୋଟ ବିକ୍ରି ହେଲେ ଦେଶ ବିକ୍ରି ହୋଇଯିବ କହି ଆସିଥିଲେ ବିବାଦକୁ ।

୫- କୈଳାଶ ବିଜୟବର୍ଗିୟ- ବରିଷ୍ଠ ବିଜେପି ନେତା କୈଳାଶ ବିଜୟବର୍ଗିୟ ମଧ୍ୟ ମହିଳାଙ୍କ ସୁନ୍ଦରତା ଓ ସୀମାକୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ । ମହିଳାମାନେ ସୁନ୍ଦର ଦିଶିବା ପାଇଁ ମେକଅପ ଲଗାଇବା ଭଲ । କିନ୍ତୁ ସୀମା ଭିତରେ ରହିବା ଆବଶ୍ୟକ । ଲକ୍ଷ୍ମଣ ରେଖା ଡେଇଁଲେ ରାବଣ ସମ୍ମୁଖରେ ପଡିବା ନିଶ୍ଚିତ ।

6- କିରଣ ବେଦୀ- କିରଣ ବେଦୀ ଭାରତର ପ୍ରଥମ ମହିଳା ଆଇପିଏସ ଭାବରେ ଜଣାଶୁଣା । ଦୁଷ୍କର୍ମକୁ ନେଇ ଛୋଟ କଥା କହି ବିବାଦରେ ଛନ୍ଦି ହୋଇଥିଲେ କିରଣ । ଚାକିରୀରେ ଥିବାବେଳେ ଟିମ ଆନ୍ନା ସଦସ୍ୟ ଥାଇ ସେ ଥରେ କହିଥିଲେ ଗଣମାଧ୍ୟମ ଦୁର୍ନୀତିର ଅଭିଯୋଗ ଉପରେ ଥରେ ହେଲେ ଆଲୋଚନା କରେ ନାହିଁ । ଦୁର୍ନୀତିର ପ୍ରମାଣ ଦିଆଯାଇ ଥିଲେ ମଧ୍ୟ ଗଣମାଧ୍ୟମ ଏମାନଙ୍କ ବିଷୟରେ ଆଲୋଚନା କରନ୍ତି ନାହିଁ ।

୭-ଆଶାରାମ ବାପୁ-ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । କିନ୍ତୁ ଥରେ ସେ ନିର୍ଭୟା ମାମଲାରେ କହିଥିଲେ ତାଳି ଗୋଟେ ହାତରେ ବାଜେ ନାହିଁ । ଯଦି ପୀଡିତା ଅପରାଧୀଙ୍କୁ ଭାଇ ବୋଲି କହିଥାନ୍ତେ ତେବେ ତାଙ୍କ ସମ୍ମାନ ଓ ଜୀବନ ବଞ୍ଚିଥାନ୍ତା ।

୮-ଅବୁ ଆଜମି-ସମାଜବାଦୀ ପାର୍ଟିର ଅବୁ ଆଜମି ବେଙ୍ଗାଲୁରୁ ଇ-ଟିଜିଙ୍ଗ ନେଇ କହିଥିଲେ ଯେଉଁଠାରେ ଚିନି ପଡେ ସେଠି ପିମ୍ପୁଡି ଲାଗେ । ଆଉ ଯେଉଁଠି ପେଟ୍ରୋଲ ସେଠି ନିଆଁ ଲାଗିବ । ଯଦି ମୋ ପରିବାରର ଝିଅମାନେ ରାତିରେ ପାର୍ଟିକୁ ଯିବେ ଏବଂ ସେମାନଙ୍କ ସ୍ବାମୀ, ପିତା କିମ୍ବା ଭାଇ ସେମାନଙ୍କ ସହ ନାହାଁନ୍ତି ତେବେ ସେମାନେ ଭୁଲ କରୁଛନ୍ତି ।

୯- ସିସି ପାଟିଲ- କର୍ଣ୍ଣାଟକର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ହେଲେ ସିସି ପାଟିଲ । ସିସି ପାଟିଲ ମଧ୍ୟ ମହିଳାଙ୍କ ପୋଷାକ ପରିଧାନ ଏପରି ଘଟଣାର ବୃଦ୍ଧିର କାରଣ ବୋଲି ପାଟିଲ କହିଥିଲେ । ଶରୀରକୁ କେତେ ଦେଖାଇବାକୁ ପଡିବ ଏବଂ କେତେ ଲୁଚାଇବାକୁ ତାହା ମହିଳା ଜାଣିବା ଉଚିତ ବୋଲି ମନ୍ତବ୍ୟ ଦେଇଥିଲେ ।

୧୦- ଦିନେଶ ରେଡ୍ଡୀ- ଆନ୍ଧ୍ରପ୍ରଦେଶର ଡିଜିପି ହେଲେ ଭି ଦୀନେଶ ରେଡ୍ଡି । ସେ ମଧ୍ୟ ଦୁଷ୍କର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ମହିଳାଙ୍କ ପୋଷାକ ପରିଧାନ ଶୈଳୀ ଏହି ଘଟଣା ବୃଦ୍ଧିର ମୁଖ୍ୟ କାରଣ ବୋଲି କହିଥିଲେ ।

୧୧- ଭିବା ରାଓ- ଛତିଶଗଡ ମହିଳା ଆୟୋଗର ଅଧ୍ୟକ୍ଷ ଭିବା ରାଓ କହିଥିଲେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପାଇଁ ମହିଳାମାନେ ହିଁ ଦାୟୀ।

12- ଅଭିଜିତ ମୁଖାର୍ଜୀ-ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା କଂଗ୍ରେସର ପୂର୍ବତନ ସାଂସଦ ଅଭିଜିତ ମୁଖାର୍ଜୀ ନିର୍ଭୟା ଗଣଦୁଷ୍କର୍ମ ବିରୋଧରେ ହୋଇଥିବା ବିକ୍ଷୋଭରେ ଭାଗନେଇଥିବା ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଅଭିଜିତ କହିଥିଲେ ଯେ "ହାତରେ ଦୀପ ଧରି ରାସ୍ତାରେ ଆସିବା ଏକ ଫ୍ୟାଶନ ହୋଇଯାଇଛି, ଏହି ମହିଳାମାନେ ପ୍ରଥମେ ଡିସ୍କୋକୁ ଯାଆନ୍ତି ଏବଂ ପରେ ଇଣ୍ଡିଆ ଗେଟ ସମ୍ମୁଖକୁ ଆସି ନ୍ୟାୟ ପାଇଁ ବିକ୍ଷୋଭ ପ୍ରଦର୍ଶନ କରନ୍ତି। ମହିଳାଙ୍କ ଉପରେ ଏଭଳି ମନ୍ତବ୍ୟ ଦେବାପରେ ଅଭିଜିତ ମୁଖାର୍ଜୀ କ୍ଷମା ମଧ୍ୟ ମାଗିଥିଲେ ।

ABOUT THE AUTHOR

...view details