ଚଣ୍ଡିଗଡ:ହରିୟାଣା ନୁହଁ ଜିଲ୍ଲାରେ ଚଢାଉ ବେଳେ ପୋଲିସ DSPଙ୍କୁ ବାଲି ମାଫିଆ ଡମ୍ଫର ଚଢାଇ ହତ୍ୟା କରିବା ଘଟଣାରେ କ୍ରମାଗତ ଜାରି ରହିଛି ଗିରଫଦାରୀ । ଗତ ଦୁଇ ଦିନରେ ଘଟଣାରେ ସମ୍ପୃକ୍ତ ଆଉ 3ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ହରିୟାଣା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ଏହି 3 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ସଂଖ୍ୟାକୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା 9କୁ ବୃଦ୍ଧି ପାଇଛି ।
ତେବେ ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡରେ 12 ଜଣଙ୍କ ସମ୍ପୃକ୍ତି ଥିବା ସୂଚନା ପୋଲିସ ପାଖରେ ରହିଛି । ଉକ୍ତ ସୂଚନା ଅନୁସାରେ ଅଭିଯୁକ୍ତଙ୍କ ଏକ ତାଲିକା ପ୍ରସ୍ତୁତ କରି ପୋଲିସର ସ୍ପେସାଲ ସ୍କ୍ବାର୍ଡ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଅବଶିଷ୍ଟ ଫେରାର ଅଭିଯୁକ୍ତଙ୍କୁ ମଧ୍ୟ ଖୁବ ଶୀଘ୍ର ଧରା ଯିବାନେଇ ପୋଲିସ କହିଛି ।