ଲକ୍ଷ୍ନୌ:ଗଣଦୁଷ୍କର୍ମ ପରେ ରାସ୍ତାରେ ନିବସ୍ତ୍ର ଦୌଡିଲେ ନାବାଳିକା । ଯାହାର ଦୃଶ୍ୟ ଆପଣଙ୍କୁ ବିଚଳିତ କରିଦେବ । ଉତ୍ତରପ୍ରଦେଶ ମୁରାଦାବାଦରେ ଏହି ଲଜ୍ଜାଜନକ ଘଟଣା ପ୍ରକାଶ ପାଇଛି । ଏଠାରେ ଜଣେ ଦୁଷ୍କର୍ମ ପୀଡିତାଙ୍କ ଛାତି ଥରାଇବା ପରି ନଗ୍ନ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଗଣଦୁଷ୍କର୍ମର ଶିକାର ହେବା ପରେ ୧୫ ବର୍ଷୀୟା ନାବାଳିକା ଜଣକ ନିବସ୍ତ୍ର ଭାବେ ରାସ୍ତାରେ ଯାଉଥିବାର ଦୃଶ୍ୟ ଭିଡିଓରେ ଦେଖାଯାଇଛି । ଗଣଦୁଷ୍କର୍ମର ୨୦ ଦିନ ପରେ ପୀଡିତାଙ୍କ ଏହି ଉଲଘ୍ନ ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ତେବେ ଗ୍ରାମ ପ୍ରଧାନ ତାଙ୍କୁ ଏପରି ଉଲଗ୍ନ ଅବସ୍ଥାରେ ଘରକୁ ଯିବାକୁ ବାଧ୍ୟ କରିଥିବାର ଅଭିଯୋଗ ହୋଇଛି(Minor Girl Gang Raped, Forced To Walk Back Home Naked) ।
ସୂଚନା ମୁତାବକ, ଗତ ସେପ୍ଟେମ୍ବର ୧ ତାରିଖରେ ଏହି ପାଶବିକତା ଘଟିଥିଲା । ମୁରାଦାବାଦ ଭୋଜପୁର ଥାନା ଅଞ୍ଚଳରେ ୧୫ ବର୍ଷୀୟା ନାବାଳିକା ମେଳା ଦେଖି ଘରକୁ ଫେରୁଥିଲେ । ଏହି ସମୟରେ ସମୟରେ ପାଖ ଗାଁର ୫ ଜଣ ଯୁବକ ନୀତିନ, କପିଲ, ଅଜୟ, ନୌଶେ ଅଲ୍ଲି ଓ ଇମରାନ ଜୋର ଜବରଦସ୍ତ ତାଙ୍କୁ ଉଠାଇ ନେଇ ଏକ ଜଙ୍ଗଲକୁ ଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ପୀଡିତାଙ୍କ ପାଟି ଶୁଣି ପାଖ ଚାଷଜମିରେ କାମ କରୁଥିବା ଲୋକ ସେଠାକୁ ଧାଇଁ ଆସିବାରୁ ଅଭିଯୁକ୍ତ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।