ଓଡିଶା

odisha

ETV Bharat / bharat

NEET-UG 2023: ଟପ-50 ତାଲିକାରେ ଓଡ଼ିଶାର ୨ଜଣ, ଅଷ୍ଟମ ରାଙ୍କରେ ସ୍ୱୟଂଶକ୍ତି ତ୍ରିପାଠୀ

ପ୍ରକାଶ ପାଇଲା NEET-UG ପରୀକ୍ଷା ଫଳାଫଳ । 99.99 ପ୍ରତିଶତ ସ୍କୋର ସହ ଟପରେ ଦୁଇଜଣ । 20 ଲକ୍ଷ ପରୀକ୍ଷାର୍ଥୀ ଦେଇଥିଲେ ପରୀକ୍ଷା । ଅଧିକ ପଢନ୍ତୁ

By

Published : Jun 13, 2023, 10:35 PM IST

Updated : Jun 13, 2023, 10:51 PM IST

NTA declares result NEET-UG 2023
NTA declares result NEET-UG 2023

ନୂଆଦିଲ୍ଲୀ:ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ବାରା ପରିଚାଳିତ ସର୍ବଭାରତୀୟ ମେଡିକାଲ ପାଠ୍ୟକ୍ରମ ପ୍ରବେଶିକା (NEET-UG) ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି । ତାମିଲନାଡୁର ପ୍ରଭଜନ.ଜେ ଏବଂ ଆନ୍ଧ୍ର ପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ଚଳିତବର୍ଷ 99.99 ପ୍ରତିଶତ ମାର୍କ ସହ ଏହି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଯୁଗ୍ମ ଟପ୍ପର ରହିଛନ୍ତି । ଚଳିତ ବର୍ଷ ଦେଶବ୍ୟାପୀ ମୋଟ 20.38 ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ମୋଟ 11.45 ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତେବେ ୮ମ ସ୍ଥାନରେ ରହିଛନ୍ତି ଓଡିଶାର ସ୍ୱୟଂଶକ୍ତି ତ୍ରିପାଠୀ । ଏହାସହିତ ଟପ୍-50ରେ ଓଡିଶାରୁ ଦୁଇ ଜଣ ରହିଛନ୍ତି ।

ପରୀକ୍ଷା ଦେଇଥିବା ପୀରକ୍ଷାର୍ଥୀମାନେ NTA ଅଫିସିଆଲ୍ ୱେବ-ସାଇଟ (https://cnr.nic.in/resultervices ) ରୁ NEET ଫଳାଫଳ ସମ୍ପର୍କରେ ଜାଣିପାରିବେ । ମେ 7 ରେ ଏହି ସର୍ବଭାରତୀୟ ମେଡିକାଲ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସମଗ୍ର ଦେଶର 499 ଟି ସହରରେ 4097 ଟି ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ 20,87,462 ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ । ରାଜ୍ୟଗୁଡିକ ମଧ୍ୟରେ ଉତ୍ତର ପ୍ରଦେଶରେ ସର୍ବାଧିକ 1.39 ଲକ୍ଷ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ବିତୀୟ ରାଜ୍ୟ ଭାବେ ମହାରାଷ୍ଟ୍ରରେ 1.31 ଲକ୍ଷ ଏବଂ ତୃତୀୟ ରାଜସ୍ଥାନ 1 ଲକ୍ଷରୁ ଅଧିକ କୃତି ଛାତ୍ରଛାତ୍ରୀ ରହିଛନ୍ତି ।

କେମିତି ଜାଣିବେ ଫଳାଫଳ:-

  • ସର୍ବପ୍ରଥମେ ପରୀକ୍ଷାର୍ଥୀଙ୍କୁ NEET neet.nta.nic.in ର ଅଫିସିଆଲ୍ ୱେବସାଇଟରେ ଲଗଇନ କରିବାକୁ ହେବ ।
  • NEET UG ରେଜଲ୍ଟ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ସେଠାରେ ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ପ୍ରଦାନ କରି ଲଗ୍ଇନ୍ କରନ୍ତୁ
  • ବର୍ତ୍ତମାନ NEET UG ଫଳାଫଳ ଡିସପ୍ଲେ ହେବ
  • NEET ଫଳାଫଳ ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ

NEET-UG, ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମ ପାଇଁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା । ଏଥିରେ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନେ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ ପ୍ରତିଷ୍ଠାନରେ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗ ପାଇବେ । ଏହି କାର୍ଯ୍ୟକ୍ରମଗୁଡ଼ିକରେ ବ୍ୟାଚେଲର୍ ଅଫ୍ ମେଡିସିନ୍ ଏବଂ ବ୍ୟାଚେଲର୍ ଅଫ୍ ସର୍ଜରୀ (MBBS), ବ୍ୟାଚେଲର୍ ଅଫ୍ ଡେଣ୍ଟାଲ୍ ସର୍ଜରୀ (BDS), ବ୍ୟାଚଲର୍ ଅଫ୍ ଆୟୁର୍ବେଦ, ମେଡିସିନ୍ ଏବଂ ସର୍ଜରୀ (BMS), ବ୍ୟାଚେଲର୍ ଅଫ୍ ସିଦ୍ଧ ମେଡିସିନ୍ ଏବଂ ସର୍ଜରୀ (BSMS), ସ୍ନାତକୋତ୍ତର ୟୁନାନି ମେଡିସିନ୍ ଏବଂ ସର୍ଜରୀ ଆଦି ପାଠ୍ୟକ୍ରମ ସାମିଲ ରହିଛି । ପ୍ରତିବର୍ଷ ମେଡିକାଲ ପାଠ୍ୟକ୍ରମ ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ଏହି ଜାତୀୟ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତିି ଚଳାଇଥାନ୍ତି ।

ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ କରାଯାଇଥିବା ନିଟ୍ ୨୦୨୩ ପରୀକ୍ଷାଫଳ ପ୍ରକାଶ ପାଇଛି। ଟପ ୫୦ ତାଲିକାରେ ଓଡ଼ିଶାର ୨ ଜଣ। ଅଷ୍ଟମ ରାଙ୍କରେ ରହିଛନ୍ତି ଓଡ଼ିଶାର ସ୍ୱୟଂଶକ୍ତି ତ୍ରିପାଠୀ। ଅନ୍ୟପଟେ ୩୫ ତମ ରାଙ୍କରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ସ୍ଥାନ ଅଧିକାର କରିଛନ୍ତି। ତେବେ ଓଡ଼ିଶାରେ ୨୮୩୩୦ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଟପ ୫୦ ତାଲିକାରେ ରହିଛନ୍ତି ଓଡ଼ିଶାର ୨ ଜଣ ଛାତ୍ର ଛାତ୍ରୀ। ସେମାନେ ହେଲେ ଅଷ୍ଟମ ରାଙ୍କରେ ଓଡ଼ିଶାର ସ୍ୱୟଂଶକ୍ତି ତ୍ରିପାଠୀ ଓ ୩୫ତମ ରାଙ୍କରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ସ୍ଥାନ ଅଧିକାର କରିଛନ୍ତି।

ଏବର୍ଷ NEET ପରୀକ୍ଷାରେ ଯୁଗ୍ମ ଟପ୍ପର ହୋଇଛନ୍ତି ତାମିଲନାଡୁର ଜେ. ପ୍ରଭଞ୍ଜନ, ଆନ୍ଧ୍ରର ବୋରାବରୁଣ ଚକ୍ରବର୍ତ୍ତୀ। ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୭୨୦ରୁ ୭୨୦ ମାର୍କ ହାସଲ କରି ସର୍ବଭାରତୀୟ ସ୍ତରରେ ରାଙ୍କ-୧ ହାସଲ କରିଛନ୍ତି । ଉଭୟ ୯୯.୯୯ ପ୍ରତିଶତ ମାର୍କ ଆଣିଛନ୍ତି। ନିଟରେ ଚଳିତ ବର୍ଷ ୫୬.୨୧ ପ୍ରତିଶତ ବିଦ୍ୟାର୍ଥୀ ପାସ୍ ହୋଇଛନ୍ତି ।


ଅନ୍ୟପଟେ ଟପ ୨୦ ମହିଳା ତାଲିକାରେ ଓଡ଼ିଶାର ଅଭିପସା ଚୌଧୁରୀ ସ୍ଥାନ ଅଧିକାର କରିଥିବା ବେଳେ ଅଭିପସା ଚୌଧୁରୀ ସର୍ବଭାରତୀୟ ରାଙ୍କ ରେ ୬୩ ତମ ସ୍ଥାନରେ ରହିଛନ୍ତି। ତେବେ MBBS ଓ BDS ନାମଲେଖା ପାଇଁ ହୋଇଥିଲା NEET ପରୀକ୍ଷା। ଚଳିତ ବର୍ଷ ୧୮ ଲକ୍ଷ ୭୨ ହଜାର ୩୪୧ ପରୀକ୍ଷାର୍ଥୀ ଏହି ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ। ଓଡ଼ିଶାର ୨୭ଟି ସହରରେ ଅନୁଷ୍ଠିତ ହୋଇଥିଲା ନିଟ ପରୀକ୍ଷା। ଭୁବନେଶ୍ୱରରେ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଥିଲା ଏହି ନିଟ ପରୀକ୍ଷା। ସେହିପରି ଦେଶର ୪୯୯ ସହର ଓ ବିଦେଶର ୧୪ଟି ସହରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ନିଟ ପରୀକ୍ଷା।


ଏଥର ପାଖାପାଖି ୨୨ ଲକ୍ଷ ଛାତ୍ରଛାତ୍ରୀ ନିଟ ୟୁଜି ୨୦୨୩ ପରୀକ୍ଷା ଦେଇଥିଲେ । ଗତ ମେ ମାସ ୭ ତାରିଖରେ ୭୨୦ ମାର୍କର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମେଡିକାଲ କୋର୍ସରେ ଆଡମିଶନ ନେବାକୁ ଅପେକ୍ଷା କରିରହିଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ neet.nta.nic.inକୁ ଯାଇ ନିଜ ନିଜର ସ୍କୋର କାର୍ଡ ଚେକ୍ କରିବା ସହିତ ଡାଉନଲୋଡ୍ କରିପାରିବେ। ଲକ୍ଷ ଲକ୍ଷ ପ୍ରାର୍ଥୀ ଅଣ୍ଡରଗ୍ରାଜୁଏଟ ମେଡିକାଲ କୋର୍ସରେ ନାମଲେଖାଇବା ପାଇଁ ନିଟ୍ ୟୁଜିର ଏଣ୍ଟ୍ରାନ୍ସ ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 13, 2023, 10:51 PM IST

ABOUT THE AUTHOR

...view details