ନୂଆଦିଲ୍ଲୀ:ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ । ଚଳିତ ବର୍ଷ ମାର୍ଚ୍ଚ 16ରୁ18 ପର୍ଯ୍ୟନ୍ତ ଚାଲିଥିଲା ଜେଇଇ ମେନ ପରୀକ୍ଷା । ପରୀକ୍ଷାର 6 ଦିନ ପରେ ଫଳ ପ୍ରକାଶ କରିଛି ନ୍ୟାସନାଲ ଟେଷ୍ଟ ଏଜେନ୍ସି ।
ମୋଟ 6 ଲକ୍ଷ 19ହଜାର 638ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । 13ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ଭାରତ ବାହାରେ 12ଟି ସହରକୁ ମିଶାଇ 334ଟି ସହରରେ 792ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା । କାରଗିଲ ଓ କୁଆଲାଲମପୁରରେ ପ୍ରଥମ ଥର ପାଇଁ ପରୀକ୍ଷାର୍ଥୀଙ୍କ ଅନୁରୋଧରେ ଜେଇଇ ପରୀକ୍ଷା କରାଯାଇଥିଲା ।