ଓଡିଶା

odisha

By

Published : Jun 28, 2021, 8:10 PM IST

ETV Bharat / bharat

ଜମ୍ମୁ ଏୟାରବେସରେ ପହଞ୍ଚିଲା NSG ଟିମ

ଜମ୍ମୁରେ ପହଞ୍ଚିଲା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) । ଗତକାଲି ଜମ୍ମୁ ଏୟାରବେସରେ ଡ୍ରୋନ ଆକ୍ରମଣ କରାଯାଇଥିଲା । ଅଧିକ ପଢନ୍ତୁ...

NSG team reach in jammu airbase
ଜମ୍ମୁ ଏୟାରବେସରେ ପହଞ୍ଚିଲା NSG ଟିମ

ଶ୍ରୀନଗର: ଜମ୍ମୁରେ ପହଞ୍ଚିଲା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) । ଗତକାଲି ଜମ୍ମୁ ଏୟାରବେସରେ ଆକ୍ରମଣ କରିଥିଲା ଡ୍ରୋନ । ବର୍ତ୍ତମାନ ଏଠାରେ ସୁରକ୍ଷାକୁ ନେଇ ଏନଏସଜି ଟିମ ମଧ୍ୟ ପହଞ୍ଚିଛି ।

ଆଜି ଜମ୍ମୁ ଏୟାରବେସରେ ଆସି ପହଞ୍ଚିଛି ଏନଏସଜି ଟିମ । ଏନଆଇଏ ସହ ଏନଏସଜି ଟିମ ତଦନ୍ତ କରିବ । ଏହି ଘଟଣାରେ ବର୍ତ୍ତମାନ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ତଦନ୍ତ କରୁଛି। ବର୍ତ୍ତମାନ ଜମ୍ମୁ ଏୟାର ବେସରେ ଡ୍ରୋନ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି । ନିକଟସ୍ଥ ସମସ୍ତ ଏୟାରବେସ ପଠାନକୋଟ, ଆମ୍ବାଲା ଓ ଅବନ୍ତିପୋରା ଏୟାରବେସରେ ହାଇଆଲର୍ଟ ଜାରି କରାଯାଇଛି ।

ସୂଚନାଥାଉକି ଜମ୍ମୁ ଏୟାରବେସରେ ରବିବାର ରାତ୍ର 1.35 ଓ 1.42 ଟାରେ ଡ୍ରୋନ ଆକ୍ରମଣ ହୋଇଥିଲା । ଦୁଇଟି ଡ୍ରୋନରେ ବିସ୍ଫୋରକ ଭର୍ତ୍ତି କରି ଜମ୍ମୁ ଏୟାରବେସକୁ ଟାର୍ଗେଟ କରାଯାଇଥିଲା । ଏହି ବିସ୍ଫୋରଣରେ ସେଭଳି କୌଣସି ବଡ କ୍ଷତି ହୋଇନାହିଁ କିନ୍ତୁ ସୁରକ୍ଷା ବ୍ୟବସ୍ଥା ଏବଂ ଗୁଇନ୍ଦାକୁ ନେଇ ପ୍ରଶ୍ନ ଉଠିଛି । ଏହି ମାମଲାରେ ଦୁଇଜଣ ସନ୍ଦିଗ୍ଧକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ଜମ୍ମୁ କାଶ୍ମୀର ପୋଲିସ ଓ ସେନା ।

@ANI

ABOUT THE AUTHOR

...view details