ଓଡିଶା

odisha

ETV Bharat / bharat

ଆଜି ICGକୁ ମିଳିବ ଜାହାଜ ‘ସଜାଗ’

ଆଜି କାର୍ଯ୍ୟକ୍ଷମ ହେବ ଭାରତୀୟ ତଟରକ୍ଷୀ ବାହିନୀ (ICG) ଜାହାଜ 'ସଜାଗ' ।

By

Published : May 29, 2021, 11:24 AM IST

ଆଜି ଇଣ୍ଡିଆନ କୋଷ୍ଟଗାର୍ଡର ଜାହାଜ ସଜାଗକୁ କାର୍ଯ୍ୟକ୍ଷମ କରିବେ ଅଜିତ ଡୋଭାଲ
ଆଜି ଇଣ୍ଡିଆନ କୋଷ୍ଟଗାର୍ଡର ଜାହାଜ ସଜାଗକୁ କାର୍ଯ୍ୟକ୍ଷମ କରିବେ ଅଜିତ ଡୋଭାଲ

ନୂଆଦିଲ୍ଲୀ:ଆଜି ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)ର ଜାହାଜ 'ସଜାଗ'ର ହେବ ଜଳାବତ୍ତରଣ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସଜାଗ'ର ଜଳାବତ୍ତରଣ କରାଇବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ଆତ୍ମନିର୍ଭର ଭାରତ ଅଧିନରେ ନିର୍ମିତ 'ସଜାଗ' ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ । ପଞ୍ଚମ ପିଢି ଆଇସିଜି ଜାହାଜ ସିରିଜର 'ସଜାଗ' ହେଉଛି ତୃତୀୟ ।

ଆଜି ଇଣ୍ଡିଆନ କୋଷ୍ଟଗାର୍ଡର ଜାହାଜ ସଜାଗକୁ କାର୍ଯ୍ୟକ୍ଷମ କରିବେ ଅଜିତ ଡୋଭାଲ

ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଲରେ ନିର୍ମିତ ଏହି ଜାହାଜରେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଅସ୍ତ୍ରଶସ୍ତ୍ର ସମେତ ଅନେକ ବ୍ୟବସ୍ଥା ରହିଛି । ଏହି ଜାହାଜକୁ ଗୋଆ ‘ସିପୟାର୍ଡ ଲିମିଟେଡ’ ପରିସରରେ ବିକଶିତ କରାଯାଇଛି । ମେକ ଇଣ୍ଡିଆ ଅଭିଯାନ ଅଧିନରେ ଆତ୍ମନିର୍ଭର ଭାରତ ଏହା ଆଉ ଏକ ସଫଳତା । ଯାହା ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ଆଉ ଏକ ବଡ ଉପଲବ୍ଧି ।

ଏନେଇ ଆଜି ଜାହାଜ 'ସଜାଗ'ର ହେବ ଜଳାବତ୍ତରଣ ନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ଭାରତୀୟ ତଟରକ୍ଷୀ ବାହିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details