ନୂଆଦିଲ୍ଲୀ:ତାଜିକିସ୍ତାନରେ ଆୟୋଜିତ ହେବାକୁ ଥିବା ସଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଅଂଶଗ୍ରହଣ କରିବେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA)ଅଜିତ ଡୋଭାଲ । ଆସନ୍ତା ସପ୍ତାହରେ ହେବାକୁ ଥିବା ଏହି ବୈଠକରେ ପାକିସ୍ତାନୀ ଏନଏସଏ ମୋଇଦ ୟୁସୁଫଙ୍କ ସମେତ ଏସସିଓ ସଂଗଠନର ସଦସ୍ୟ ରାଷ୍ଟ୍ରମାନଙ୍କ NSA ମାନେ ଅଂଶଗ୍ରହଣ ଦେଖିବାକୁ ମିଳିବ। ଚଳିତ ବର୍ଷ କୋଭିଡ ସଂକ୍ରମଣ ଯୋଗୁ ଏହି ବୈଠକ ଭର୍ଚ୍ଚୁଆଲି ଆୟୋଜିତ ହେବାକୁ ଯାଉଛି ।
ଏସସିଓ ବୈଠକରେ ଯୋଗ ଦେବେ NSA ଅଜିତ ଡୋଭାଲ - SCO meeting update
ତାଜିକିସ୍ତାନରେ ଆୟୋଜିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (sco) ବୈଠକରେ ଅଂଶଗ୍ରହଣ କରିବେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA)ଅଜିତ ଡୋଭାଲ । ଅଧିକ ପଢନ୍ତୁ....
ଏସସିଓ ବୈଠକରେ ଯୋଗ ଦେବେ NSA ଅଜିତ ଡୋଭାଲ
ଏହି ବୈଠକରେ ଭାରତୀୟ ଏବଂ ପାକିସ୍ତାନୀ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ କୌଣସି ପ୍ରକାର ଦ୍ୱିପାକ୍ଷିକ ବୈଠକ କିମ୍ବା ଆଲୋଚନା ହେବାର କୌଣସି ନିଶ୍ଚିତତା ନାହିଁ। ତାଜିକିସ୍ତାନ ହେଉଛି ଏହି ଏସସିଓ ଗୋଷ୍ଠୀର ଅଧ୍ୟକ୍ଷ ରାଷ୍ଟ୍ର । ନଭେମ୍ବର 2020 ରେ ଏସସିଓ ରାଜ୍ୟ ପରିଷଦର ଏକ ବୈଠକରେ ତାଜିକିସ୍ତାନ ଅଧ୍ୟକ୍ଷତା ଗ୍ରହଣ କରିଥିଲା। ଉଲ୍ଲେଖଯୋଗ୍ୟ, ଏସସିଓରେ ଆଠଟି ସଦସ୍ୟ ରାଷ୍ଟ୍ର ଅଛନ୍ତି । ରୁଷ, ଚୀନ୍, ଭାରତ, ପାକିସ୍ଥାନ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ଆଦି ଦେଶମାନେ ଏସସିଓ ରାଷ୍ଟ୍ର ଅଟନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ