ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉପରେ ନଜର ରଖୁଛନ୍ତି ଆତଙ୍କବାଦୀ। ରାଷ୍ଟ୍ରୀୟ ସୁରକ୍ଷାଦାତାଙ୍କ ଟିକନିକ ଖବର ରଖୁଛି ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ । ଜୈଶ-ଏ-ମହମ୍ମଦ ସହିତ ଜଡିତ ଆତଙ୍କୀ ହିଦୟତ-ଉଲ୍ଲାହ ମଲିକ ନିକଟରୁ ଏନେଇ ଏକ ଭିଡିଓ ଜବତ କରାଯାଇଛି । ଏହା ପରେ ଡୋଭାଲଙ୍କ ସୁରକ୍ଷାକୁ ବଢାଯିବା ସହ କଡାକଡି କରାଯାଇଛି ।
ଏହି ଭିଡିଓରେ ଡୋଭାଲଙ୍କ କାର୍ଯ୍ୟାଳୟରେ ଆତଙ୍କବାଦୀମାନେ ପଶି ରେକି ଭିଡିଓ ଉତ୍ତୋଳନ କରିଥିଲେ । ଏହି ରେକି ଗତ ବର୍ଷ କରାଯାଇଥିଲା । ମଲିକ ଡୋଭାଲଙ୍କ ଅଫିସ ଓ ଶ୍ରୀନଗରର ଅନ୍ୟ ଅଞ୍ଚଳରେ ଭିଡିଓ ରେକର୍ଡ କରିଥିଲା । ମଲିକ ଏହି ଭିଡିଓ ଗୁଡିକୁ ପାକିସ୍ତାନ ପଠାଇଥିଲା । ଏହା ଜଣାପଡିବା ପରେ ସୁରକ୍ଷା ଏଜେନ୍ସଙ୍କୁ ହାଇ ଆଲର୍ଟ କରାଯାଇଛି । କାଶ୍ମୀରର ସୋପିଆନରେ ରହୁଥିବା ମଲିକକୁ ଗତ 6 ତାରିଖରେ ଗିରଫ କରାଯାଇଥିଲା ।