ଓଡିଶା

odisha

ETV Bharat / bharat

ଆଜି ବ୍ରିକ୍ସ ରାଷ୍ଟ୍ର ସମୂହ NSAଙ୍କ ବୈଠକ, ଅଧ୍ୟକ୍ଷତା କରିବେ ଅଜିତ ଡୋଭାଲ - ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା

ବ୍ରିକ୍ସ ଦେଶର ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତାଙ୍କ ଆଜି (ମଙ୍ଗଳବାର) ସଂଧ୍ୟା ୫ ଟାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ଅଧ୍ୟକ୍ଷତା କରିବେ । ଅଧିକ ପଢନ୍ତୁ...

G-7
G-7

By

Published : Aug 24, 2021, 2:03 PM IST

ନୂଆଦିଲ୍ଲୀ: ବ୍ରିକ୍ସ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ଆଜି (ମଙ୍ଗଳବାର) ସଂଧ୍ୟା ୫ ଟାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ଅଧ୍ୟକ୍ଷତା କରିବେ । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଏହା ବ୍ରିକ୍ସ ରାଷ୍ଟ୍ର ସମୂହଙ୍କ ପ୍ରଥମ ବୈଠକ । ଫଳରେ ବୈଠକର ଗୁରୁତ୍ବ ଯଥେଷ୍ଟ ବଢିଯାଇଛି ।

ବୈଠକ ଭର୍ଚୁଆଲ ଯୋଗେ ହେବାକୁ ଥିବାବେଳେ, ବୈଠକରେ ମୁଖ୍ୟତଃ ଆଫଗାନର ଭବିଷ୍ୟତ ଓ ନାଗରିକଙ୍କ ସୁରକ୍ଷା ନେଇ ଆଲୋଚନା ହେବ । ବୈଠକରେ ସମସ୍ତ ବ୍ରିକ୍ସ ରାଷ୍ଟ୍ରର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ସାମିଲ ହେବେ । ଭାରତ ପକ୍ଷରୁ ଏନଏସଏ ଅଜିତ ଡୋଭାଲ ବୈଠକରେ ଅଧ୍ୟକ୍ଷତା କରି ଭାରତର ଆଭିମୁଖ୍ୟ ରଖିବେ ।

ଅନ୍ୟପଟେ ଆଜି G-7 ରାଷ୍ଟ୍ର ସମୂହର ବୈଠକ ମଧ୍ୟ ଆୟୋଜିତ ହେଉଛି । ଏହି ବୈଠକରେ ଅଧ୍ୟକ୍ଷତା କରିବେ ବ୍ରିଟେନ ପ୍ରଧାନମନ୍ତ୍ରୀ । ବ୍ରିଟେନର ଅନୁରୋଧ କ୍ରମେ ଏହି ଜୁରୀର ବୈଠକ ଡାକିବା ପାଇଁ ଆମେରିକା ପରାମର୍ଶ ଦେଇଥିଲା । କାରଣ ଚଳିତ ବୈଠକର ଅଧ୍ୟକ୍ଷତା ପାଳି ଥିଲା ଆମେରିକାର । ବୈଠକରେ ମୁଖ୍ୟତଃ ଆଫଗାନ ସ୍ଥିତି ଓ ନିଜ ନିଜ ନାଗରିକଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ହେବ ରଣନୀତି । ଏହାବାଦ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆମେରିକା ସେନା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ନିଷ୍ପତିକୁ ଘୁଞ୍ଚାଇବା ପାଇଁ ଅନୁରୋଧ କରିପାରନ୍ତି ।

ଆଜି ହେବାକୁ ଥିବା G-7 ରାଷ୍ଟ୍ର ସମୂହର ବୈଠକ ମଧ୍ୟ ଭିସି ଯୋଗେ ହେବ । ବୈଠକରେ G-7 ରାଷ୍ଟ୍ର ଆଫଗାନରେ ନିବେଶ କରିଥିବା ପୁଞ୍ଜିକୁ ନେଇ ମଧ୍ୟ ଆଲୋଚନା ହେବ ।

@ANI

ABOUT THE AUTHOR

...view details