ଓଡିଶା

odisha

ଦେଶ ପାଇଁ ଜରୁରୀ ଅଗ୍ନିପଥ, ପ୍ରତ୍ୟାହାରର ପ୍ରଶ୍ନ ନାହିଁ

ଅଗ୍ନିପଥ ଯୋଜନାକୁ ନେଇ ଜାତୀୟ ପରାମର୍ଶଦାତା ଡୋଭାଲଙ୍କ ବୟାନ । କହିଲେ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ପ୍ରତ୍ୟାହାରର ପ୍ରଶ୍ନ ନାହିଁ । ହିଂସା ଗ୍ରହଣୀୟ ନୁହେଁ । ଅଧିକ ପଢନ୍ତୁ

By

Published : Jun 21, 2022, 3:59 PM IST

Published : Jun 21, 2022, 3:59 PM IST

ETV Bharat / bharat

ଦେଶ ପାଇଁ ଜରୁରୀ ଅଗ୍ନିପଥ, ପ୍ରତ୍ୟାହାରର ପ୍ରଶ୍ନ ନାହିଁ

ଏନଏସଏ ଡୋଭାଲ
ଏନଏସଏ ଡୋଭାଲ

ନୂଆଦିଲ୍ଲୀ: କେନ୍ଦ୍ର ଆଣିଥିବା ଅଗ୍ନିପଥ ଯୋଜନା ଦେଶ ପାଇଁ ନିହାତି ଜରୁରୀ । ଏହି ଯୋଜନା ପ୍ରତ୍ୟାହାର ହେବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ ଆଜି (ମଙ୍ଗଳବାର) ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଦେଇଥିବା ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି । ଡୋଭାଲ କହିଛନ୍ତି, ଏହି ଯୋଜନା ଦେଶର ସେନା ଓ ଯୁବକଙ୍କ ପାଇଁ ଅତ୍ୟନ୍ତ ଉପାଦେୟ । ଏହାକୁ ନେଇ ଆନ୍ଦୋଳନ ଓ ପ୍ରତିବାଦ କରିବା ସାମ୍ବିଧାନିକ କିନ୍ତୁ ଆନ୍ଦୋଳନବେଳେ ହିଂସା ଓ ଜଳାପୋଡା ଆଦୌ ଗ୍ରହଣୀୟ ନୁହେଁ ।

ଡୋଭାଲ କହିଛନ୍ତି, ଅଗ୍ନିବୀର ଭାରତୀୟ ସେନାକୁ ସୁଦୃଢ କରିବା ପାଇଁ ଏକ ଫଳପ୍ରଦ ଯୋଜନା ହେବାକୁ ଯାଉଛି । ଭାରତକୁ ସୁରକ୍ଷିତ ଏବଂ ଶକ୍ତିଶାଳୀ କରିବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା । ଅଗ୍ନିପଥ ଏକ ସ୍ୱତନ୍ତ୍ର ଯୋଜନା ନୁହେଁ । 2014 ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିଲେ, ସେତେବେଳେ ଭାରତକୁ ସୁରକ୍ଷିତ ଏବଂ ଶକ୍ତିଶାଳୀ କରିବା ତାଙ୍କର ଏକ ପ୍ରମୁଖ ପ୍ରାଥମିକତା ଥିଲା ବୋଲି ଡୋଭାଲ କହିଛନ୍ତି । ରାଷ୍ଟ୍ରୀୟ ସ୍ବାର୍ଥ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିସ୍କ ନେଇପାରନ୍ତି ବୋଲି ଡୋଭାଲ କହିଛନ୍ତି ।

ଜାତୀୟ ପରାମର୍ଶଦାତା ଆହୁରି ମଧ୍ୟ କହିଛନ୍ତି, ଗତକାଲି ଆମେ କଣ କରୁଥିଲୁ, ତାହା ଜରୁରୀ ନୁହେଁ । ଯଦି ଆମକୁ ଆସନ୍ତାକାଲି ପାଇଁ ପ୍ରସ୍ତୁତ ହେବାକୁ ପଡିବ, ତେବେ ଆମକୁ ପରିବର୍ତ୍ତନ ମଧ୍ୟ କରିବାକୁ ପଡିବ । ଗତ 8 ବର୍ଷ ମଧ୍ୟରେ ଅନେକ ଗଠନମୂଳକ ସଂସ୍କାର ହୋଇଛି । 25 ବର୍ଷ ଧରି CDSର ସମସ୍ୟା ବିଚାରାଧୀନ ଥିଲା । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେତୁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରୁନଥିଲା । ଆଜି ତାହା ସମାଧାନ ହୋଇଛି ।

ଆଜି ଆମର ପ୍ରତିରକ୍ଷା ବଳ ବିଶ୍ବରେ ଏକ ନିଜସ୍ୱ ସ୍ଥାନ ସୃଷ୍ଟି କରିପାରିଛି । ଆଜି ଭାରତରେ ନିର୍ମିତ AK-203 ନୂତନ ଆସଲ୍ଟ ରାଇଫଲକୁ ସେନାରେ ବ୍ୟବହାର କରାଯାଉଛି । ସାମରିକ ଉପକରଣରେ ଅନେକ ଅଗ୍ରଗତି ହେଉଛି । ସେନାକୁ ଆଜିର ଆବଶ୍ୟକତା ଦୃଷ୍ଟିରେ ଶକ୍ତିଶାଳୀ କରିବାକୁ ହେଲେ ଏକାଧିକ ସଂସ୍କାରମୂଳକ ପଦକ୍ଷେପର ଆବଶ୍ୟକତା ରହିଥିବା ସେ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details