ଓଡିଶା

odisha

ETV Bharat / bharat

ଶ୍ମଶାନଘାଟରେ ଏବେ ଅନ୍ତିମ ସଂସ୍କାର ଓ ଅସ୍ଥି ବିସର୍ଜନ ଉପରେ ନଜର ରଖିବେ ଶିକ୍ଷକ - ଶିକ୍ଷକଙ୍କୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ

ମଧ୍ୟପ୍ରଦେଶରେ ବୃଦ୍ଧି ପାଉଥିବା କୋରୋନା ମାମଲା ମଧ୍ୟରେ ଶିକ୍ଷକଙ୍କୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି। ସେମାନଙ୍କୁ ବର୍ତ୍ତମାନ ଅନ୍ତିମସଂସ୍କାରରେ ମୃତଦେହ ବ୍ୟବଚ୍ଛେଦ ପାଇଁ ସମ୍ପୂର୍ଣ୍ଣ ତଦାରଖ କରିବାକୁ ପଡିବ। ଅଧିକ ପଢନ୍ତୁ...

ଶ୍ମଶାନ ଘାଟରେ ଏବେ ଅନ୍ତିମ ସଂସ୍କାର ଓ ଅସ୍ଥି ବିସର୍ଜନ ଉପରେ ନଜର ରଖିବେ ଶିକ୍ଷକ
ଶ୍ମଶାନ ଘାଟରେ ଏବେ ଅନ୍ତିମ ସଂସ୍କାର ଓ ଅସ୍ଥି ବିସର୍ଜନ ଉପରେ ନଜର ରଖିବେ ଶିକ୍ଷକ

By

Published : May 3, 2021, 8:05 PM IST

ଭୋପାଲ: ମଧ୍ୟପ୍ରଦେଶରେ ବୃଦ୍ଧି ପାଉଥିବା କୋରୋନା ମାମଲା ମଧ୍ୟରେ ଶିକ୍ଷକଙ୍କୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି । ସେମାନଙ୍କୁ ବର୍ତ୍ତମାନ ଅନ୍ତିମସଂସ୍କାରରେ ମୃତଦେହ ବ୍ୟବଚ୍ଛେଦ ପାଇଁ ସମ୍ପୂର୍ଣ୍ଣ ତଦାରଖ କରିବାକୁ ପଡିବ । ଶିକ୍ଷକ ଶ୍ମଶାନ ଘାଟ ସହ ଅସ୍ଥି ବିସର୍ଜନ ଘାଟରେ ୨-୨ ସିଫ୍ଟରେ ଡ୍ୟୁଟି କରିବେ। ମଧ୍ୟପ୍ରଦେଶ ଧାର ଜିଲ୍ଲା ଏସଡ଼ିଏମ ଶିକ୍ଷକଙ୍କୁ ଏହି ନୂଆ ଆଦେଶ ଜାରି କରିଛନ୍ତି । ୮ଜଣ ଶିକ୍ଷକଙ୍କୁ ଶ୍ମଶାନ ଘାଟ ଓ ସ୍ନାନ ଘାଟରେ ଡ୍ୟୁଟି ଦିଆଯିବ । ଏମାନେ ଦୁଇଟି ସିଫ୍ଟରେ ଡ୍ୟୁଟି କରିବେ । ପ୍ରଥମ ସିଫ୍ଟରେ ୨ ଜଣ ଶିକ୍ଷକ ସକାଳ ୬ଟାରୁ ଖଲଘାଟରେ ଅପରାହ୍ନ ଗୋଟାଏ ଯାଏଁ ଡ୍ୟୁଟି କରିବେ ଓ ଆଉ ଦୁଇ ଶିକ୍ଷକ ଖଲଘାଟ ସ୍ନାନ ଘାଟରେ ଡ୍ୟୁଟି କରିବେ।

ଦ୍ୱିତୀୟ ସିଫ୍ଟରେ ଏହି ସ୍ଥାନରେ ଅନ୍ୟ ୪ ଜଣ ଶିକ୍ଷକ ଡ୍ୟୁଟି ଅପରାହ୍ନ ଗୋଟାଏରୁ ରାତି ୮ଟା ଯାଏଁ ଅନ୍ତିମ ସଂସ୍କାର ଓ ଅସ୍ଥି ବିସର୍ଜନ ଡ୍ୟୁଟି କରିବେ ବୋଲି ଏସଡ଼ିଏମ ଆଦେଶରେ ଲେଖିଛନ୍ତି । ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ, ଖଲଘାଟ ଓ ଧାମନୋଦ ଘାଟରେ ଅନ୍ତିମ ସଂସ୍କାର କରାଯିବ। ଅନ୍ୟ ଗାଁ କିମ୍ବା ସହରରୁ ଆସିଥିବା ଶବ ଏହି ଦୁଇ ଘାଟରେ ସତ୍କାର କରାଯିବ ନାହିଁ। ବିକାଶଖଣ୍ଡ ଅଞ୍ଚଳର ୮ ଜଣ ଶିକ୍ଷକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ କୋରୋନା କାଳରେ ଡ୍ୟୁଟିରେ ଥିବା ରାଜ୍ୟର ପାଖାପାଖି ୭୨୬ ଶିକ୍ଷକଙ୍କ ମୃତ୍ୟୁ ହୋଇଛି ଓ ୨୮୪୫ ଶିକ୍ଷକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏତେ ସଂଖ୍ୟାରେ ଶିକ୍ଷକଙ୍କ ମୃତ୍ୟୁ ଓ ସଂକ୍ରମିତ ହେବାପରେ ମଧ୍ୟ ସରକାର ଏମାନଙ୍କୁ କୋରୋନା ଯୋଦ୍ଧା କଲ୍ୟାଣ ଯୋଜନାରେ ସାମିଲ କରିନାହାନ୍ତି। କୋରୋନା ସମୟରେ ଶିକ୍ଷକ ଲଗାତାର କୋଭିଡ ୱାର୍ଡରେ ଡ୍ୟୁଟି କରୁଛନ୍ତି। ରୋଗୀଙ୍କୁ ମିଳୁଥିବା ଔଷଧ ଓ ସେମାନଙ୍କ ସ୍ଥିତିର ଡାଟା ପ୍ରସ୍ତୁତ କରୁଛନ୍ତି। ତାଛଡା ଟିକାକରଣକୁ ନେଇ ଲୋକଙ୍କୁ ସଚେତନ କରିବା, ଟିକାକରଣ କେନ୍ଦ୍ର, ଚେକ ପୋଷ୍ଟ, ନମୁନା ସଂଗ୍ରହ, କଣ୍ଟେନମେଣ୍ଟ ଜୋନର ତଦାରଖରେ ମଧ୍ୟ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି ।

ABOUT THE AUTHOR

...view details