ଓଡିଶା

odisha

ETV Bharat / bharat

Badaun SDM summons To Governor: ଆଇନ ଅମାନ୍ୟ ଅଭିଯୋଗରେ ରାଜ୍ୟପାଳଙ୍କ ଚେତାବନୀ - ଆଇନ ଅମାନ୍ୟ ଅଭିଯୋଗ

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ସମନ ଜାରି ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

Badaun SDM summons Governor
ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ସମନ

By ETV Bharat Odisha Team

Published : Oct 27, 2023, 10:26 PM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ନୋଟିସ ଜାରି ପ୍ରସଙ୍ଗ । ଉତ୍ତରପ୍ରଦେଶ ବନ୍ଦାୟୁଁ ସ୍ଥିତ ଏସଡିଏମ କୋର୍ଟ ଏହି ନୋଟିସ ଜାରି କରିଥିଲେ । ଗତ ୧୦ ତାରିଖରେ ତାଙ୍କୁ ନୋଟିସ କରାଯାଇଥିବାବେଳେ ଅକ୍ଟୋବର ୧୮ ରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଇନ ଶୃଙ୍ଖଳାର ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗରେ ରାଜ୍ୟପାଳଙ୍କ ତରଫରୁ ଚେତାବନୀ ଦିଆଯାଇଛି । ଏହି ଖବର ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ଏହି ଘଟଣାଟି ହେଉଛି ସିଭିଲ ଲାଇନ ଥାନା ସ୍ଥିତ ଲୋଡା ବହେଡି ଗାଁର । ଏହି ଗାଁର ଚନ୍ଦ୍ରହାସ ନାମକ ଜଣେ ବ୍ୟକ୍ତି ସଦର ତହସିଲର ଏସଡିଏମ ନ୍ୟାୟିକ ଅଦାଲତରେ ଏକ ମାମଲା ଦାୟର କରିଥିଲେ । ଦାୟର ହୋଇଥିବା ଏତଲାରେ ପିଡବ୍ଲୁଡି ଅଧିକାରୀଙ୍କ ସମେତ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ନାଁ ଉଲ୍ଲେଖ ରହିଥିଲା । ଚନ୍ଦ୍ରହାସଙ୍କ ଖୁଡି କଟୋରୀ ଦେବୀଙ୍କ ସମ୍ପତ୍ତି ତାଙ୍କର ଜଣେ ସମ୍ପର୍କୀୟ ନିଜ ନାଁରେ କରାଇନେଇଥିବା ଅଭିଯୋଗ ହୋଇଥିଲା ।

ବନ୍ଦାୟୁଁରେ ବାଇପାସ ନିକଟରେ ଥିବା ସେହି ସମ୍ପତ୍ତିର ଆଉ କିଛି ଅଂଶ କିଛି ଦିନ ପରେ ସରକାର ଅଧିଗ୍ରହଣ କରିନେଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ଅଭିଯୋଗକାରୀ । ସେହି ସମ୍ପତ୍ତି ଅଧିଗ୍ରହଣ ପରେ ତାଙ୍କ ସମ୍ପର୍କୀୟ ଲେଖରାଜ ସରକାରଙ୍କ ତରଫରୁ 12 ଲକ୍ଷ ଟଙ୍କା କ୍ଷତିପୂରଣ ପାଇଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ କାଟୋରି ଦେବୀଙ୍କ ପୁତୁରା ଚନ୍ଦ୍ରହାସ ସଦର ତହସିଲର ଜୁଡିସିଆଲ ଏସଡିଏମ କୋର୍ଟରେ ନିଜର ଅଧିକାର ପାଇଁ ଆବେଦନ କରିଥିଲେ ।

ଏହା ବି ପଢନ୍ତୁ...ଆଇନଜୀବୀ ଆର୍ଯ୍ୟ ଭୂଷଣ ମୃତ୍ୟୁର ଖୋଲିଲା ଗୁମର, ଜମି ବିବାଦରୁ ହତ୍ୟା କରିଥିଲା ଅଭିଯୁକ୍ତ

ଏହା ବି ପଢନ୍ତୁ...ଇଡକୋ ଜମି ଅଧିଗ୍ରହଣକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଞ୍ଚାୟତବାସୀ, ଦେଲେ ଆନ୍ଦୋଳନ ଚେତାବନୀ

ଯେଉଁଥିରେ ଏସଡିଏମ ଜୁଡିସିଆଲ କୋର୍ଟ ଲେଖରାଜଙ୍କୁ ରାଜସ୍ବ କୋଡ ଧାରା 144 ଅନୁଯାୟୀ ବିଜ୍ଞପ୍ତି ଜାରି କରିଛନ୍ତି। ପିଡବ୍ଲ୍ୟୁଡିର ସମ୍ପୃକ୍ତ ଅଧିକାରୀ ତଥା ରାଜ୍ୟପାଳ ଆନନ୍ଦୀବେନ ପଟେଲ କୋର୍ଟରେ ହାଜର ହୋଇ ସେମାନଙ୍କ ମାମଲା ଉପସ୍ଥାପନ କରିବେ । ରାଜ୍ୟପାଳଙ୍କଠାରୁ ନୋଟିସ ପାଇବା ପରେ ତାଙ୍କ ସ୍ବତନ୍ତ୍ର ସଚିବ ଏସଡିଏମ ଜୁଡିସିଆଲ କୋର୍ଟକୁ ଚେତାବନୀ ଦେଇଛନ୍ତି ।

ଏହା ବି ପଢନ୍ତୁ...ଜମି ବିବାଦ ପାଇଁ ଉପାସରେ ମହାପ୍ରଭୁ ଲିଙ୍ଗରାଜ

ABOUT THE AUTHOR

...view details