ଓଡିଶା

odisha

ମଧ୍ୟବିତ ଓ ଗରିବଙ୍କ ପାଇଁ ବଜେଟରେ କିଛି ନାହିଁ: ରାହୁଲ

By

Published : Feb 1, 2022, 3:49 PM IST

ବଜେଟ ନେଇ ସରକାରଙ୍କୁ କଂଗ୍ରେସର ସମାଲୋଚନା । ରାହୁଲ କହିଲେ ଗରିବ ଓ ମଧ୍ୟବିତ ବର୍ଗଙ୍କ ପାଇଁ କିଛି ନାହିଁ । ରଣଦ୍ବୀପ ସୂର୍ଯ୍ୟେଓ୍ବାଲା କହିଲେ ସେମାନଙ୍କ ପ୍ରତି ବିଶ୍ବାସଘାତକତା । ଅଧିକ ପଢନ୍ତୁ

ମଧ୍ୟବିତ ଓ ଗରିବଙ୍କ ପାଇଁ ବଜେଟରେ କିଛି ନାହିଁ: ରାହୁଲ ଗାନ୍ଧୀ
ମଧ୍ୟବିତ ଓ ଗରିବଙ୍କ ପାଇଁ ବଜେଟରେ କିଛି ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:ଆଜି ସଂସଦରେ ଉପସ୍ଥାପିତ ହୋଇଛି ବର୍ଷ ୨୦୨୨ ପାଇଁ ସାଧାରଣ ବଜେଟ । ତେବେ ବଜେଟ ଉପସ୍ଥାପନ ହେବା ପରେ ସ୍ବାଭାବିକ ଭାବେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସମୟରେ ସରକାର ଏହାକୁ ଏକ ପ୍ରଭାବୀ ବଜେଟ ବୋଲି କହୁଥିବା ବେଳେ ସରକାରକୁ ଘେରିଛି ବିରୋଧି କଂଗ୍ରେସ । ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିବା ସହ ଏହା ଏକ ବିଫଳ ବଜେଟ ବୋଲି କହିଛନ୍ତି । ଗରିବ ଓ ମଧ୍ୟବିତଙ୍କ ପାଇଁ ବଜେଟରେ କିଛି ସୁଫଳ ମିଳିବାକୁ ନଥିବା କହିଛନ୍ତି ରାହୁଲ ।

ରାହୁଲ ନିଜ ଟ୍ବିଟରେ ଲେଖଛନ୍ତି ‘ଜିରୋ ବଜେଟ’ । ଦରମା ପ୍ରାପ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ, ଗରିବ, ଯୁବକ, କୃଷକ ଏବଂ MSME କ୍ଷେତ୍ର ପାଇଁ ବଜେଟରେ କିଛି ନାହିଁ ବୋଲି କହିଛନ୍ତି ରାହୁଲ ।

ସେହିପରି ବଜେଟକୁ ନୈରାଶ୍ୟଜନକ ଦର୍ଶାଇ କଂଗ୍ରେସ ମୁଖପାତ୍ର ତଥା ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେଓ୍ବାଲା ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରଣଦୀପ କହିଛନ୍ତି, ଏହି ବଜେଟରେ ବେତନ ପ୍ରାପ୍ତ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଛି । ଦରମା ହ୍ରାସ ଏବଂ ଅଧିକ ମୁଦ୍ରାସ୍ପୀତି ହେତୁ ବେତନ ପ୍ରାପ୍ତ ବର୍ଗ ଏବଂ ମଧ୍ୟବିତ୍ତମାନେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ଏହିପରି ସମୟରେ ସେମାନଙ୍କ ପାଇଁ ବଜେଟରେ ବିଶେଷ କିଛି ବ୍ୟବସ୍ଥା ନକରିବା ସେମାନଙ୍କ ସହ ଧୋକ୍କା ସଦୃଶ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details