ଓଡିଶା

odisha

ETV Bharat / bharat

ପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣକୁ ଅପେକ୍ଷା କରିନି, ଭାଗ୍ୟରେ ଥିଲେ ଯିବି: ଶରଦ ପାୱାର - Ram mandir news

Sharad Pawar on invitation for Ram Mandir: ପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣକୁ ଅପେକ୍ଷା କରିନାହାନ୍ତି । ଭାଗ୍ୟରେ ଥିଲେ ପରେ ନିଶ୍ଚୟ ଯିବେ ବୋଲି କହିଲେ ଏନସିପି ନେତା ଶରଦ ପାଓ୍ବାର । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣକୁ ଅପେକ୍ଷା କରିନି: ଶରଦ
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣକୁ ଅପେକ୍ଷା କରିନି: ଶରଦ

By ETV Bharat Odisha Team

Published : Jan 9, 2024, 6:39 PM IST

ନୂଆଦିଲ୍ଲୀ: 22 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସାବରେ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । କେବଳ ନିମନ୍ତ୍ରିତ ଅତିଥିମାନେ ହିଁ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ତେବେ ନିମନ୍ତ୍ରଣକୁ ନେଇ ମଧ୍ଯ କିଛି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି । ବରିଷ୍ଠ ରାଜନେତା ତଥା ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ କରାଯାଇନାହିଁ । ସେ ମଧ୍ୟ ନିମନ୍ତ୍ରଣକୁ ଅପେକ୍ଷା କରିନାହାନ୍ତି ବୋଲି କହିଛନ୍ତି । ଯେବେ ତାଙ୍କ ଭାଗ୍ୟରେ ଥିବା ସେ ଅଯୋଧ୍ୟା ଯାଇ ରାମ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ଶରଦ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ରାମ ମନ୍ଦିରର ଅପୂର୍ବ ଶୋଭା, ଆଲୋକମାଳାରେ ଝଟକୁଛି ଗର୍ଭଗୃହ

ଆଜି ମୁମ୍ବାଇରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ସାମ୍ବାଦିକଙ୍କ ପ୍ରଶ୍ନରେ ଶରଦ କହିଛନ୍ତି,‘‘ ମୁଁ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହେବା ପାଇଁ ଅପେକ୍ଷା ମଧ୍ୟ କରିନି । କାର୍ଯ୍ୟକ୍ରମରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ । ଏହି ଭିଡରେ ମୁଁ ସେଠାରୁ ଯାଇ ମଧ୍ୟ ପାରିବି ନାହିଁ । ଯେତେବେଳେ ମୋ ଭାଗ୍ୟରେ ଥିବ, ମୁଁ ସେଠାକୁ ନିଶ୍ଚିୟ ଯାଇ ପ୍ରଭୁଙ୍କ ଦର୍ଶନ କରିବ ।’’ ଏନସିପି ନେତା ଜିତେନ୍ଦ୍ର ଆଓ୍ବାଦ ଶ୍ରୀରାମଙ୍କ ଉପରେ ଦେଇଥିବା ବୟାନରେ ସେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି । ଶରଦ କହିଛନ୍ତି, ଦେଶର ପ୍ରତ୍ୟେକ ନାଗରିକଙ୍କ ମନରେ ଶ୍ରୀରାମଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ପ୍ରଭୁ ଶ୍ରୀରାମ ଆସ୍ଥାର ପ୍ରତୀକ । ଜିତେନ୍ଦ୍ର ଆଓ୍ବାଦ ଦେଇଥିବା ବୟାନର କିଛି ପ୍ରତିକ୍ରିୟା ଦେବା ସେ ଉଚିତ ଅନୁଭବ କରୁନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରାଣ ପ୍ରତିଷ୍ଠା ଉତ୍ସବ: କାଶୀ ପଣ୍ଡିତ ମଣ୍ଡଳୀରେ ସାମିଲ ହେବେ ସହକାରୀ ସସ୍କୃତ ପ୍ରାଧ୍ୟାପକ

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, 22 ତାରିଖ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଯଜମାନ ଭାବେ ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ଦେଶବ୍ୟାପୀ ସାଧୁସନ୍ଥ, ରାଜନୈତିକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବାକୁ ନିମନ୍ତ୍ରିତ ହୋଇଛନ୍ତି । କେବଳ ନିମନ୍ତ୍ରିତ ଅତଥିଙ୍କ ଗହଣରେ ହିଁ କାର୍ଯ୍ୟକ୍ରମ ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ବିରୋଧୀ ଦଳର ନେତାମାନେ ଅଯୋଧ୍ୟା ଗସ୍ତ କରିବେ ବୋଲି ସୂଚନା ମିଳିଛି । ସୋନିଆ ଗାନ୍ଧୀ ମଧ୍ୟ ଅଯୋଧ୍ୟା ଗସ୍ତ କରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଇଚ୍ଛୁକ ଥିବା କଂଗ୍ରେସ କ୍ୟାମ୍ପରୁ ସୂଚନା ମିଳିଛି । ଏବେ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତିରେ ଶେଷ ସ୍ପର୍ଷ ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details