ଓଡିଶା

odisha

ETV Bharat / bharat

‘ବର୍ତ୍ତମାନ ରାଜ୍ୟ ସହ ଲଢିବାର ସମୟ ନୁହେଁ’

ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଏବେ ରାଜ୍ୟ ସରକାର ସହ ଲଢିବା ସମୟ ନୁହେଁ । ଏହା କୋରୋନା ଭାଇରସ ମହାମାରୀ ସହ ମୁକାବିଲା କରିବାର ସମୟ । ଅଧିକ ପଢନ୍ତୁ...

By

Published : May 31, 2021, 12:50 PM IST

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଏହା ରାଜ୍ୟ ସରକାର ସହ ଲଢିବା ସମୟ ନୁହେଁ । ଏହା କୋରୋନା ଭାଇରସ ମହାମାରୀ ସହ ମୁକାବିଲା କରିବାର ସମୟ । ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ହଠାତ୍ ସ୍ଥାନାନ୍ତର କରାଯାଇଥିବା ଖବର ଉପରେ କେଜ୍ରିୱାଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଟ୍ବିଟ କରି କେଜ୍ରିୱାଲ ପ୍ରତିକ୍ରିୟା ରଖିଛନ୍ତି । ଏହାସହ ଏକ ନ୍ୟୁଜ୍ ରିପୋର୍ଟ ମଧ୍ୟ ପୋଷ୍ଟ କରିଛନ୍ତି । ଏହି ସମୟରେ ରାଜ୍ୟକୁ ସହାୟତା କରିବା ଉଚିତ୍, ସେମାନଙ୍କୁ ଟିକା ଦେବା ଉଚିତ୍, ରାଜ୍ୟ ସରକାରଙ୍କ ସହ ମିଶି କାମ କରିବା ଠିକ୍ ବୋଲି କହିଛନ୍ତି କେଜ୍ରିୱାଲ ।

ପ୍ରକାଶଥାଉକି, ବନ୍ଦୋପାଧ୍ୟାୟଙ୍କୁ ଶୁକ୍ରବାର କେନ୍ଦ୍ର ସରକାର ବଦଳି କରିଥିଲେ ମାତ୍ର ଏହାକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ସରକାର । ପଶ୍ଚିମବଙ୍ଗ କ୍ୟାଡରର 1987 ବ୍ୟାଚ୍ ଆଇଏଏସ୍ ଅଧିକାରୀ ବନ୍ଦୋପାଧ୍ୟାୟ । 60 ବର୍ଷ ବୟସ ପରେ ସେ ମେ 31ରେ ଅବସର ନେବାକୁ ସ୍ଥିର ହୋଇଥିଲା । ତେବେ କୋଭିଡ ମ୍ୟାନେଜମେଣ୍ଟ କାମ କରିବା ପାଇଁ କେନ୍ଦ୍ରରୁ ନିର୍ଦ୍ଦେଶ ପରେ ତାଙ୍କୁ 3 ମାସର କାର୍ଯ୍ୟ ସମ୍ପ୍ରସାରଣ ପ୍ରଦାନ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details