ଓଡିଶା

odisha

By

Published : Dec 2, 2021, 12:49 PM IST

ETV Bharat / bharat

Congress ୩୦୦ ଆସନ ଜିତିବ ବୋଲି ନାହିଁ ଆଶା: ଗୁଲାମ ନବୀ ଆଜାଦ

୨୦୨୪ ସାଧାରଣ ନିର୍ବାଚନ (General Election) ପୂର୍ବରୁ କଂଗ୍ରେସକୁ (congrss) ନେଇ ବଡ଼ ବୟାନ ଦେଇଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ (Ghulam nabi azad) । ଅଧିକ ପଢନ୍ତୁ

ଗୁଲାମ ନବୀ ଆଜାଦ
ଗୁଲାମ ନବୀ ଆଜାଦ

ଶ୍ରୀନଗର: ୨୦୨୪ ସାଧାରଣ ନିର୍ବାଚନ (General Election) ପୂର୍ବରୁ କଂଗ୍ରେସକୁ (congrss) ନେଇ ବଡ଼ ବୟାନ ଦେଇଛନ୍ତି ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ (Ghulam nabi azad)। ଜମ୍ମୁ-କଶ୍ମୀରର ପୁଞ୍ଚରେ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି ଆଜାଦ କହିଛନ୍ତି ଯେ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ୩୦୦ ଆସନ ଜିତିବ ବୋଲି ମୋର ଆଶା ନାହିଁ। ତେଣୁ ମୁଁ ଏହାକୁ ନେଇ କୌଣସି ଭୁଲ କିମ୍ବା ମିଛ ପ୍ରତିଶ୍ରୁତି ଦେଇପାରିବି ନାହିଁ ବୋଲି କହିଛନ୍ତି ଗୁଲାମ ।

ଧାରା ୩୭୦ ପୁଣି ଲାଗୁ କରିବା ପ୍ରସଙ୍ଗରେ ଆଜାଦ କହିଛନ୍ତି, ଯେତେବେଳେ ମାମଲା କୋର୍ଟରେ ରହିଛି ସେତେବେଳେ ମୁଁ ତାରା ତୋଳି ଆଣିବା ଓ ଚାନ୍ଦକୁ ମାଟିକୁ ନେଇ ଆସିବା ଭଳି କଥା କହିବି ନାହିଁ । ମୁଁ ସବୁବେଳେ ବାସ୍ତବ କଥା କହେ। ସୁପ୍ରିମକୋର୍ଟଙ୍କ ବ୍ୟତୀତ ଏହି ପ୍ରସଙ୍ଗରେ କେବଳ କ୍ଷମତାରେ ଥିବା ସରକାର ହିଁ କିଛି କରିପାରିବେ ।

କିନ୍ତୁ କ୍ଷମତାରେ ଥିବା ସରକାର ନିଜେ ହିଁ ୩୭୦କୁ ଉଚ୍ଛେଦ କରିଛନ୍ତି। ତେଣୁ ସରକାର ପୁଣି କେମିତି ଏହାକୁ ଲାଗୁ କରିବେ? ୨୦୨୪ରେ ଆମର ୩୦୦ ସାଂସଦ ଆସିବେ ଓ ଧାରା ୩୭୦ ପୁଣି ଲାଗୁ ହେବା ଭଳି ପ୍ରତିଶ୍ରୁତି ମୁଁ ଦେଇ ପାରିବି ନାହିଁ। କାରଣ କଂଗ୍ରେସ ଆସନ୍ତା ସାଧାରଣ ନିର୍ବାଚନରେ ୩୦୦ ଆସନ ଜିତିବ ବୋଲି ମୋର ଆଶା ନାହିଁ।

ସୂଚନାଯୋଗ୍ୟ, ୨୦୧୯ ମସିହା ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଉପତ୍ୟକାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ତେବେ ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ରାଜନୀତିକ ଦଳଗୁଡ଼ିକ ଏପରି ନିଷ୍ପତ୍ତିକୁ ବିରୋଧ କରି ଚାଲିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details