ଓଡିଶା

odisha

ETV Bharat / bharat

ଦିଲ୍ଲୀ ଯିବେନି ବନ୍ଦୋପାଧ୍ୟାୟ, ଚିଠି ଲେଖି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କଲେ ମମତା - Mamata Banerjee

ମୁଖ୍ୟ ଶାସନ ସଚିବଙ୍କୁ ମୁକ୍ତ କରିବାକୁ ନାରାଜ୍ ପଶ୍ଚିମବଙ୍ଗ ସରକାର । ଆଜି(ସୋମବାର) ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମମତା ବାନାର୍ଜୀ । ଅଧିକ ପଢନ୍ତୁ...

କେନ୍ଦ୍ର ଯିବେନି ବନ୍ଦୋପାଧ୍ୟାୟ
କେନ୍ଦ୍ର ଯିବେନି ବନ୍ଦୋପାଧ୍ୟାୟ

By

Published : May 31, 2021, 10:48 AM IST

କୋଲକାତା: ମୁଖ୍ୟ ଶାସନ ସଚିବଙ୍କୁ ମୁକ୍ତ କରିବାକୁ ନାରାଜ୍ ପଶ୍ଚିମବଙ୍ଗ ସରକାର । ଆଜି(ସୋମବାର) ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ସରକାର ଆଳାପନ ବନ୍ଦୋପାଧ୍ୟାୟଙ୍କୁ ରାଜ୍ୟ ଦାୟିତ୍ବରୁ ମୁକ୍ତ କରିବେ ନାହିଁ ବୋଲି ଚିଠିରେ ଜଣାଇଛନ୍ତି ମମତା । ଏହାସହ କେନ୍ଦ୍ରର ନିର୍ଦ୍ଦେଶକୁ ଫେରାଇ ନେବା ପାଇଁ ଚିଠିରେ କୁହାଯାଇଛି ଓ ନିଷ୍ପତ୍ତିକୁ ଆଉ ଥରେ ବିଚାର କରାଯାଉ ବୋଲି ନିବେଦନ କରିଛନ୍ତି ମମତା ବାନାର୍ଜୀ ।

ପ୍ରକାଶଥାଉକି, ମେ 31 ଅର୍ଥାତ ଆଜି ସକାଳେ ଆଳାପନ୍ ବନ୍ଦୋପାଧ୍ୟାୟଙ୍କୁ କାର୍ମିକ ଏବଂ ତାଲିମ ବିଭାଗରେ ଯୋଗ ଦେବାର ଥିଲା । କିଛି ଦିନ ପୂର୍ବରେ କେନ୍ଦ୍ର ସରକାର ତାଙ୍କୁ ରାଜ୍ୟ ଦାୟିତ୍ବରୁ କେନ୍ଦ୍ର ଦାୟିତ୍ବରେ ନିଯୁକ୍ତ କରିଥିଲେ । ତେବେ ଆଜି ବନ୍ଦୋପାଧ୍ୟାୟ ଅବସର ମଧ୍ୟ ନେଇଥାନ୍ତେ ମାତ୍ର ତାଙ୍କର କାର୍ଯ୍ୟକାଳକୁ ଆଉ 3 ମାସ ପାଇଁ ବୃଦ୍ଧି କରାଯାଇଛି ।

ତେବେ ବନ୍ଦୋପାଧ୍ୟାୟ ସେବା ସମ୍ପ୍ରସାରଣ ଗ୍ରହଣ କରିବା ପରିବର୍ତ୍ତେ ଅବସର ନେବାକୁ ବାଛିପାରନ୍ତି, କାରଣ ସେ ମେ 31 ରେ ଅବସର ନେବାର ଥିଲା। ତାଙ୍କୁ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details