ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନର ଦ୍ବିତୀୟ ଦିନ (second day of Parliament Winter session ) । ନିଲମ୍ବିତ ୧୨ ରାଜ୍ୟସଭା ସାଂସଦଙ୍କ (suspended 12 Rajya Sabha MP) ନିଲମ୍ବନ ପ୍ରତ୍ୟାହାର ଦାବିରେ ସଂସଦରେ ହଟଚମଟ ଦେଖିବାକୁ ମିଳିଛି । ନିଲମ୍ବିତ ସାଂସଦଙ୍କ କ୍ଷମା ପ୍ରାର୍ଥନାକୁ ନେଇ ସାଂସଦ ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି ବିଲକୁଲ ନୁହେଁ କଣ ପାଇଁ କ୍ଷମା ମାଗିବେ ? ସେମାନେ ସାଂସଦରେ ଲୋକଙ୍କ ସ୍ବର ଉଠାଇଥିଲେ ।
ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କ( Rajya Sabha Chairman M Venkaiah Naidu) ନିକଟରେ ନିଲମ୍ବିତ ୧୨ ରାଜ୍ୟସଭା ସାଂସଦ ନିଲମ୍ବନ ପ୍ରତ୍ୟାହାର ଦାବି କରିଥିଲେ ଯାହାକୁ ଅଧ୍ୟକ୍ଷ ପ୍ରତ୍ୟାଖାନ କରିଥିଲେ । ଦାବି କରି ବିରୋଧୀ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।