ଲକ୍ଷ୍ନୌ:ଶାରିରୀକ ସମ୍ପର୍କ ସ୍ଥାପନ ପାଇଁ ସ୍ବାମୀଙ୍କୁ ଅନୁମତି ନଦେବା କ୍ରୁରତା ଅଟେ । ବିନା କୌଣସି କାରଣରେ ଜୀବନସାଥୀଙ୍କ ସହ ଶାରିରୀକ ସମ୍ବନ୍ଧ ପାଇଁ ମନା କରିବା ନିଷ୍ଠୁରତା ସହ ସମାନ । ଯଦି ଦୀର୍ଘ ଦିନ ଧରି ସ୍ତ୍ରୀ ନିଜ ସ୍ବାମୀଙ୍କ ସହ ଯୌନ ସମ୍ବନ୍ଧ ରଖିବାକୁ ମନା କରନ୍ତି ଏହାକୁ ମାନସିକ କ୍ରୁରତା କୁହାଯିବ । ଏକ ଛାଡପତ୍ର ମାମଲାର ବିଚାର କରି ସ୍ବାମୀ-ସ୍ତ୍ରୀଙ୍କ ବୈବାହିକ ସମ୍ପର୍କକୁ ନେଇ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ବିଚାରପତି ସୁନୀତ କୁମାର ଏବଂ ରାଜେନ୍ଦ୍ର କୁମାରଙ୍କ ଖଣ୍ଡପୀଠ ବାରଣାସୀର ରବୀନ୍ଦ୍ର ପ୍ରତାପ ଯାଦବଙ୍କ ଆବେଦନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ।
ଆହ୍ଲାବାଦ ହାଇକୋର୍ଟରେ ମାମଲାର ତଥ୍ୟ ଅନୁସାରେ, ୧୯୭୯ ମସିହାରେ ଆବେଦକାରୀ ରବୀନ୍ଦ୍ରଙ୍କ ବିବାହ ହୋଇଥିଲା । ବିବାହର କିଛି ଦିନ ପରେ ପତ୍ନୀଙ୍କ ବ୍ୟବହାର ଓ ଆଚରଣ ବଦଳି ଯାଇଥିଲା । ସ୍ବାମୀଙ୍କ ସହ ଶାରିରୀକ ସମ୍ବନ୍ଧ ସ୍ଥାପନ କରିବାକୁ ସେ ଆଗ୍ରହୀ ହେଉନଥିଲେ । ଦୁଇ ଜଣ ଗୋଟିଏ ଛାତ ତଳେ ରହୁଥିଲେ ହେଁ ସେମାନଙ୍କ ଭିତରେ ବୈବାହିକ ଅଥବା ଶାରିରୀକ ସମ୍ପର୍କ ରହୁନଥିଲା । ସ୍ବାମୀ ପତ୍ନୀଙ୍କୁ ରାଜି କରିବାକୁ ଅନେକ ପ୍ରଚେଷ୍ଟା କରିଥିଲେ । କିନ୍ତୁ ପତ୍ନୀ ଆଦୌ ରାଜି ହୋଇନଥିଲେ ଏବଂ ନିଜ ବାପଘରକୁ ଚାଲି ଯାଇଥିଲେ ।