ଓଡିଶା

odisha

ETV Bharat / bharat

ଘାଟିରେ AK-47 ରାଇଫଲ ନୁହେଁ, ପିସ୍ତଲ ବ୍ୟବହାର କରୁଛନ୍ତି ଆତଙ୍କୀ - କାଶ୍ମୀରରେ ଆତଙ୍କବାଦ

ଘାଟିରେ ଆତଙ୍କବାଦୀଙ୍କ ପସନ୍ଦ ପିସ୍ତଲ । AK-47 ରାଇଫଲ ନୁହେଁ, ଅଧିକ ପିସ୍ତଲ ବ୍ୟବହାର କରୁଚନ୍ତି ଆତଙ୍କୀ । ଗତ 13 ମାସରେ ଜବତ ହେଲାଣି 170 ଟି ବିଦେଶୀ ପିସ୍ତଲ । ଅଧିକ ପଢନ୍ତୁ

ଘାଟିରେ AK-47 ରାଇଫଲ ନୁହେଁ, ଅଧିକ ପିସ୍ତଲ ବ୍ୟବହାର କରୁଛନ୍ତି ଆତଙ୍କୀ
ଘାଟିରେ AK-47 ରାଇଫଲ ନୁହେଁ, ଅଧିକ ପିସ୍ତଲ ବ୍ୟବହାର କରୁଛନ୍ତି ଆତଙ୍କୀ

By

Published : Feb 22, 2023, 9:42 PM IST

ଶ୍ରୀନଗର:ଘାଟିରେ ଆତଙ୍କବାଦୀ ଅଧିକ ବ୍ୟବହାର କରୁନାହାନ୍ତି ଏକେ-47 ରାଇଫଲ । ଅତ୍ୟାଧୁନିକ ପିସ୍ତଲ ବ୍ୟବହାର କରିବାକୁ ବେଶି ପସନ୍ଦ କରୁଛନ୍ତି । ଗତ 13 ମାସରେ ସେନା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ଏକାଧିକ ଅପରେସନରେ ସେନାକୁ ସଫଳତା ମିଳିଥିବା ବେଳେ ମୃତାହତ ଆତଙ୍କୀଙ୍କ ଠାରୁ ଜବତ ହୋଇଛି ଆମେରିକା ଓ ଚୀନ ସମେତ ଅନ୍ୟ କିଛି ଦଶରେ ନିର୍ମିତ ଅତ୍ୟାଧୁନିକ ପିସ୍ତଲ । ବିିଭିନ୍ନ ଅପରେସନରେ ଆମେରିକା ନିର୍ମିତ ଷ୍ଟ୍ରେଜର ଏସଟିଆର-9, ଅଷ୍ଟ୍ରଆ ନିର୍ମିତ ଗ୍ଲୋକ-19, ଚୀନର ମଧ୍ୟ କିଛି ଅତ୍ୟାଧୁନିକ ମଡେଲର 170 ଟି ପିସ୍ତଲ ଜବତ କରିଛି ସେନା । ଯାହା ରାଇଫଲ ତୂଳନାରେ ବେଶ ଅଧିକ ।

ଜମ୍ମୁର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, 2022 ଜାନୁଆରୀ ପହିଲା ପରଠାରୁ ବିଭିନ୍ନ ଏନକାଉଣ୍ଟର ତଥା ନାକା ଯାଞ୍ଚ ସମୟରେ ସୁରକ୍ଷା ବାହିନୀର ଯବାନ 178 ରୁ ଅଧିକ ପିସ୍ତଲ ଉଦ୍ଧାର କରିଛନ୍ତି । ତେବେ ଏହି ଅତ୍ୟାଧୁନିକ ତଥା ବିଦେଶୀ ପିସ୍ତଲ ଓ ଅନ୍ୟ ମାରଣାସ୍ତ୍ର କାଶ୍ମୀର ପହଞ୍ଚିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏହାର ସୀମାପାର ଯୋଗାଣ କରାଯାଉଛି । ଡ୍ରୋନ ଯୋଗେ ଏହାକୁ ଆତଙ୍କୀ ଗୋଷ୍ଠୀଙ୍କ ନିକଟକୁ ପଠାଯାଉଛି । ଏହି ପିସ୍ତଲ ରାଇଫଲ ଅପେକ୍ଷାକୃତ ଛୋଟ ଓ ସଞ୍ଚାଳିତ କରିବାରେ ବେଶି ସହଜ । ସେହିପରି ପୋଲିସ କିମ୍ବା ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ବିନା ସନ୍ଦେହରେ ଏହା କ୍ୟାରି କରିବା ମଧ୍ୟ ସହଜ ହୋଇଥିବା କାରଣରୁ ଆତଙ୍କବାଦୀମାନେ ଏହାକୁ ବିକଳ୍ପ ଭାବେ ଚୟନ କରିଛନ୍ତି ।

ସେହିପରି ସେ ଜବତ ହୋଇଥିଲା ମରାଣାସ୍ତ୍ର ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଥିଲେ,ମେ 2022 ପର୍ଯ୍ୟନ୍ତ 130 ପିସ୍ତଲ ଜବତ ହୋଇଥିଲା । ଏବେ ସୁଦ୍ଧା ମୋଟ 178 ଟି ବିଦେଶୀ ପିସ୍ତଲ ଜବତ ହୋଇଛି । ନିକଟରେ ହୋଇଥିବା ଏକାଧିକ ସାଧାରଣ ନାଗରିକ ହତ୍ୟାରେ ମଧ୍ୟ ଏହି ସବୁ ଅସ୍ତ୍ରସସ୍ତ୍ର ବ୍ୟବହାର ହୋଇଥିବା ପୋଲିସ କହିଛି । ଆକ୍ରମଣ ଘଟାଇବା ପରେ ମାରଣାସ୍ତ୍ର ସହ ଲୁଚିବାରେ ଆତଙ୍କୀଙ୍କୁ ସୁବିଧା ହେଉଥିଲା । ଏବେ ଘାଟିରେ ପୋଲିସ ଓ ସୁରକ୍ଷାବଳ ଆତଙ୍କ ନିରୋଧୀ ଅପରେସନକୁ ଜୋରଦାର କରିଛି । ଘାଟିରେ ଅଳ୍ପସଂଖ୍ୟକ ଆତଙ୍କୀ ରହିଛନ୍ତି । ସାମାପାର ଆତଙ୍କୀ ଅନୁପ୍ରବେଶକୁ ମଧ୍ୟ ରୋକିବା ପାଇଁ ଗୁଇନ୍ଦା ଓ ପାଟ୍ରୋଲିଂକୁ କଡାକଡି କରାଯାଇଛି । ଗତ କିଛି ଦିନ ହେବ ଟାର୍ଗେଟ କିଲିଂରେ ମଧ୍ୟ ରୋକ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details