ନୂଆଦିଲ୍ଲୀ:କରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଟ୍ରେନ ଚଳାଚଳ ଆରମ୍ଭ ହେବ । ଦିଲ୍ଲୀରେ ଆଉ କିଛିଦିନ ପରେ ପାସେଞ୍ଜର ଟ୍ରେନ୍ ପୁଣି ଥରେ ଚଳାଚଳ କରିବ । ଉତ୍ତର ରେଳବାଇ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ 35 ଟି ଟ୍ରେନ୍ ଚଳାଚଳ ଆରମ୍ଭ କରିବ ବୋଲି ସୂଚନା ମିଳିଛି ।
ଆସନ୍ତା 22ରୁ ଦିଲ୍ଲୀରେ ଗଡିବ ପାସେଞ୍ଜର ଟ୍ରେନ - ପାସେଞ୍ଜେର ଟ୍ରେନ ଚଳାଚଳ ଦିଲ୍ଲୀ
ନୂଆଦିଲ୍ଲୀରେ ଆସନ୍ତା 22ରୁ ଚଳାଚଳ କରିବ ପାସେଞ୍ଜର ଟ୍ରେନ । କୋରୋନାର ସମସ୍ତ ଗାଇଡଲାଇନ ଅନୁସରଣ କରି ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା କରିବା ବାଧ୍ୟତାମୂଳକ ରହିଛି । ଅଧିକ ପଢନ୍ତୁ...
ଆସନ୍ତା 22ରୁ ଦିଲ୍ଲୀରେ ଗଡିବ ପାସେଞ୍ଜର ଟ୍ରେନ
ଆସନ୍ତା 22 ତାରିଖରୁ ଦିଲ୍ଲୀରେ 35ଟି ପାସେଞ୍ଜର ଟ୍ରେନ ଟ୍ରାକରେ ଗଡିବା ଆରମ୍ଭ କରିବା ସହ ଆଗାମୀ ଦିନରେ ଟ୍ରେନସଂଖ୍ୟା ବୃଦ୍ଧି କରାଯିବା ନେଇ ସୂଚନା ମିଳିଛି । ଉତ୍ତର ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାରଙ୍କ ସୂଚନା ଅନୁଯାୟୀ, ବହୁ ଦିନର ବ୍ୟବଧାନ ପରେ ଦିଲ୍ଲୀରେ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ଯାଉଛି । ଯାତ୍ରୀମାନଙ୍କୁ କରୋନାର ସମସ୍ତ ଗାଇଡଲାଇନକୁ ଅନୁସରଣ କରି ଟ୍ରେନରେ ଯାତ୍ରା କରିବାକୁ ପଡିବ । ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ