ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋରୋନା ସଂକ୍ରମଣ ହ୍ରାସ ପାଇଛି । ତେବେ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ପରେ ଉତ୍ତରାଞ୍ଚଳ ରେଳବାଇ 8ଟି ରେଳ ଷ୍ଟେସନରେ ପୁଣି ଟିକେଟ ବିକ୍ରି ଆରମ୍ଭ କରିବା ପାଇଁ ଶନିବାର ନିଷ୍ପତ୍ତି ନେଇଛି ।
ସହରରେ ସଂକ୍ରମଣ ହ୍ରାସ ପାଇବା ପରେ ପ୍ଲାଟଫର୍ମରେ ଟିକେଟ ବିକ୍ରି କରିବା ପାଇଁ ଉତ୍ତରାଞ୍ଚଳ ରେଳବାଇ ନିଷ୍ପତ୍ତି ନେଇଛି । ସହରର ମୁଖ୍ୟ 8ଟି ସ୍ଥାନରେ ଏହାକୁ କାର୍ଯ୍ୟକାରୀ କରାଯିବ । ତେବେ ଅଯଥା ଜନଗହଳିକୁ ଏଡାଇବା ପାଇଁ ଟିକେଟର ମୂଲ୍ୟକୁ 30 ଟଙ୍କା ବଢାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଉତ୍ତରାଞ୍ଚଳ ଷ୍ଟେସନର ଜେନେରାଲ ମ୍ୟାନେଜର ଆଶୁତୋଷ ଗଙ୍ଗଲ କହିଛନ୍ତି ।