ଲକ୍ଷ୍ନୌ:୨୦ ଟଙ୍କା ପାଇଁ ଦୀର୍ଘ ୨୧ ବର୍ଷ ଉପଭୋକ୍ତା ଆୟୋଗ ଦୌଡ଼ିବା ପରେ ରେଳଯାତ୍ରୀଙ୍କୁ ମିଳିଛି ନ୍ୟାୟ । ସେ ତାଙ୍କ ଅର୍ଥ ଫେରି ପାଇଛନ୍ତି । ଉତ୍ତର ପୂର୍ବାଞ୍ଚଳ ରେଲୱେର ବୁକିଂ କର୍ମଚାରୀ (Booking Clerk North Eastern Railway)ତାଙ୍କଠୁ ଅଧିକ ୨୦ ଟଙ୍କା ନେଇଯିବା ପରେ ଯାତ୍ରୀ (North Eastern Railway passenger) ଜଣକ ଉପଭୋକ୍ତା ଆୟୋଗରେ ଅଭିଯୋଗ କରିଥିଲେ । ଏହି ଅର୍ଥ ଫେରସ୍ତ ପାଇବା ପାଇଁ ତାଙ୍କୁ ୨୧ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ଆୟୋଗ ବୁକିଂ କ୍ଲର୍କକୁ ଦଣ୍ଡିତ କରିଥିବା ମଧ୍ୟ ଜଣାପଡ଼ିଛି ।
ଘଟଣା ହେଉଛି ୨୦୦୧ ଡିସେମ୍ବର ୨୫ ତାରିଖର । ମଥୁରା ହୋଲି ଗେଟ ଅଧିବାସୀ ତୁଙ୍ଗନାଥ ଚତୁର୍ବେଦୀ ଟ୍ରେନରେ ମୁରାଦବାଦ ଯାତ୍ରା କରିଥିଲେ । ତେବେ ଉତ୍ତର ପୂର୍ବାଞ୍ଚଳ ରେଳପଥର ଜଣେ ବୁକିଂ କ୍ଲର୍କ ୨ଟି ଟିକେଟ କରିଥିଲେ । ପ୍ରତି ଟିକେଟର ମୂଲ୍ୟ ୩୫ ଟଙ୍କା ଥିବା ବେଳେ ସେ ବୁକିଂ କ୍ଲର୍କଙ୍କୁ ୧୦୦ ଟଙ୍କା ଦେଇଥିଲେ । ମାତ୍ର ରେଳ କର୍ମଚାରୀ ଜଣକ ୭୦ ଟଙ୍କା ବଦଳରେ ୯୦ ଟଙ୍କା କାଟିଥିଲେ । ଅତିରିକ୍ତ ଭାବେ କାଟିଥିବା ୨୦ ଟଙ୍କା ସେ ଯାତ୍ରୀଙ୍କୁ ଫେରସ୍ତ କରିନଥିଲେ । ଏ ନେଇ ରେଳଯାତ୍ରୀ ଜିଲ୍ଲା ଉପଭୋକ୍ତା ଆୟୋଗ ନିକଟରେ ଅଭିଯୋଗ କରିଥିଲେ ।