ଓଡିଶା

odisha

ETV Bharat / bharat

କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ: ସୋପିଆନରେ ୨ ଅଣକାଶ୍ମୀର ଶ୍ରମିକଙ୍କୁ ହତ୍ୟା

ସୋପିଆନରେ ୨ ଅଣ କାଶ୍ମୀର ଶ୍ରମିକଙ୍କୁ ହତ୍ୟା । ମୃତକ ଉତ୍ତରପ୍ରଦେଶର ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସୋପିଆନରେ ୨ ଅଣ କାଶ୍ମୀର ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କୀ
ସୋପିଆନରେ ୨ ଅଣ କାଶ୍ମୀର ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କୀ

By

Published : Oct 18, 2022, 7:32 AM IST

ଶ୍ରୀନଗର: କାଶ୍ମୀରରେ ଥମୁନି ଟାର୍ଗେଟ କିଲିଂ । ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳିମାଡର ଦୁଇ ଦିନ ପରେ ପୁଣି ଦୁଇ ଅଣ-କାଶ୍ମୀର ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ (Two Non Kashmiri Killed By Militants) । ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ସୋପିଆନ ଜିଲ୍ଲା ହରମେନ ଅଞ୍ଚଳରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ମୃତକମାନଙ୍କ ନାମ ମନୀଷ କୁମାର ଓ ରାମ ସାଗର । ଉଭୟ ଉତ୍ତରପ୍ରଦେଶର କନ୍ନୌଜ ନିବାସୀ ଅଟନ୍ତି ବୋଲି ଜଣାପଡିଛି । ଆଜି(ମଙ୍ଗଳବାର) କାଶ୍ମୀର ଜୋନ ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ପୋଲିସ ସୂଚନା ମୁତାବକ, ଉତ୍ତରପ୍ରଦେଶର ମନୀଷ କୁମାର ଓ ରାମ ସାଗର କାଶ୍ମୀରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଶୋଇଥିବା ଅବସ୍ଥାରେ ଆତଙ୍କବାଦୀ ସେମାନଙ୍କ ଉପରେ ଗ୍ରେନେଡ ମାଡ କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଦୁହିଁଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ପୋଲିସ ଆତଙ୍କବାଦୀଙ୍କୁ ଧରିବା ପାଇଁ ସମଗ୍ର ଅଞ୍ଚଳରେ ଘେରାବନ୍ଦୀ କରିଥିଲା । ଶେଷରେ ଜଣେ ଲସ୍କର ଇ ତୋଇବା ଆତଙ୍କୀଙ୍କୁ ଗିରଫ କରାଯାଇଛି । ଏହି ଆତଙ୍କୀ ହରମେନ ଅଞ୍ଚଳର ଇମ୍ରାନ ବଶିର ହୋଇଥିବା ପରିଚୟ ମିଳିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: ସୋପିଆନରେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା

ଏହାପୂର୍ବରୁ ଶନିବାର ଆତଙ୍କାବୀଦମାନେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଥିଲେ । ସୋପିଆନ ଜିଲ୍ଲାର ଚୌଧୁରୀଗୁଣ୍ଡ ଗାଁରେ ଆତଙ୍କୀ ପୁରନ କ୍ରିଷ୍ଣ ଭଟ୍ଟ ନାମକ ବ୍ୟକ୍ତିଙ୍କୁ ତାଙ୍କ ଘର ନିକଟରେ ଗୁଳି କରି ହତ୍ୟା କରିଥିଲେ । ଗୁଳିକାଣ୍ଡରେ ମୃତକଙ୍କ ଭାଇ ମଧ୍ୟ ଆହତ ହୋଇଥିଲେ । ସେହିପରି ଗତ ଅଗଷ୍ଟ ୧୬ରେ ସୋପିଆନରେ ସୁନୀଲ କୁମାର ନାମକ ଆଉ ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଥିଲା ।

ABOUT THE AUTHOR

...view details