ଓଡିଶା

odisha

ETV Bharat / bharat

ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ ଅଗଷ୍ଟ 15

ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ ସୁପାରିଶ ପ୍ରକ୍ରିୟା ଜାରି ରହିଛି ଆସନ୍ତା ଅଗଷ୍ଟ 15 ଆବେଦନର ଶେଷ ତାରିଖ । ଅଧିକ ପଢନ୍ତୁ...

ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ଆବେଦନର ଶେଷ ତାରିଖ ଅଗଷ୍ଟ 15
ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ଆବେଦନର ଶେଷ ତାରିଖ ଅଗଷ୍ଟ 15

By

Published : Jul 3, 2021, 8:25 AM IST

ନୂଆଦିଲ୍ଲୀ: ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ ସୁପାରିଶ ପ୍ରକ୍ରିୟା ଜାରି ରହିଛି ଆସନ୍ତା ଅଗଷ୍ଟ 15 ଆବେଦନର ଶେଷ ତାରିଖ । ଏନେଇ ଗୃହମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ଗୃହ ମନ୍ତ୍ରଣାଳୟର ଓ୍ବେବସାଇଟ୍ https://nationalunityawards.mha.gov.in ରେ ନାମାଙ୍କନ ଏବଂ ସୁପାରିଶଗୁଡିକ ଅନଲାଇନରେ ଗ୍ରହଣ କରାଯାଉଛି |

ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ଭାରତର ଏକତା ତଥା ଅଖଣ୍ଡତା ପାଇଁ କେନ୍ଦ୍ର ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରତିଷ୍ଠା କରିଛି। ଜାତୀୟ ଏକତା ଏବଂ ଅଖଣ୍ଡତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ଉଲ୍ଲେଖନୀୟ ତଥା ପ୍ରେରଣାଦାୟକ ଅବଦାନକୁ ସ୍ବୀକୃତି ଦେବାକୁ ଚେଷ୍ଟା କରେ ।

ଭାରତର ଯେକୌଣସି ନାଗରିକ ଏବଂ କୌଣସି ଅନୁଷ୍ଠାନ କିମ୍ବା ସଂଗଠନ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଅଟନ୍ତି । ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ ମଧ୍ୟ ପୁରସ୍କାର ପାଇଁ ନାମାଙ୍କନ ପଠାଇ ପାରିବେ।

@ANI

ABOUT THE AUTHOR

...view details