ଓଡିଶା

odisha

ETV Bharat / bharat

ପନ୍ନାରେ ଚମକିଲା ନୋଏଡ଼ା ବ୍ୟକ୍ତିଙ୍କ ଭାଗ୍ୟ, ପାଇଲେ ଜେମ୍ସ କ୍ବାଲିଟିର ହୀରା - ଜେମ୍ସ କ୍ବାଲିଟିର ହୀରା ପାଇଲେ ନୋଏଡାର ବ୍ୟକ୍ତି

ପନ୍ନାରେ ନିଆରା ହୀରା ପାଇଲେ ଉତ୍ତର ପ୍ରଦେଶ ନୋଏଡ଼ାର ଜଣେ ବ୍ୟକ୍ତି । ହୀରାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ଅଧିକ ପଢ଼ନ୍ତୁ

Noida man got gems quality diamond in Madhya Pradesh Panna
ପନ୍ନାରେ ଚମକିଲା ନୋଏଡ଼ା ବ୍ୟକ୍ତିଙ୍କ ଭାଗ୍ୟ, ପାଇଲେ ଜେମ୍ସ କ୍ବାଲିଟିର ହୀରା

By

Published : Oct 4, 2022, 10:54 PM IST

ଭୋପାଳ: ମଧ୍ୟ ପ୍ରଦେଶର ପନ୍ନାରେ ନିଆରା ହୀରା ପାଇଲେ ଉତ୍ତର ପ୍ରଦେଶ ନୋଏଡ଼ାର ଜଣେ ବ୍ୟକ୍ତି । ପନ୍ନାରେ ହୀରା ମିଳୁଥିବା ନେଇ ଖବର ପାଇବା ପରେ ନୋଏଡାର ରାଣା ପ୍ରତାପ ନାମକ ବ୍ୟକ୍ତି ମାତ୍ର ୬ ମାସ ପୂର୍ବରୁ ପନ୍ନାରେ ସରକାରୀ ହୀରା କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏହାପରେ ଏକ ହୀରା ଖାଦାନର ପଟ୍ଟା ସ୍ବୀକୃତ କରାଇଥିଲେ । ନବମୀ ଭଳି ପୂଣ୍ୟ ତିଥିରେ ତାଙ୍କୁ ୯.୬୪ କ୍ୟାରେଟ୍‌ର ଏକ ହୀରା ମିଳିଛି ।

ଏହାକୁ ନେଇ ଖୁସି ଜାହିର କରିଛନ୍ତି ରାଣା ପ୍ରତାପ । ସେ ପାଇଥିବା ହୀରାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ରାଣା ପ୍ରତାପ ଓ ତାଙ୍କ ଦୁଇ ବନ୍ଧୁ ମିଶି ପନ୍ନାରେ ଏକ ହୀରା ଖଣି ଲିଜ୍‌ରେ ନେଇଥିଲେ । ମଙ୍ଗଳବାର ଦୁର୍ମୂଲ୍ୟ ହୀରା ମିଳିଥିବା ନେଇ ତାଙ୍କ ବନ୍ଧୁ ଖବର ଦେଇଥିଲେ । ଏହାପର ସ୍ଥାନୀୟ ହୀରା କାର୍ଯ୍ୟାଳୟରେ ହୀରା ଜମା କରିଥିଲେ ୩ ବନ୍ଧୁ ।

ବର୍ତ୍ତମାନ ହୀରାର ନିଲାମୀ ହେବ । ନିଲାମୀ ପରେ ୧୨ ପ୍ରତିଶତ ରୟାଲ୍ଟି କଟାଯାଇ ଶେଷ ଟଙ୍କା ହୀରା ପାଇଥିବା ବ୍ୟକ୍ତିଙ୍କୁ ହିଁ ଦିଆଯିବ । ଏହାପରେ ଏଥିରୁ ମିଳିବାକୁ ଥିବା ଟଙ୍କାରେ ରାଣା ପ୍ରତାପ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବେ । ତା ସହି ପଡ଼ ହୀରା ଖାଦାନ ପଟ୍ଟା ପାଇଁ ଆବେଦନ କରିବା ସହ ଗରିବ ପିଲାଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି । ତାଙ୍କୁ ମିଳିଥିବା ହୀରା ଜେମ୍ସ କ୍ୱାଲିଟିର ବୋଲି ଜଣା ପଡ଼ିଛି । ଏଣୁ ଏହାର ଦାମ୍‌ ଲକ୍ଷାଧିକ ଟଙ୍କା ବୋଲି କୁହାଯାଉଛି ।

ABOUT THE AUTHOR

...view details