ଓଡିଶା

odisha

ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

By

Published : May 2, 2022, 12:39 PM IST

କୋରୋନା ଟୀକାକରଣକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏଣିକି ଟିକା ନେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ । ଅଧିକ ପଢନ୍ତୁ

ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ
ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋରୋନା ଟୀକାକରଣକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏଣିକି ଟିକା ନେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ । ଆଜି(ସୋମବାର) ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କିନ୍ତୁ ଧାରା ୨୧ ଅନୁଯାୟୀ ସର୍ବସାଧାରଣଙ୍କ କଲ୍ୟାଣ ଏବଂ ସ୍ବାସ୍ଥ୍ୟ ନିମନ୍ତେ ସରକାର ନୀତି ଗଠନ କରିବା ସହିତ କିଛି ସର୍ତ୍ତାବଳୀ ଲାଗୁ କରିପାରନ୍ତି ଜଷ୍ଟିସ ଏଲ ନାଗେଶ୍ବର ରାଓ ଏବଂ ବି.ଆର ଗଭାଇ ସୂଚନା ଦେଇଛନ୍ତି ।

ତେବେ ସାମ୍ପ୍ରତିକ ଟିକାକରଣ ନୀତିକୁ ଅନୁଚିତ ବୋଲି କୁହାଯାଇ ପାରିବନାହିଁ । ଟିକା ନେବାକୁ ବାଧ୍ୟ କରାଯାଉଥିବା ନିଷ୍ପତ୍ତିକୁ ଚାଲେଞ୍ଜ କରି ଆଗତ ହୋଇଥିବା ପିଟିସନର ଶୁଣାଣି ବେଳେ ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, "ଟିକା ନେଇଥିବା ବ୍ୟକ୍ତିମାନଙ୍କ ଠାରୁ ଟିକା ନ ନେଇ ଥିବା ବ୍ୟକ୍ତିମାନେ ଯେ, ଅଧିକ ସଂକ୍ରମିତ କରୁଛନ୍ତି, ଏହାକୁ ପ୍ରମାଣ କରିବା ଲାଗି ସରକାର କୌଣସି ତଥ୍ୟ ଦାଖଲ କରିପାରି ନାହାନ୍ତି । ତେଣୁ, ଟିକା ନ ନେଇ ଥିବା ଲୋକମାନଙ୍କୁ ସର୍ବସାଧାଣ ସ୍ଥାନକୁ ଛଡ଼ାଯିବାରେ ପ୍ରତିବନ୍ଧକ ଲାଗୁ କରିବା ଉଚିତ୍‌ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।"

ବର୍ତ୍ତମାନ ଲାଗୁ ହୋଇଥିବା କୋଭିଡ ଭ୍ୟାକସିନ ନୀତି ଅନୁଚିତ କିମ୍ବା ମନମାନି ନୁହେଁ । ଏଥିସହ କରୋନା ଟିକାକୁ ବାଧ୍ୟତାମୂଳକ ବୋଲି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ABOUT THE AUTHOR

...view details