ହାଇଦ୍ରାବାଦ: ସାହିତ୍ୟ କ୍ଷେତ୍ରରେ ଘୋଷଣା ହୋଇଛି ଚଳିତ ବର୍ଷର ନୋବେଲ ପୁରସ୍କାର (Nobel Prize In Literature 2022) । ସାହିତ୍ୟରେ ଉତ୍କୃଷ୍ଟତା ପାଇଁ ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସ (French author Annie Ernaux)ଙ୍କୁ ମିଳିଛି ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ । ସାହିତ୍ୟ କ୍ଷେତ୍ରରେ ନିଜ କଲମ ମୁନରେ ଦେଖାଇଥିବା ସାହସିକତା ପାଇଁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ମିଳିଛି ।
ତାଙ୍କ କଲମ ମୁନରେ ସେ ନିଜ ବ୍ୟକ୍ତିଗତ ଜୀବନର ଅନେକ ସ୍ମୃତିକୁ ମଧ୍ୟ ପ୍ରକାଶିତ କରିଥାନ୍ତି । ସେ ବ୍ୟକ୍ତିଗତ ସ୍ମୃତିର ମୂଳ, ବିଚ୍ଛିନ୍ନତା ଏବଂ ସାମୂହିକ ପ୍ରତିବନ୍ଧକକୁ ମଧ୍ୟ ଭାଷା ମାଧ୍ୟମରେ ପ୍ରକାଶ କରନ୍ତି । ସୂଚନା ଥାଉ କି ଗତ ମଙ୍ଗଳବାର ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଆଲେନ୍ ଆସପେକ୍ଟ (Alain Aspect), ଜନ୍ କ୍ଲଜର (John Clauser) ଏବଂ ଆଣ୍ଟନ୍ ଜେଲିଞ୍ଜର୍ (Anton Zeilinger )ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।
ଏହା ବି ପଢନ୍ତୁ- Nobel Prize 2022 In Physics: ଏଥର ମିଳିତ ଭାବେ ତିନି ଜଣ ପଦାର୍ଥ ବିଜ୍ଞାନୀ ପାଇବେ ନୋବେଲ