ଓଡିଶା

odisha

ETV Bharat / bharat

'ଜିକା ଭାଇରସକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ' - ମହାରାଷ୍ଟ୍ର ଜିକା ଭାଇରସ

ଜିକା ଭାଇରସକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । ଗତକାଲି ପୁନେର ଜଣେ ମହିଳାଙ୍କ ସାମ୍ପୁଲରେ ଜିକା ଭାଇରସ ଚିହ୍ନଟ କରାଯାଇଥିଲା । ଅଧିକ ପଢନ୍ତୁ...

No worries about Zika's patient says Maha health minister
'ଜିକା ଭାଇରସକୁ ନେଇ କୌଣସି ଚିନ୍ତାର କରିବାର ଆବଶ୍ୟକତା ନାହିଁ '

By

Published : Aug 1, 2021, 6:41 PM IST

ମୁମ୍ବାଇ:ଜିକା ଭାଇରସକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । ଗତକାଲି ପୁନେର ଏକ ମହିଳାଙ୍କ ସାମ୍ପୁଲରେ ଜିକା ଭାଇରସ ଚିହ୍ନଟ କରାଯାଇଥିଲା । ଏହା ପରେ ଜିକା ଭାଇରସକୁ ନେଇ ମହାରାଷ୍ଟ୍ରରେ ଆତଙ୍କ ସୃଷ୍ଟି ହୋଇଥିଲା ଏହାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଜିକା ଭାଇରସ ଚିହ୍ନଟ ହୋଇଥିବା ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ସୂଚନାଥାଉକି ଗତକାଲି ମହାରାଷ୍ଚ୍ରର ପୁନେ ଜିଲ୍ଲାର ପୁରନ୍ଦର ତହସିଲର ବେଲସରରେ ଗାଁରେ ୫୦ ବର୍ଷିୟ ମହିଳାଙ୍କୁ ସାମ୍ପୁଲରେ ଜିକା ଭାଇରସ ଚିହ୍ନଟ ହୋଇଥିଲା । ଏହା ପରେ ମହାରାଷ୍ଟ୍ର ସରକାର ତୁରନ୍ତ ଉକ୍ତ ମହିଳାଙ୍କୁ ନେଇ ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଲକ୍ଷଣ ଅନୁଯାୟୀ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ବୋଲି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହା ମହାରାଷ୍ଟ୍ରର ପ୍ରଥମ ଜିକା ଭାଇରସ ଭାବରେ ଚିହ୍ନଟ ହୋଇଥିଲା ।

ଏହା ପୂର୍ବରୁ ଉକ୍ତ ମହିଳା ଚିକେନଗୁନିଆ ଆକ୍ରନ୍ତ ହୋଇ ଚିକିତ୍ସିତ ହୋଇଥିଲେ । ଏନେଇ ମେଡିକାଲ ପକ୍ଷରୁ ଏହା ଏକ ମିଶ୍ରିତ ଭାଇରସ ପ୍ରଭାବରେ ଦେଖାଦେଇଛି ବୋଲି କହିଛନ୍ତି । ସେପଟେ ରାଜ୍ୟରେ ପ୍ରଥମ ଜିକା ଭାଇରସ ଚିହ୍ନଟ ହେବାପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି ଏବଂ ତୁରନ୍ତ ଏଥି ପ୍ରତି ଧ୍ୟାନ ଦେବା ପାଇଁ ଆଦେଶ ଦେଇଛନ୍ତି । ସୂଚନାଥାକି କେରଳ ପରେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି ଜିକା ଭାଇରସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details