ଓଡିଶା

odisha

CCTV Row: ସତ୍ୟେନ୍ଦ୍ର ଜୈନଙ୍କୁ ଝଟକା,୧୫ ଦିନ ଯାଏଁ ହୋଇପାରିବନି ସାକ୍ଷାତ

By

Published : Dec 26, 2022, 10:57 AM IST

ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବା ପରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ଜେଲରେ ସ୍ବତନ୍ତ୍ର ଖାଦ୍ୟ ସହ ଭିଆଇପି ସେବା ବନ୍ଦ କରାଯାଇଥିବା ବେଳେ ୧୫ଦିନ ଯାଏଁ କାହାସହ ସାକ୍ଷାତ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

ସତ୍ୟେନ୍ଦ୍ର ଜୈନ
ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ(Delhi minister Satyendar Jain) ମାମଲା ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ନିଆଯାଇଛି ପଦକ୍ଷେପ । ଜେଲରେ ଥିବା ଆସନ୍ତା ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆସନ୍ତା ୧୫ ଦିନ ଯାଏଁ କେହି ସାକ୍ଷାତ କରିପାରିବେ ନାହିଁ (No Visits For 15 Days For Jailed AAP Minister)। ଏନେଇ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କ(Delhi Lieutenant Governor VK Saxena) ଦ୍ୱାରା ଗଠିତ ଏକ କମିଟିର ନିଷ୍ପତ୍ତି ପରେ ଏହି ପଦକ୍ଷେପ ନିଆଯାଇଛି । ଏହାସହ ଜେଲରେ ଆଉ ଦିଆଯିବ ନାହିଁ ଭିଆଇପି ସେବା ଏବଂ ତାଙ୍କ କୋଠରୀରୁ ହଟିବ ଟେବୁଲ ଚେୟାର ।

ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଆସନ୍ତା ଜୁନରୁ ଜେଲରେ ରହିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ତେବ ଜେଲରେ ମନ୍ତ୍ରୀ ସତ୍ୟେନ୍ଦ୍ରଙ୍କୁ ଜେଲର ତତକାଳୀନ ମୁଖ୍ୟ ସନ୍ଦୀପ ଗୋଏଲ ଦେଖାକରିଥିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: BJD Foundation Day: 26 ବର୍ଷରେ ପାଦ ଦେଲା BJD, ମହାପ୍ରଭୁଙ୍କୁ ଦୀପଦାନ

ମନ୍ତ୍ରୀଙ୍କ ସିସିଟିଭି ଫୁଟେଜ ଭାଇରାଲ ହେବାପରେ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଏବଂ ଗୁଜୁରାଟ ବିଧାନସଭା ନିର୍ବାଚନରେ ସତ୍ୟେନ୍ଦ୍ର ଜୈନ ଟାର୍ଗେଟର ଶିକାର ହୋଇଥିଲେ । ତେବେ ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ମନ୍ତ୍ରୀଙ୍କ ସ୍ବସ୍ଥ୍ୟଖରାପ ତେଣୁ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଫିଜିଓଥେରାପୀ ଦିଆଯାଉଥିବା ନେଇ କୁହାଯାଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ସତ ସାମ୍ନାକୁ ଆସିଥିଲା । ତେବେ ସେ ଫିଜିଓଥେରାଫିଷ୍ଟ ନୁହେଁ ବରଂ ଜଣେ କଏଦୀ ବୋଲି ଜଣାପଡିଥିଲା । ତେବେ ନିର୍ବାଚନ ସମୟରେ ଭିଡିଓ ଲିକ କେବଳ ଦଳକୁ କ୍ଷତି ପହଞ୍ଚାଇବା ପାଇଁ କରାଯାଇଥିବା କଥା କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ପ୍ରକାଶଯୋଗ୍ୟ ଯେ, ଗତ ମେ ୩୦ ତାରିଖରେ ହାୱାଲା ମାମଲାରେ ଅର୍ଥ ହେରଫେର ନେଇ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଗତ ନଭେମ୍ବର ୧୯ ତାରିଖରେ ଜେଲ ଭିତରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବଡି ମାଲିସ ଦିଆଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ମନ୍ତ୍ରୀ ଖଟ ଉପରେ ଆରାମରେ ଶୋଇ କିଛି କାଗଜପତ୍ର ଦେଖୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପାଦ ମାଲିସ କରୁଥିଲେ । ଏହାପରେ ନଭେମ୍ବର ୨୩ ତାରିଖରେ ତିହାର ଜେଲ୍‌ ଭିତରେ ମନ୍ତ୍ରୀଙ୍କୁ ଉତ୍କୃଷ୍ଟମାନର ଖାଦ୍ୟ ପରସା ଯାଉଥିବା ଭିଡିଓ ସାମ୍ନାକୁ ଆସିଥିଲା । ଆପ୍ ନେତା ସ୍ବାଦିଷ୍ଟ ମିଲ୍ ସାଙ୍ଗକୁ, ସେଓ, କମଳା, କଦଳୀ ଭଳି ଫଳ ଖାଉଥିବାର ଦେଖିବାକୁ ମିଳିଥିଲା । ନଭେମ୍ବର ୨୬ ତାରିଖରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜେଲ୍‌ରେ ମନ୍ତ୍ରୀ ବୈଠକ କରୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ୨୭ ତାରିଖରେ ସେ ରହୁଥିବା ଜେଲ୍‌ରେ ତାଙ୍କ ସେଲ୍ ଚଟାଣକୁ ପୋଛା ଯାଉଥିବା ବେଳେ କାରପେଟ୍ ବଦଳାଯାଉଛି ଓ ବେଡସିଟ୍ ମଧ୍ୟ ବିଛାଯାଉଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details