ନୂଆଦିଲ୍ଲୀ:ସ୍ବାଭାବିକ ହେବ ସୁପ୍ରିମକୋର୍ଟରେ ଶୁଣାଣି ଓ କୋର୍ଟ କାର୍ଯ୍ୟ । ଏଣିକି ସୁପ୍ରିମକୋର୍ଟରେ ଭର୍ଚ୍ଚୁଆଲ ଶୁଣାଣି ପରିବର୍ତ୍ତେ ପୂର୍ବ ଭଳି ଶୁଣାଣି ହେବ । ଆଜି ଏନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମଣା କହିଛନ୍ତି । ତେବେ ଚଳିତ ବର୍ଷ ଜାନୁଆରୀ ୨ ତାରିଖରୁ ସର୍ବୋଚ୍ଚ ନ୍ୟାୟଳୟ ପକ୍ଷରୁ ଭର୍ଚ୍ଚୁଆଲ ଶୁଣାଣି ହେବା ନେଇ କୁହାଯାଇଥିଲା ।
ଏହା ପରେ ଜାନୁଆରୀ ୩ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବା ସହ ଭର୍ଚ୍ଚୁଆଲ ମାଧ୍ୟମରେ ଶୁଣାଣି କାର୍ଯ୍ୟ ଚାଲୁଥିଲା । ମାତ୍ର ଆଜି ମୁଖ୍ୟ ବିଚାରପତି ରମଣାଙ୍କ କହିବା ଅନୁଯାଯୀ ଏବେ ସ୍ବାଭାବିକ ଭାବେ ଶୁଣାଣି କାର୍ଯ୍ୟ ହେବା ସହ ଏପ୍ରିଲ୍ ୪ରୁ ଏହି ଶୁଣାଣି ହେବ ।