ଓଡିଶା

odisha

ETV Bharat / bharat

No sex for year: ବର୍ଷେ ଧରି ଶାରୀରିକ ସମ୍ପର୍କ ରଖିଲେନି ସ୍ବାମୀ, ଥାନାର ଦ୍ବାରସ୍ଥ ପତ୍ନୀ

ପ୍ରାୟ ବର୍ଷେ ଧରି ଶାରୀରିକ ସମ୍ପର୍କ ରଖିଲେନି ସ୍ବାମୀ । ମାନସିକ ଯନ୍ତ୍ରଣା ଅଭିଯୋଗରେ ଥାନାର ଦ୍ବାରସ୍ଥ ପତ୍ନୀ । ଅଧିକ ପଢନ୍ତୁ

By

Published : Jun 9, 2023, 4:19 PM IST

Updated : Jun 9, 2023, 4:39 PM IST

Etv Bharat
Etv Bharat

ବେଙ୍ଗାଲୁରୁ:ଦମ୍ପତିଙ୍କ ମଧ୍ୟରେ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ଥାନାର ଦ୍ବାରସ୍ଥ ହେଲେ ପତ୍ନୀ । କର୍ଣ୍ଣାଟକ ପରପ୍ପନା ଅଗ୍ରହରା ପୋଲିସ ଷ୍ଟେସନରେ ଏକ ବିରଳ ମାମଲା ରୁଜୁ ହୋଇଛି । ସ୍ବାମୀ ପ୍ରାୟ ବର୍ଷେ ଧରି ଶାରୀରିକ ସମ୍ପର୍କ ନ ରଖିବାରୁ ଶେଷରେ ୨୧ ବର୍ଷୀୟ ପତ୍ନୀ ଆଇନର ଆଶ୍ରୟ ନେଇ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ବାମୀ ଶାରୀରିକ ସମ୍ପର୍କ ପାଇଁ ଅନାଗ୍ରହ ପ୍ରକାଶ କରି ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିବାରୁ ସେ ଥାନାର ଦ୍ବାରସ୍ଥ ହୋଇଥିବା କହିଛନ୍ତି ।

ଏହି ୨୧ ବର୍ଷୀୟ ମହିଳା ଜଣକ ଗୃହିଣୀ ହୋଇଥିବା ବେଳେ ତାଙ୍କ ବୈବାହିକ ଜୀବନ ସୁଖଦ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ବାମୀ ଜଣେ 'ବଦ ରାଗି' ବୋଲି ସେ କହିଛନ୍ତି । ବିବାହ ସମୟରେ ସେ ସ୍ବାମୀଙ୍କ ସହିତ ଯାହା ସବୁ ପ୍ରତିଶୃତି ବା ପ୍ରତିଜ୍ଞା ନେଇଥିଲେ ତାହା ଧୂଳିସାତ ହୋଇଥିବା ବେଳେ ଏକ ସୁଖୀ ବୈବାହିକ ଜୀବନରୁ ତାଙ୍କର ଆସ୍ଥା ଉଠିଯାଇଛି ବୋଲି ଅଭିଯୋଗ କରିଛନ୍ତି ମହିଳା । ସବୁରି ପରେ ତାଙ୍କ ସ୍ୱାମୀ ଆପୋଷ ବୁଝାମଣାରେ ଛାଡ଼ପତ୍ର ଦେବାକୁ ରାଜି ହେଉନଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ମହିଳା ।

ଏହା ବି ପଢନ୍ତୁ- ଆହ୍ଲାବାଦ ହାଇକୋର୍ଟଙ୍କ ରାୟ: ଶାରିରୀକ ସମ୍ବନ୍ଧ ପାଇଁ ସ୍ବାମୀକୁ ଅନୁମତି ନଦେବା ନିଷ୍ଠୁରତା

ମହିଳା ଆହୁରି ଅଭିଯୋଗ କରିଛନ୍ତି ଯେ ସେମାନେ ପରସ୍ପର ପାଇଁ ଫିଟ ନୁହେଁ । ଏଣୁ ସେମାନଙ୍କ ମଧ୍ୟରେ ପ୍ରେମଭାବ ଜାଗ୍ରତ ହେଉନାହିଁ । ଏଣୁ ଏହି ସମ୍ପର୍କକୁ ଭାଙ୍ଗିବା ଲାଗି ସେ ସ୍ବାମୀଙ୍କ ସହିତ ଅନେକ ଥର କଥା ହେବାକୁ ଚେଷ୍ଟା କରିଛନ୍ତି । ହେଲେ ତାଙ୍କ ସ୍ବାମୀ ବଦ ରାଗି ହୋଇଥିବାରୁ ବିରକ୍ତି ଭାବ ପ୍ରକାଶ କରିବା ସହ ସଙ୍ଗେ ସଙ୍ଗେ କ୍ରୋଧିତ ହୋଇଯାଆନ୍ତି ବୋଲି କହିଛନ୍ତି ମହିଳା । ଏଣୁ ସେ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିବା କହିଛନ୍ତି । ଏହି ଦମ୍ପତି ବର୍ଷେ ପୂର୍ବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ମହିଳା ଜଣକ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ହୋଇଥିବା ବେଳେ ତାଙ୍କ ସ୍ବାମୀ ହସନ ଜିଲ୍ଲାର ଅଧିବାସୀ ।

ଉଭୟ ପରିବାରର ସମ୍ମତି କ୍ରମେ ଦୁହେଁ ବିବାହ କରିଥିଲେ । ବିବାହ ପର୍ଯ୍ୟନ୍ତ ଦୁହେଁ ପରସ୍ପର ପାଇଁ ଅଚିହ୍ନା ଥିଲେ । ବିବାହ ପୂର୍ବରୁ ଦୁହେଁ କୌଣସି ବାର୍ତ୍ତାଳାପ ମଧ୍ୟ କରୁନଥିଲେ । ମହିଳାଙ୍କ ସ୍ବାମୀ ସିକ୍ୟୁରିଟି ସର୍ଭିସ ଫାର୍ମରେ ଜଣେ ସୁପରଭାଇଜର ଭାବେ କାମ କରନ୍ତି । ସୂଚନା ଥାଉ କି ଗତ ମାସରେ ଦମ୍ପତିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ । କୋର୍ଟଙ୍କ ରାୟ ଅନୁସାରେ ଯଦି ପତି ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ଏକପ୍ରକାର ମାନସିକ ନିର୍ଯାତନା । ଏଣୁ କୋର୍ଟ ଏକ ଦମ୍ପତିଙ୍କ ଛାଡ଼ପତ୍ର ଲାଗି ଅନୁମତି ଦେଇଥିଲେ ।

କୋର୍ଟ କହିଥିଲେ ଶାରିରୀକ ସମ୍ପର୍କ ସ୍ଥାପନ ପାଇଁ ସ୍ବାମୀଙ୍କୁ ଅନୁମତି ନଦେବା କ୍ରୁରତା ବା ନିଷ୍ଠୁରତା । ବିନା କୌଣସି କାରଣରେ ଜୀବନସାଥୀଙ୍କ ସହ ଶାରିରୀକ ସମ୍ବନ୍ଧ ପାଇଁ ମନା କରିବା ନିଷ୍ଠୁରତା ସହ ସମାନ । ଯଦି ଦୀର୍ଘ ଦିନ ଧରି ସ୍ତ୍ରୀ ନିଜ ସ୍ବାମୀଙ୍କ ସହ ଯୌନ ସମ୍ବନ୍ଧ ରଖିବାକୁ ମନା କରନ୍ତି ଏହାକୁ ମାନସିକ କ୍ରୁରତା କୁହାଯିବ । ଏକ ଛାଡପତ୍ର ମାମଲାର ବିଚାର କରି ସ୍ବାମୀ-ସ୍ତ୍ରୀଙ୍କ ବୈବାହିକ ସମ୍ପର୍କକୁ ନେଇ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ବିଚାରପତି ସୁନୀତ କୁମାର ଏବଂ ରାଜେନ୍ଦ୍ର କୁମାରଙ୍କ ଖଣ୍ଡପୀଠ ବାରଣାସୀର ରବୀନ୍ଦ୍ର ପ୍ରତାପ ଯାଦବଙ୍କ ଆବେଦନର ଶୁଣାଣି କରି ଏହି ରାୟ ଶୁଣାଇଥିଲେ ।

Last Updated : Jun 9, 2023, 4:39 PM IST

ABOUT THE AUTHOR

...view details