ଓଡିଶା

odisha

By

Published : Jan 31, 2022, 10:52 PM IST

ETV Bharat / bharat

ପେଗାସସ ପ୍ରସଙ୍ଗରେ ଆଲୋଚନା ପାଇଁ ମିଳିବନି ପୃଥକ ସମୟ: ପ୍ରହ୍ଲାଦ ଯୋଶୀ

ବଜେଟ ଅଧିବେଶନର ପ୍ରଥମ ଦିନରୁ ପେଗାସସ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପ୍ରସ୍ତୁତି । ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଲେ ପେଗାସସ ଆଲୋଚନା ମିଳିବ ନାହିଁ ପୃଥକ ସମୟ । ଅଧିକ ପଢନ୍ତୁ

ପେଗାସସ ପ୍ରସଙ୍ଗରେ ଆଲୋଚନା ପାଇଁ ମିଳିବନି ପୃଥକ ସମୟ: ପ୍ରହ୍ଲାଦ ଯୋଶୀ
ପେଗାସସ ପ୍ରସଙ୍ଗରେ ଆଲୋଚନା ପାଇଁ ମିଳିବନି ପୃଥକ ସମୟ: ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନରେ ପେଗାସସ୍ ସ୍ପାଏୱେୟାର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଥମ ଦିନରୁ ପେଗାସସ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ବିରୋଧୀ ଦାବି କରିବାକୁ ଥିବାବେଳେ ଏହି ଆଲୋଚନା ପାଇଁ କୌଣସି ପୃଥକ ସମୟ ମିଳିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

ଯୋଶୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ ପୃଥକ ଆଲୋଚନା ପାଇଁ କୌଣସି ଅତିରିକ୍ତ ସମୟର ସୁଯୋଗ ପ୍ରଦାନ କରାଯିବ ନାହିଁ । ବଜେଟ୍ ଅଧିବେଶନର ପ୍ରଥମ ଭାଗରେ କେବଳ ବଜେଟ୍ ଏବଂ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହେବା ନେଇ ବିରୋଧୀ ଦଳମାନଙ୍କୁ ଅବଗତ କରାଯାଇଛି । ତେଣୁ ପୃଥକ ଆଲୋଚନା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଯୋଶୀ ।

ସେହିପରି ଏହି ମାମଲା କୋର୍ଟର ଅଧୀନରେ ଅଛି । ଗତ ମୌସୁମୀ ଅଧିବେଶନରେ ମଧ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ବିରୋଧୀ ସଦସ୍ୟଙ୍କ ଅଭିଯୋଗର ଉତ୍ତର ଦେଇସାରିଛନ୍ତି ବୋଲି କହିଛନ୍ତି ଯୋଶୀ । ସେହିପରି ଗୃହରେ ମିଥ୍ୟା ସୂଚନା ପ୍ରଦାନ କରିବା ଅଭିଯୋଗରେ କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ବୈଷ୍ଣବଙ୍କ ନାମରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଦାବି ପ୍ରଶ୍ନରେ ଯୋଶୀ କହିଛନ୍ତି, ତାହା ବିରୋଧୀ ଦଳମାନେ କରିପାରନ୍ତି, କିନ୍ତୁ ଏହାର ଗ୍ରହଣ କିମ୍ବା ନାକଜ ବାଚସ୍ପତିଙ୍କ ଇଚ୍ଛାଧୀନ କ୍ଷମତା ଉରରେ ନିର୍ଭର କରେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details