ଓଡିଶା

odisha

DELHI DENGU REPORT: ଏକ ସପ୍ତାହରେ ୧,୮୫୧ ରୋଗୀ ଚିହ୍ନଟ

By

Published : Nov 23, 2021, 3:00 PM IST

ପ୍ରଦୂଷଣରେ ଜର୍ଜରିତ ହେଉଥିବା ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇଲାଣି ଡେଙ୍ଗୁ । ଏକ ସପ୍ତାହରେ ଦିଲ୍ଲୀରେ ମୋଟ ୧,୮୫୧ଟି ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ

ଦିଲ୍ଲୀରେ ୭,୧୨୮ ଜଣ ଡେଙ୍ଗୁରେ ଆକ୍ରାନ୍ତ, ଏକ ସପ୍ତାହରେ ଟିହ୍ନଟ ହେଲେ ୧,୮୫୧ ରୋଗୀ
ଦିଲ୍ଲୀରେ ୭,୧୨୮ ଜଣ ଡେଙ୍ଗୁରେ ଆକ୍ରାନ୍ତ, ଏକ ସପ୍ତାହରେ ଟିହ୍ନଟ ହେଲେ ୧,୮୫୧ ରୋଗୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଡେଙ୍ଗୁ ଭୟ (delhi dengu) । ପ୍ରଦୂଷଣରେ ଜର୍ଜରିତ ହେଉଥିବା ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇଲାଣି ଡେଙ୍ଗୁ । ଏକ ସପ୍ତାହରେ ଦିଲ୍ଲୀରେ ମୋଟ ୧,୮୫୧ଟି ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି । ଫଳରେ ଦିଲ୍ଲୀରେ ଚଳିତ ବର୍ଷ ମୋଟ ୭,୧୨୮ଟି ମାମଲା ରେକର୍ଡ କରାଯାଇଛି । ଏନେଇ ମ୍ୟୁନିସିପାଲିଟି କର୍ପୋରେସନ୍ (Municipal Corporation) ଦ୍ୱାରା ଏହି ରିପୋର୍ଟ ପ୍ରକାଶ ପାଇଛି । ତେବେ ୨୦୧୬ ପରଠାରୁ ଦିଲ୍ଲୀରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଡେଙ୍ଗୁ ବ୍ୟତୀତ ଜାତୀୟ ରାଜଧାନୀରେ ମଧ୍ୟ ଚଳିତ ବର୍ଷ ୧୭୬ଟି ମ୍ୟାଲେରିଆ ଏବଂ ୮୯ଟି ଚିକେନଗୁନିଆ ମାମଲା ମଧ୍ୟ ରହିଛି ।

୨୦୨୦ରେ ଦିଲ୍ଲୀରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧,୦୭୨ ରହିଥିବାବେଳେ ୨୦୧୯ରେ ୨,୦୩୬, ୨୦୧୮ରେ ୨,୭୯୮, ୨୦୧୭ରେ ୪,୭୨୬ ଏବଂ ୨୦୧୬ ରେ ୪,୪୩୧ ରେକର୍ଡ କରାଯାଇଛି । ସେହିପର୍ ୨୦୧୬ ଏବଂ ୨୦୧୭ରେ ଦିଲ୍ଲୀରେ ଡେଙ୍ଗୁ ଯୋଗୁଁ ୧୦ ଜଣ ମୃତ୍ୟୁବରଣ କରିଥିବାବେଳେ ୨୦୧୮ରେ ଚାରି ଜଣ ୨୦୧୯ରେ ୨ଜଣ ଏବଂ ୨୦୨୦ରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଦକ୍ଷିଣ ନିଗମରେ ମୋଟ ୨,୦୫୬ ମାମଲା, ଉତ୍ତର ନିଗମରେ ୨,୧୧୬, ପୂର୍ବାଞ୍ଚଳ ନିଗମରେ ୭୩୯, ଦିଲ୍ଲୀ କ୍ୟାଣ୍ଟରେ ୧୧୧ ଏବଂ NDMC ଅଞ୍ଚଳରେ ୬୫ଟି ମାମଲା ରେକର୍ଡ ହୋଇଛି । ଦିଲ୍ଲୀବାସୀକୁ ଡେଙ୍ଗୁ ରୋଗରୁ ମୁକ୍ତ କରିବା ପାଇଁ ସରକାର ଏବଂ ନାଗରିକ ସଂସ୍ଥା ପକ୍ଷ ଅଧିକାରୀମାନଙ୍କ ଦ୍ବାରା ନିରନ୍ତର ଉଦ୍ୟମ ଜାରି ରହିଛି । ତଥାପି ଦିଲ୍ଲୀରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ABOUT THE AUTHOR

...view details