ଓଡିଶା

odisha

ETV Bharat / bharat

Rashtrapatni Controversy: କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ କହିଲେ ଅଧିର ରଞ୍ଜନ - Rashtrapatni remark

ରାଷ୍ଟ୍ରପତିଙ୍କୁ 'ରାଷ୍ଟ୍ରପତ୍ନୀ' କହି ବିବାଦରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ । ମନ୍ତବ୍ୟକୁ ନେଇ ମିଡିଆଙ୍କ ପ୍ରଶ୍ନରେ ଛନ୍ଦି ହୋଇଛନ୍ତି ସାଂସଦ । ଅଧିକ ପଢନ୍ତୁ

ଅଧିର ଚୌଧୁରୀ
ଅଧିର ଚୌଧୁରୀ

By

Published : Jul 28, 2022, 2:27 PM IST

Updated : Jul 28, 2022, 2:45 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ 'ରାଷ୍ଟ୍ରପତ୍ନୀ' କହି ବିବାଦରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ । ମନ୍ତବ୍ୟକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଛନ୍ଦି ହୋଇଛନ୍ତି କଂଗ୍ରେସ ନେତା । ରାଷ୍ଟ୍ରପତିଙ୍କ ଉପରେ ଏପରି ବିବାଦୀୟ ବୟାନ ଦେବା ପରେ ତାଙ୍କୁ ଭୁଲ ମାଗିବାକୁ ଦାବି କରିଛି ବିଜେପି । ଅଧିର ରଞ୍ଜନଙ୍କ ମନ୍ତବ୍ୟକୁ ନେଇ ଶାସକ ବିଜେପି ଉଭୟ ସଦନରେ ଜୋରଦାର ପ୍ରତିବାଦ କରିଛି । ଏ ନେଇ ଗଣଣାଧ୍ୟମର ପ୍ରଶ୍ନର ଉତ୍ତର ରଖି ସାଂସଦ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, "କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ । ଭୁଲ୍‌ ବଶତଃ କହି ଦେଇଛି ଏଥିପାଇଁ ମୋତେ ଯଦି ଫାଶି ଦିଆଯିବ ତେବେ କିଛି ଅସୁବିଧା ନାହିଁ ।"

Rashtrapatni controversy

ଆଜି ଗୃହରେ ରାଷ୍ଟ୍ରପତିଙ୍କୁ ନେଇ ସାଂସଦ ଅଧିରରଞ୍ଜନ ଦେଇଥିବା ବୟାନକୁ ଜୋରଦାର ବିରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଅପମାନଜନକ ଟିପ୍ପଣୀ ନିନ୍ଦନୀୟ । ଅଧିରରଞ୍ଜନ ଓ କଂଗ୍ରେସ ଶୀର୍ଷ ନେତା ଦେଶକୁ ମାଗିବା ଉଚିତ୍‌ ବୋଲି କହିଥିଲେ ସ୍ମୃତି ଇରାନୀ । ଏଥିସହ କଂଗ୍ରେସକୁ ଗରିବ ବିରୋଧୀ, ଆଦିବାସୀ ବିରୋଧୀ ଓ ସମ୍ବିଧାନ ବିରୋଧୀ ବୋଲି କହିଥିଲେ । ଏନେଇ ଉଭୟ ସଦନରେ ଶାସକ ଦଳ ପକ୍ଷରୁ ହଙ୍ଗାମା ଓ ନାରାବାଜି କରାଯାଇଥିଲା । ଫଳରେ ଲୋକସଭାକୁ ସ୍ଥଗିତ ରଖାଯାଇଛି । ସେହିପରି ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କହିଥିଲେ ଯେ, "ଏଭଳି ମନ୍ତବ୍ୟ କଂଗ୍ରେସ ପକ୍ଷରୁ ଜାଣିଶୁଣି ଦିଆଯାଇଛି । ଏହା ଲିଙ୍ଗଗତ ଭେଦଭାବକୁ ଦର୍ଶାଉଛି । ଦେଶରେ ଜଣେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଥିବାରୁ ସମଗ୍ର ଦେଶ ଉତ୍ସବ ପାଳୁଛି । ହେଲେ ଅଧିରଞ୍ଜନଙ୍କ ଏପରି ବୟାନ ଦୁର୍ଭାଗ୍ୟଜନକ ।"

କ୍ଷମା ମାଗିବା ନେଇ ସାଂସଦ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, "କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ । ଭୁଲବଶତଃ କହି ଦେଇଛି । ଏହସହ ମୋଦି ମିଡିଆଙ୍କ ଖୁସି କରିବାର କ୍ଷମତା ତାଙ୍କ ପାଖରେ ନଥିବା କହିଛନ୍ତି ସାଂସଦ ଅଧିରରଞ୍ଜନ । ଶାସକ ଦଳ ଏହାକୁ ବଡ ପ୍ରସଙ୍ଗ କରୁଛି । ମୁଁ କେବଳ ଥରେ ଭୁଲବଶତଃ କହି ଦେଇଛି । ଏନେଇ ମୋତେ ଫାଶୀରେ ଚଢାଇ ଦିଆଯାଉ କିଛି କହିବାର ନାହିଁ ।" ସେ ଆହୁରି କହିଛନ୍ତି, "ମୁଁ ରାଷ୍ଟ୍ରପତିଙ୍କୁ ଅପମାନିତ କରିବାକୁ ଚିନ୍ତା କରିପାରିବି ନାହିଁ । ଏହା କେବଳ ଏକ ଭୁଲ ଥିଲା । ଯଦି ରାଷ୍ଟ୍ରପତି ଖରାପ ଅନୁଭବ କରୁଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ଭେଟି କ୍ଷମା ମାଗିବି ।

ଅଧିର ରଞ୍ଜନ ଚୌଧୁରୀ କ୍ଷମା ମାଗିବେ କି ବୋଲି ଗଣମାଧ୍ୟମ ପ୍ରତିନିଧି ସୋନିଆ ଗାନ୍ଧିଙ୍କୁ ପ୍ରଶ୍ନ କରିଥିଲେ । ଉତ୍ତରରେ ସୋନିଆ ଗାନ୍ଧି କହିଛନ୍ତି ଯେ, "ଅଧିର ରଞ୍ଜନ ଚୌଧୁରୀ ଏ ବିଷୟରେ କ୍ଷମା ମାଗିସାରିଛନ୍ତି । ଏହି ରାଷ୍ଟ୍ରପତ୍ନୀ ବିୟାନକୁ ନେଇ ସଂସଦରେ ବିଜେପି ସାଂସଦଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଆମେ ଏହି ଅପମାନ ସହିବୁ ନାହିଁ । ଆମର ଆଦିବାସୀ ଲୋକଙ୍କ ପ୍ରତି ଏପରି ବୟାନକୁ ଦେଶ କେବେ ସହ୍ୟ କରିପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ।

Last Updated : Jul 28, 2022, 2:45 PM IST

ABOUT THE AUTHOR

...view details