ଓଡିଶା

odisha

ETV Bharat / bharat

ରାହୁଲଙ୍କୁ ତୀର ମାରିଲେ ଲାଲୁ ! ପତ୍ନୀ ନଥିଲେ ମିଳିବନି ପ୍ରଧାନମନ୍ତ୍ରୀ ପଦ, ପୂର୍ବରୁ କହିଥିଲେ ବିବାହରେ ବରଯାତ୍ରୀ ଯିବୁ - ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ରାହୁଲଙ୍କୁ ବିବାହ କରିବାକୁ ନେଇ କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିବା ବେଳେ ଆଜି ପତ୍ନୀ ବିନା ଜଣେ ଭାରତର ପ୍ରଧାନମନ୍ତ୍ରୀ ହେବା ଅନୁଚିତ ବୋଲି କହିଛନ୍ତି ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ । ଅଧିକ ପଢନ୍ତୁ

Lalu Prasad Yadav
Lalu Prasad Yadav

By

Published : Jul 6, 2023, 7:23 PM IST

Updated : Jul 6, 2023, 8:39 PM IST

ରାହୁଲଙ୍କୁ ତୀର ମାରିଲେ ଲାଲୁ ! ପତ୍ନୀ ନଥିଲେ ମିଳିବନି ପ୍ରଧାନମନ୍ତ୍ରୀ ପଦ

ନୂଆଦିଲ୍ଲୀ:ନିଜ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଦେଶର ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ନେଇ ସେ ଏପରି ଟିପ୍ପଣୀ ଦେଇଛନ୍ତି ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି । 2024 ସାଧାରଣ ନିର୍ବାଚନରେ ଯିଏ ବି ପ୍ରଧାନମନ୍ତ୍ରୀ ହେବ ଉକ୍ତ ରାଜନେତାଙ୍କ ପତ୍ନୀ ଥିବା ନିହାତି ଜରୁରୀ । ପତ୍ନୀ ବିନା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହିବା ଉଚିତ ନୁହେଁ । ଗତ କିଛି ଦିନ ତଳେ ପାଟନାରେ ବସିଥିବା ବିରୋଧୀ ଦଳ ବୈଠକରେ ରାହୁଲଙ୍କୁ ବିବାହ କରିବାକୁ କହି ଚର୍ଚ୍ଚାକୁ ଆସିଥିଲେ ଲାଲୁ । ବର୍ତ୍ତମାନ ଲାଲୁଙ୍କ ଏହି ବୟାନ ପରେ ରାହୁଲ ଏବଂ ନୀତିଶଙ୍କୁ ନିଶାନା ହୋଇଛି । ପୂର୍ବରୁ ଲାଲୁ କହିଥିଲେ, ରାହୁଲ ଗାନ୍ଧୀ ବିବାହ କରିବା ଉଚିତ ଏବଂ ବିବାହ ସମୟରେ ଆମେ ବରଯାତ୍ରୀ ଯିବୁ ।

ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଏବେ ନୂଆଦିଲ୍ଲୀ ଗସ୍ତରେ ରହିଛନ୍ତି ଲାଲୁ । ଏହି ସମୟରେ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ସହିତ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ନେଇ ଏପରି କହିଛନ୍ତି । ଏହାସହିତ ବିଜେପିକୁ ଗାଦିଚ୍ୟୁତ କରିବା ଲାଗି ବିରୋଧୀ ଦଳର ମହାମେଣ୍ଟ ସଫଳ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଲାଲୁ । ତାଙ୍କ କହିବା ଅନୁସାରେ 17ଟି ବିରୋଧୀ ଦଳ ବେଙ୍ଗାଲୁରୁରେ ଏକାଠି ହେବ ଏବଂ ଏହି ମହାମେଣ୍ଟ ବିଜେପିକୁ ନିଶ୍ଚିତ ଗାଦିଚ୍ୟୁତ କରିବ । ଏହି ସମୟରେ ତାଙ୍କୁ ବିରୋଧୀ ମହାମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ଓ ରାହୁଲଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିବା ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା । ଏହି ସମୟରେ ଲାଲୁ କହିଥିଲେ ଯେ, "ପତ୍ନୀ ବିନା ପ୍ରଧାନମନ୍ତ୍ରୀ ବାସଭବନରେ ରହିବା ଅନୁଚିତ ।"

ଏହା ବି ପଢନ୍ତୁ- Lalu to Rahul: 'କଥା ମାନନ୍ତୁ, ବିବାହ କରନ୍ତୁ ରାହୁଲ'

2024 ନିର୍ବାଚନରେ ବିରୋଧୀ ମହାମେଣ୍ଟ କେତେ ଆସନ ହାତେଇବ ପ୍ରଶ୍ନରେ ଲାଲୁ କହିଥିଲେ ଯେ ମହାମେଣ୍ଟ ପୁନଶ୍ଚ ଶାସନ କ୍ଷମତାକୁ ଆସିବ ଏବଂ 300ରୁ ଅଧିକ ଆସନ ହାତେଇବ । ଅଜିତ ପାୱାରଙ୍କ ଅବସର ମନ୍ତବ୍ୟ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାହୁଲ । ସେ କହିଛନ୍ତି, "NCP ସୁପ୍ରିମୋ ଶରଦ ପାୱାର କାହିଁକି ଅବସର ନେବେ ? ତାଙ୍କ ପୁତୁରା ଦାବିରେ ସେ କାହିଁକି ଏପରି ନିଷ୍ପତ୍ତି ନେବେ ? ରାଜନୀତିରୁ କଣ ଜଣେ ବୃଦ୍ଧ ବ୍ୟକ୍ତି ଅବସର ନେଇଯାଆନ୍ତି ? କେହି ବି ଏପରି କରନ୍ତି ନାହିଁ ।"

ଗତ 23 ତାରିଖରେ ପାଟନାରେ ବିରୋଧୀ ଦଳ ବୈଠକ ବସିଥିଲା । ଏଥିରେ ଜାତୀୟ ସ୍ତର ଦଳର ଅନେକ ନେତା ଯୋଗଦେଇଥିଲେ । ଏ ନେଇ ଲାଲୁ କହିଛନ୍ତି, " ପାଟନାରେ ଆମର ବୈଠକ ବସିଥିଲା । ଆଗକୁ ବେଙ୍ଗାଲୁରୁରେ ବସିବାକୁ ଯାଉଛି । 17ଟି ଦଳର ନେତା ଏକାଠି ହୋଇଛନ୍ତି । ବିଜେପି ଯାହା କହୁଛି ତାକୁ କହିବାକୁ ଦିଅନ୍ତୁ । ସେମାନେ ନିଶ୍ଚିତ ଭାବରେ ଗାଦିଚ୍ୟୁତ ହେବେ । ଶରଦ ପାୱାର ଜଣେ ଟାଣୁଆ ନେତା । ହେଲେ ତାଙ୍କ ପୁତୁରା ଲାଗି ସେ ଆଜି ଏପରି ପରିସ୍ଥିତିର ସାମ୍ନା କରିଛନ୍ତି ।"

Last Updated : Jul 6, 2023, 8:39 PM IST

ABOUT THE AUTHOR

...view details