ନୂଆଦିଲ୍ଲୀ:ଆମେିରକାର ଲୋକପ୍ରିୟ ଇଲେକ୍ଟ୍ରିକ କାର(Electric Car) ନିର୍ମାଣ କରୁଥିବା କମ୍ପାନୀ ଟେସଲା(Tesla)ର ଭାରତ ଏଣ୍ଟ୍ରିକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ଏହାରି ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି କମ୍ପାନୀର ସିଇଓ ଏଲନ ମସ୍କ(Elon Musk) । ଭାରତରେ ନିକଟ ଭବିଷ୍ୟତରେ ଟେସଲା କୌଣସି ପ୍ଲାଣ୍ଟ ଖୋଲୁନାହିଁ ବୋଲି ସେ ଟ୍ବିଟ କରି ସ୍ପଷ୍ଟ କରିଛନ୍ତି । ସେ ଟ୍ବିଟରେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଏଠାରେ କାରର ବିକ୍ରି ଓ ସର୍ଭିସିଂ ପାଇଁ ଅନୁମତି ଦିଆଯାଇନାହିଁ, ସେ ପର୍ଯ୍ୟନ୍ତ ଏଠାରେ କୌଣସି ପ୍ଲାଣ୍ଟର ସ୍ଥାପନ ହେବ ନାହିଁ ।
ମସ୍କ ଟ୍ବିଟରରେ ଜଣେ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ଟ୍ବିଟ କରିଥିଲେ । ୟୁଜର୍ସ ଜଣକ ଭାରତରେ ଟେସଲା ପ୍ଲାଣ୍ଟ ନିର୍ମାଣ ଯୋଜନା ସମ୍ପର୍କରେ ଏଲନ ମସ୍କଙ୍କୁ ପ୍ରଶ୍ନ କରିଥିଲେ । କେବଳ ଭାରତ ନୁହେଁ ଟେସଲା ଏମିତି କୌଣସି ବି ସ୍ଥାନରେ ପ୍ଲାଣ୍ଟର ସ୍ଥାପନ କରିବ ନାହିଁ, ଯେଉଁଠି ପ୍ରଥମେ କାର ବିକ୍ରି ଓ ସର୍ଭିସିଂ ପାଇଁ ଅନୁମତି ଦିଆଯାଇନାହିଁ । ମସ୍କଙ୍କ ଏହି ଟ୍ବିଟ ସ୍ପଷ୍ଟ କରିଛି ଯେ ଭାରତ ଓ ଟେସଲା ମଧ୍ୟରେ ଦେଶରେ କାର ଉତ୍ପାଦନ ପ୍ଲାଣ୍ଟ(Manufacturing Plant) ସ୍ଥାପନ ନେଇ କୌଣସି ରାସ୍ତା ଖୋଲନାହିଁ ।