ଓଡିଶା

odisha

ETV Bharat / bharat

ତାଲିବାନ ସରକାରରେ PHD ଓ MASTER ଡିଗ୍ରୀ ମୂଲ୍ୟହୀନ - ତାଲିବାନ ସରକାର ଅପଡେଟ

ତାଲିବାନ ଶାସନରେ ଆବଶ୍ୟକ ନାହିଁ ଉଚ୍ଚ ଶିକ୍ଷା। ଏପରି ମନ୍ତବ୍ୟ ରଖିଛନ୍ତି ତାଲିବାନର ନବ ନିଯୁକ୍ତ ଶିକ୍ଷାମନ୍ତ୍ରୀ ମୌଲବୀ ନୋରୁଲ୍ଲା ମୁନିର। ଅଧିକ ପଢନ୍ତୁ...

ତାଲିବାନି ରାଜରେ ଗୁରୁତ୍ବ ରଖେନି ଡିଗ୍ରୀ ,ମାଷ୍ଟର ଡିଗ୍ରୀ
ତାଲିବାନି ରାଜରେ ଗୁରୁତ୍ବ ରଖେନି ଡିଗ୍ରୀ ,ମାଷ୍ଟର ଡିଗ୍ରୀ

By

Published : Sep 8, 2021, 7:03 PM IST

ହାଇଦ୍ରାବାଦ:ତାଲିବାନ ଶାସନରେ ଲାଗୁ ହେବାକୁ ଥିବା ଶିକ୍ଷା ପ୍ରଣାଳୀକୁ ନେଇ ଲାଗି ରହିଥିବା ବିଭିନ୍ନ ଔଯୁକ୍ତିକ କଠୋର କଟକଣା ଓ ବିବାଦ ମଧ୍ୟରେ ଆଉ ଏକ ମନ୍ତବ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ସମୟରେ ମାଷ୍ଟର ଡିଗ୍ରୀ କିମ୍ବା PhD ଡିଗ୍ରୀ କିଛି ଗୁରୁତ୍ବ ରଖୁନାହିଁ ବୋଲି କହିଛି ତାଲିବାନ। ଆଫଗାନିସ୍ତାନରେ ତାଲିବାନ ଶାସନରେ ଶିକ୍ଷା ବ୍ୟବସ୍ଥାର ପ୍ରାସଙ୍ଗିକତାକୁ ନେଇ ଏପରି ଅଜବ ଯୁକ୍ତି ବାଢିଛନ୍ତି ଖୋଦ ନବ ନିଯୁକ୍ତ ଶିକ୍ଷା ମନ୍ତ୍ରୀ ମୌଲବୀ ନୋରୁଲ୍ଲା ମୁନିର ।

ତାଲିବାନ ସରକାର ଗଠନ ହେବା ପରେ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ଶେଖ ମୌଲବୀ ନୋରୁଲ୍ଲା ମୁନିର ଦେଶରେ ଉଚ୍ଚଶିକ୍ଷାକୁ ନେଇ ତାଲିବାନର ଅଭିମୁଖ୍ୟ ନେଇ ବଡ ବୟାନ ଦେଇଛନ୍ତି। ସିଧାସଳଖ ଉଚ୍ଚ ଶିକ୍ଷାର କୌଣସି ଗୁରୁତ୍ବ ନଥିବା ସେ କହିଥିବା ଦେଖିବାକୁ ମିଳିଛି। ନୋରୁଲ୍ଲା ମୁନିର କହିଛନ୍ତି, ବର୍ତ୍ତମାନ ସମୟରେ କୌଣସି ମାଷ୍ଟର ଡିଗ୍ରୀ କିମ୍ବା ପିଏଚଡି ଡିଗ୍ରୀ କିଛି ଗୁରୁତ୍ବ ରଖୁ ନାହିଁ ଏବଂ ଆବଶ୍ୟକ ମଧ୍ୟ ନୁହେଁ । ବର୍ତ୍ତମାନ କ୍ଷମତାକୁ ଆସିଥିବା ମୁଲ୍ଲା ଓ ତାଲିବାନର ଅନ୍ୟ ବଡ ନେତାଙ୍କ ପାଖରେ ମାଷ୍ଟର କିମ୍ବା ପିଏଚଡି ତ ଦୂରର କଥା ସେମାନଙ୍କ ପାଖରେ ସାଧାରଣ ସ୍କୁଲ ଶିକ୍ଷାର ଡିଗ୍ରୀ ମଧ୍ୟ ନାହିଁ। ତଥାପି ସେମାନେ ଶାସନର ଶୀର୍ଷରେ ଥିବା କହିଛନ୍ତି ନୋରୁଲ୍ଲା । ଶିକ୍ଷା ବ୍ୟବସ୍ଥାକୁ ନେଇ ସେ ଏପରି ମନ୍ତବ୍ୟ ଦେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି।

ଏପରି ମନ୍ତବ୍ୟକୁ ନାପସନ୍ଦ କରାଯାଇଥିବାବେଳେ ସ୍ପଷ୍ଟୀକରଣ ରଖିଛନ୍ତି ତାଲିବାନର ସର୍ବୋଚ୍ଚ ନେତା ହବିତୁଲ୍ଲା ଅଖଣ୍ଡଜାଦା । ଅଖଣ୍ଡଜାଦା କହିଛନ୍ତି, ଶିକ୍ଷାମନ୍ତ୍ରୀଙ୍କ ବିବୃତ୍ତିରେ ଏହା ସ୍ପଷ୍ଟ ହୋଇଛି ଯେ ଭବିଷ୍ୟତରେ ଆଫଗାନିସ୍ତାନରେ ତାଲିବାନର ଶାସନ ବ୍ୟବସ୍ଥା, ଶିକ୍ଷାନୀତି ଏବଂ ନାଗରିକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଇସଲାମ ଧର୍ମର ଶରିଆ କାନୁନ ଦ୍ବାରା ହିଁ ନିୟନ୍ତ୍ରିତ ହେବ ।

ତାଲିବାନ ମଙ୍ଗଳବାର ମଧ୍ୟବର୍ତ୍ତୀ "ଇସଲାମିକ୍ ଏମିରେଟ୍" ରାଷ୍ଟ୍ର ଗଠନ କରି ଏହାର ନୂତନ ସରକାର ମଧ୍ୟ ଘୋଷଣା କରିଛି। ସଂଗଠନର ବହୁ ପୁରୁଣା ନେତାଙ୍କୁ ସରକାରରେ ବିଭିନ୍ନ ଗୁରୁ ଦାୟିତ୍ବରେ ଅବସ୍ଥାପିତ କରାଯାଇଛି । ଯେଉଁମାନେ ଆମେରିକା ବିରୋଧୀ ଲଢେଇରେ ନେତୃତ୍ବ ନେଇଥିଲେ ସେମାନେ ତାଲିବାନ ସରକାରରେ ପ୍ରାଧାନ୍ୟ ପାଇଥିବା ମଧ୍ୟ ସ୍ପଷ୍ଟ ହୋଇଛି। କିନ୍ତୁ କଠୋର ମୌଳବାଦୀ ବିଚାରରେ ପରିଚାଳିତ ତାଲିବାନ ସରକାରରେ କୋଣସି ମହିଳା ଅନ୍ତର୍ଭୁକ୍ତ ହୋଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details