ପଞ୍ଜାବ : ପଞ୍ଜାବ ପିସିସି ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଜୋର ଧରିଛି ରାଜନୀତି । ଏନେଇ ଆଜି ପ୍ରତିକ୍ରିୟା ରଖି ‘୧୭ ବର୍ଷ ରାଜନୈତିକ ଯାତ୍ରା କେବଳ ଗୋଟିଏ ଉଦ୍ଦେଶ୍ୟ ସହ କରିଆସିଛି । ପଞ୍ଜାବଲୋକଙ୍କ ପାଇଁ ଉଚିତ କାମ କରିବା ଓ ତାଙ୍କ ଜୀବନ ଶୈଳୀକୁ ଉନ୍ନତି ଆଣିବା ମୋର ଏକମାତ୍ର ଧର୍ମ ଓ ଦାୟିତ୍ବ ବୋଲି ସେ କହିଛନ୍ତି । ଏହି ଲଢେଇ ମୋ ବ୍ୟକ୍ତିଗତ ଜୀବନ ପାଇଁ ନୁହେଁ, ବରଂ ଗୋଟିଏ ମୁଦ୍ଦାର । ପଞ୍ଜାବର ନିଜର ଏଜେଣ୍ଡା ଅଛି ଆଉ ଏଥିପାଇଁ ମୁଁ ଅଧିକାର ଓ ସତ୍ୟର ଲଢେଇ କରି ଚାଲିଛି, କୌଣସି ଆପୋଷ ବୁଝାମଣା କରାଯିବନି ।
କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ଟ୍ବିଟ୍ କରି ସିଦ୍ଧୁ ମଙ୍ଗଳବାର ଲେଖିଥିଲେ ଯେ, ପଞ୍ଜାବର କଲ୍ୟାଣ ପାଇଁ ଲଢ଼ୁଛି। ମୁଁ ଏହା ଉପରେ କଦାପି ଆପୋଷ ବୁଝାମଣା କରି ନାହିଁ। ମୁଁ ବ୍ୟକ୍ତିଗତ ଏଜେଣ୍ଡା ପାଇଁ କଦାପି ଯୁଦ୍ଧ କରେ ନାହିଁ। ତେଣୁ ସେଥିପାଇଁ ମୁଁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦରୁ ଉସ୍ତଫା ଦେଉଛି । କିନ୍ତୁ କଂଗ୍ରେସରେ ସେବା ଜାରି ରଖିବି ।