ମୁମ୍ବାଇ: ମହାରାଷ୍ଟ୍ରର ୟବତମାଲରେ ମହାପଞ୍ଚାୟତ ରାଲି କରିବାକୁ ଚାଷୀ ନେତା ରାକେଶ ଟିକାୟତଙ୍କୁ ଅନୁମତି ମିଳିନାହିଁ । ଆଜି (ଶନିବାର) ଏହି ମହାପଞ୍ଚାୟତ ହେବାକୁ ଥିବାବେଳେ ଏନେଇ ଜିଲ୍ଲାପ୍ରଶାସନ ଅନୁମତି ଦେଇନଥିବା ସୂଚନା ମିଳିଛି ।
ପୂର୍ବରୁ ଏନେଇ କରାଯାଇଥିବା ଆବେଦନକୁ ପ୍ରଶାସନ ଖାରଜ କରିଥିବାବେଳେ ସଦ୍ୟ ଦିଆଯାଇଥିବା ଆବେଦନକୁ ମଧ୍ୟ ପ୍ରଶାସନ ଖାରଜ କରିଛି । କୋରୋନା ଭାଇରସକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।