ଓଡିଶା

odisha

ETV Bharat / bharat

Sharad Pawar On Congress Claim: ‘ମୁଁ ପରିବାରର ମୁଖିଆ, ଅଜିତକୁ ସାକ୍ଷାତ କରିବାରେ ଅସୁବିଧା ନାହିଁ’ - ଅଜିତ ପାୱାର

ଶରଦ ପାୱାର ଆହୁରି କହିଛନ୍ତି ଯେ ମୁଁ ମୋ ଦଳର ନେତା କର୍ମୀଙ୍କୁ ସାରା ରାଜ୍ୟ ବୁଲି ବୁଲି ସାକ୍ଷାତ କରୁଛି । ବହୁଲୋକ ମତେ ସାକ୍ଷାତ କରିବାକୁ ଆସୁଛନ୍ତି । ଅଜିତ ପାୱାରଙ୍କ ସହ ମଧ୍ୟ ମୋର ବୈଠକ ହୋଇଛି । ଏହାକୁ ମୁଁ ଅସ୍ବୀକାର କରୁନାହିଁ । ଅଧିକ

Sharad Pawar On Congress Claim
Sharad Pawar On Congress Claim

By

Published : Aug 16, 2023, 8:09 PM IST

ମୁମ୍ବାଇ: ପୁଣି ଥରେ ହଲଚଲ ମହାରାଷ୍ଟ୍ର ରାଜନୀତି । ମହାବିକାଶ ଅଘାଡି ଉପରେ ଘନେଇବାରେ ଲାଗିଛି ସଂକଟ । ଦାଦା-ପୁତୁରାଙ୍କ ମାୟା ଜାଲରେ ଅଣନିଶ୍ବାସୀ ଏମଭିଏ ନେତା । ତୁହାକୁ ତୁହା ବୈଠକ କରୁଛନ୍ତି ଶିବସେନା (ଉଦ୍ଧବ ଗୋଷ୍ଠୀ) ଓ କଂଗ୍ରେସ । କଣ ହେବ ମେଣ୍ଟର ସ୍ଥିତି ? ଆଗକୁ ସାଙ୍ଗରେ ରହିବେ ତ ପାୱାର ? ନା ଅଧାବାଟରେ ଛାଡିଦେବେ ମେଣ୍ଟର ସାଥ? ତମାମ ପ୍ରସଙ୍ଗ ଏବେ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଛି ।

କାରଣ ନିକଟରେ ଶରଦ ପାୱାରଙ୍କୁ ସାକ୍ଷାତ କରିଥିଲେ ପୁତୁରା ଅଜିତ ପାୱାର । ଦାଦା- ପୁତୁରାଙ୍କ ମଧ୍ୟରେ ହୋଇଥିଲା ରୁଦ୍ଧଦ୍ବାର ବୈଠକ । ବୈଠକରେ କଣ ଆଲୋଚନା ହେଲା, କେଉଁ ଉଦ୍ଦେଶ୍ୟରେ ଉଭୟ ଏକାଠି ହୋଇଥିଲା ତାହା ଅସ୍ପଷ୍ଟ ରହିଛି । ଏହା ବି ଚର୍ଚ୍ଚା ହେଉଥିଲା ଯେ ଅଜିତ ପାୱାର ସିଧା ସୁପ୍ରିୟା ସୁଲେ କିମ୍ବା ଶରଦ ପାୱାରଙ୍କୁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ । ଉଭୟଙ୍କ ବୈଠକକୁ ଦେଖି ମହାବିକାଶ ଅଘାଡି ନେତା ମାନେ ଚିନ୍ତାରେ ଥିବା ବେଳେ ଏନେଇ ଆଜି ମୁଁହ ଖୋଲିଛନ୍ତି ବରିଷ୍ଠ ରାଜନେତା ଶରଦ ପାୱାର । ଶରଦ କହିଛନ୍ତି, ‘‘ଅଜିତ ପାୱାରଙ୍କ ସହ ବୈଠକ ବେଳେ କୌଣସି ପ୍ରସ୍ତାବ କି ଅଫର ଉପରେ ଆଲୋଚନା ହୋଇନାହିଁ । ଅଜିତ ପାୱାର ଏଭଳି କୌଣସି ଆଲୋଚନା କରିନାହାଁନ୍ତି । ଯଦି କଂଗ୍ରେସ ନେତା ଏଭଳି କୌଣସି ବୟାନ ଦେଉଛନ୍ତି ତାହା ହେଲେ ମୋ ପାଖେ କୌଣସି ଖବର ନାହିଁ ।’’

ଏହାବି ପଢନ୍ତୁ- ଶରଦଙ୍କ ସହ ବୈଠକ ନେଇ ମୁହଁ ଖୋଲିଲେ ଅଜିତ୍, କହିଲେ ରାଜନୀତିର ରଙ୍ଗ ଦିଅନ୍ତୁନି

ଶରଦ ପାୱାର ଆହୁରି କହିଛନ୍ତି ମୁଁ ମୋ ଦଳର ନେତା କର୍ମୀଙ୍କୁ ସାରା ରାଜ୍ୟ ବୁଲି ବୁଲି ସାକ୍ଷାତ କରୁଛି । ବହୁଲୋକ ମତେ ସାକ୍ଷାତ କରିବାକୁ ଆସୁଛନ୍ତି । ଅଜିତ ପାୱାରଙ୍କ ସହ ମଧ୍ୟ ମୋର ବୈଠକ ହୋଇଛି । ଏହାକୁ ମୁଁ ଅସ୍ବୀକାର କରୁନାହିଁ । ଅଜିତ ପାୱାର ମୋ ପୁତୁରା । ତାକୁ ସାକ୍ଷାତ କରିବା କିଛି ଅସ୍ବାଭାବିକ ନୁହେଁ । ମୁଁ ପରିବାରର ମୁଖିଆ ହିସାବରେ ମତେ ସମସ୍ତେ ଦେଖା କରିପାରିବେ । ଏହାର ପ୍ରଭାବ ମହାବିକାଶ ଅଘାଡି ମେଣ୍ଟ ଉପରେ ପଡିବ ନାହିଁ । ଏହାକୁ ନେଇ କୌଣସି ଦ୍ବନ୍ଦ ରହିବା ଅନୁଚିତ । ମୁଁ ମୋ ଦଳର ସର୍ବୋଚ୍ଚ ନେତା । ଅଜିତ ପାୱର କିଏ ମତେ ଅଫର ଦେବାକୁ ।

ସେପଟେ ଅଜିତ ପାୱାର ମଧ୍ୟ କହିଛନ୍ତି, ‘‘ମୁଁ ଦାଦା ଶରଦ ପାୱାରଙ୍କୁ ସାକ୍ଷାତ କରିଛି । ସେ ଆମ ପରିବାରର ମୁଖିଆ । ତାଙ୍କୁ ସାକ୍ଷାତ କରିବାରେ ଅସୁବିଧା କେଉଁଠି ? ଏହାକୁ ନେଇ ପ୍ରସଙ୍ଗ କରାନଯାଉ । ମୁଁ ଶରଦ ପାୱାରଙ୍କ ପୁତୁରା ବୋଲି ଏତେ ବିନା କାରଣରେ କିଛି ଲୋକ ଭିନ୍ନ ଚର୍ଚ୍ଚା ସୃଷ୍ଟି କରୁଛନ୍ତି ।"

ଅନ୍ୟପଟେ ଶରଦଙ୍କ ଭିନ୍ନ ରୂପ ଦେଖି ଆଜି ଏମଭିଏମ ମେଣ୍ଟର ମଧ୍ୟ ବୈଠକ ବସିଛି । ବୈଠକକୁ ଶରଦ ପାୱାରଙ୍କୁ ନିମନ୍ତ୍ରଣ ହୋଇଥିଲେ ମଧ୍ୟ ଶରଦ ପାୱାର ମୁମ୍ବାଇରେ ନଥିବାରୁ ବୈଠକରେ ସାମିଲ ହୋଇନାହାଁନ୍ତି ।

ସୂଚନାଯୋଗ୍ୟଯେ ଗତ ଶନିବାର ଦିନ ପୁନେ ସ୍ଥିତ ଏକ ବ୍ୟବସାୟୀଙ୍କ ଘରେ ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହି ବୈଠକ ପରେ ହିଁ ଭିନ୍ନ ଭିନ୍ନ ଚର୍ଚ୍ଚା ଜାରି ରହିଛି । ଏହାସହ ମହାବିକାଶ ଅଘାଡି ମେଣ୍ଟରେ ମଧ୍ୟ ସଂକଟ ଦେଖାଦେଇଛି ।

ABOUT THE AUTHOR

...view details