ଓଡିଶା

odisha

ETV Bharat / bharat

No Money For Terror Conference: ଆସିବନି ପାକିସ୍ତାନ, ସାମିଲ ହେବେ 78ଦେଶ - ଆତଙ୍କବାଦ ପାଇଁ ଅର୍ଥ ନିଷେଧ

ଆସନ୍ତାକାଲି ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି No Money For Terror ସମ୍ମିଳନୀ । ସାମିଲ ହେବନି ପାକିସ୍ତାନ । 78 ଦେଶ ଅଂଶଗ୍ରହଣ କରି ଆତଙ୍କବାଦ ମୁକ୍ତ ବିଶ୍ବ ନେଇ କରିବେ ମାନସମନ୍ଥନ । ଅଧିକ ପଢନ୍ତୁ

No Money For Terror Conference
No Money For Terror Conference

By

Published : Nov 17, 2022, 7:45 PM IST

ନୂଆଦିଲ୍ଲୀ:ଆସନ୍ତାକାଲି ଠାରୁ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଦୁଇ ଦିନିିଆ 'No Money For Terror' ସମ୍ମିଳନୀ । ଏହି ବହୁପାକ୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀରେ ପାକିସ୍ତାନ ବ୍ୟତୀତ 78 ଦେଶର ପ୍ରତିନିଧି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ସମ୍ମିଳନୀ ଆସନ୍ତାକାଲି ଓ ପରଦିନ (18 ଓ 19 ତାରିଖ) ଦୁଇ ଦିନ ଧରି ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ମହାନିର୍ଦ୍ଦେଶକ ଦିନାକର ଗୁପ୍ତା (NIA DG Dinkar Gupta) ସୂଚନା ଦେଇଛନ୍ତି ।

ଆଜି ସାମ୍ବାଦିକ ସମ୍ମଳନୀକୁ ସମ୍ବୋଧିତ କରି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଦିନାକାର ଗୁପ୍ତା କହିଛନ୍ତି, ଏହି ଦୁଇ ଦିନିଆ ସମ୍ମିଳନୀରେ ପ୍ରାୟ 78ଦେଶ ଅଂଶଗ୍ରହଣ କରିବାକୁ ଯାଉଛନ୍ତି (No Money For Terror Conference in india)। ଏଥିରେ ପଡୋଶୀ ପାକିସ୍ତାନ ଅଂଶଗ୍ରହଣ କରିବନାହିଁ । ତେବେ ଚୀନକୁ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ କରାଯାଇଛି । ହେଲେ ଚୀନ ସାମିଲ ହେବା ନେଇ କୌଣସି ସୂଚନା ଦେଇନାହିଁ ।

ଗୁପ୍ତା କହିଛନ୍ତି, "ଏବେ ସୋସିଆଲ ମିଡିଆ ମାଧ୍ୟମରେ ଆତଙ୍କୀ ସଂଗଠନକୁ ଆର୍ଥିକ ସହଯୋଗ ମଧ୍ୟ ମିଳିବା ସହଜ ହେଲାଣି । ସେମାନେ ଏହି ପ୍ଲାଟଫର୍ମ ବ୍ୟବହାର କରି ଯୁବକଙ୍କୁ ଆତଙ୍କୀ ସଂଗଠନ ସହ ସାମିଲ ହେବାକୁ ପ୍ରଲୋଭିତ କିରବା ସହ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ମଧ୍ୟ ଯୋଗାଡ କରିବାରେ ଲାଗିଛନ୍ତି । ତେବେ ଆତଙ୍କବାଦକୁ ଦମନ କରିବାକୁ ହେଲେ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିବା ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଣ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡିବ । ଏହି ପ୍ରସଙ୍ଗ ଏହି ସମ୍ମିଳନୀରେ ମୁଖ୍ୟ ଆଲୋଚ୍ୟ ବିଷୟ ହେବ ।"

ତେବେ ଏହି ସମ୍ମିଳନୀରେ ପାକିସ୍ତାନ ଅଂଶଗ୍ରହଣ କରୁନଥିବା ସେ ସ୍ପଷ୍ଟ କରିଛନ୍ତି । ସେହିପରି ଚୀନକୁ ମଧ୍ୟ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଯାଇଛି । ପ୍ରାୟ 78 ଦେଶରୁ ପ୍ରତିନିଧି ଭାବେ 20ମନ୍ତ୍ରୀ ଓ ବିଭିନ୍ନ ଦେଶର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମୁଖ୍ୟ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବା ପାଇଁ ଦିଲ୍ଲୀ ଆସିବେ । ସେହିପରି ବର୍ତ୍ତମାନ ଦେଶରେ ଆତଙ୍କବାଦ ଓ ଉଗ୍ରବାଦୀ କାର୍ଯ୍ୟକଳାପ ବହୁସଂଖ୍ୟାରେ ହ୍ରାସ ପାଇଛି ସେଥିରେ ସନ୍ଦେହ ନାହଁ, ତଥାପି ଏହି ପ୍ରସଙ୍ଗକୁ ଆହୁରି ପ୍ରଭାବୀ ଭାବେ ମୁକାବିଲା କରିବାର ସମୟ ଆସିଛି ବୋଲି ଏନଆଇଏ ଡିଜି କହିଛନ୍ତି ।


ଆସନ୍ତାକାଲି (ଶୁକ୍ରବାର) ପ୍ରଥମ ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀକୁ ଉଦଘାଟିତ କରିବେ । ବର୍ତ୍ତମାନ ବିଶ୍ବରେ ଆତଙ୍କବାଦର କାୟା ବିସ୍ତାର ଓ ଏହାର ନିରାକରଣ ଦିଗରେ ସମସ୍ତ ସହଯୋଗୀ ରାଷ୍ଟ୍ରଙ୍କ ଠାରୁ ଭାରତ ସହଯୋଗ ଆଶା କରିବ । ସେହିପରି ଆତଙ୍କବାଦ ନିରୋଧୀ ମିଶନ ଓ ଆତଙ୍କୀ ପାଣ୍ଠି ଯୋଗାଡ ପରି ବର୍ତ୍ତମାନର ଆହ୍ବାନ ନେଇ ରାଷ୍ଟ୍ରସମୂହ ଆଲୋଚନା ମଧ୍ୟ କରିବେ । ଏହା ଏହି ବହୁପାକ୍ଷିକ ସମ୍ମିଳନୀର ତୃତୀୟ ସଂସ୍କରଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details