ଓଡିଶା

odisha

ETV Bharat / bharat

‘ମନ କୀ ବାତ ନୁହେଁ, ମଣିପୁର କି ବାତ ଶୁଣିବାକୁ ଚାହୁଁ’: କୁନି ପରିବେଶବିତ୍‌ଙ୍କ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

ମଣିପୁର ହିଂସା ପ୍ରସଙ୍ଗରେ ଭାଇରାଲ ହେଉଛି ମୈତେଇ ସମ୍ପ୍ରଦାୟର 11 ବର୍ଷୀୟା କୁନି ପରିବେଶବିତ ଟ୍ବିଟ୍‌ । କହିଲେ ‘ମନ କୀ ବାତ ନୁହେଁ, ମଣିପୁର କି ବାତ ଶୁଣିବାକୁ ଚାହୁଁ’ । ଅଧିକ ପଢନ୍ତୁ

‘ମନ କୀ ବାତ ନୁହେଁ, ମଣିପୁର କି ବାତ ଶୁଣିବାକୁ ଚାହୁଁ’: କୁନି ପରିବେଶବିତଙ୍କ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ
‘ମନ କୀ ବାତ ନୁହେଁ, ମଣିପୁର କି ବାତ ଶୁଣିବାକୁ ଚାହୁଁ’: କୁନି ପରିବେଶବିତଙ୍କ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

By

Published : Jul 30, 2023, 8:07 PM IST

ଇମ୍ଫାଲ:ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ପ୍ରାୟ 3 ମାସ ପୂର୍ବେ ଆରମ୍ଭ ହୋଇଥିବା ହିଂସା ପ୍ରଶମିତ ହେବାର ନାଁ ନେଉନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରୟାସ କରାଯାଉଥିବା କହୁଥିଲେ ସୁଦ୍ଧା ରାଜ୍ୟରେ ଯେ ହିଂସା ନିୟନ୍ତ୍ରଣରେ ନାହିଁ ତାହା ନିକଟ ଅତୀତର ଏକାଧିକ ଘଟଣାରୁ ସ୍ପଷ୍ଟ ହୋଇଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ବିରୋଧୀଙ୍କୁ ସମାଲୋଚନାର ବଡ଼ ଖୋରାକ ଯୋଗାଇଛି । ଆଜି ରେଡିଓ ସମ୍ବାଦ କାର୍ଯ୍ୟକ୍ରମ ‘ମନ କୀ ବାତ’ର 103ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଥିଲେ ସୁଦ୍ଧା ମଣିପୁର ପ୍ରସଙ୍ଗରେ କିଛି କହିନଥିଲେ ।

ତେବେ ନିଜ ରାଜ୍ୟରେ ଜାରି ରହିଥିବା ହିଂସା ପ୍ରସଙ୍ଗରେ ମୈତେଇ ଜନଜାତିର ଜଣେ 11 ବର୍ଷୀୟା ପରିବେଶ କାର୍ଯ୍ୟକର୍ତ୍ତା ଲିସିପ୍ରିଆ କାଙ୍ଗୁଜାମ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆମେ ‘ମନ କୀ ବାତ ନୁହେଁ ମଣିପୁର କୀ ବାତ ଶୁଣିବାକୁ ଚାହୁଁ’ ବୋଲି କହିଛନ୍ତି ଏହି ଯୁବ ପରିବେଶବିତ । ଉତ୍ତର ପୂର୍ବର ଏହି ଜଣାଶୁଣା ଛାତ୍ରୀ ପରିବେଶବିତ ଲିସିପ୍ରିଆ ଏକାଧିକ ଟ୍ବିଟରେ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ କରି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଲେଖିଛନ୍ତି, ‘‘ଏବେ ଆମେ ମରୁଛୁ । ମନ କୀ ବାତ ନୁହେଁ ବରଂ ମଣିପୁର କୀ ବାତ’ ଶୁଣିବାକୁ ଚାହୁଁଛୁ ।

ଏହା ମଧ୍ୟ ପଢନ୍ତୁ:-Manipur violence: ରାଜ୍ୟପାଳଙ୍କୁ ‘ଇଣ୍ଡିଆ’ ପ୍ରତିନିଧି ଟିମ୍‌ର ସ୍ମାରକପତ୍ର, ମୋଦିଙ୍କ ନୀରବତାକୁ ସମାଲୋଚନା

ଅନ୍ୟ ଏକ ଟ୍ବିଟରେ ସେ ସୋସିଆଲ ମିଡିଆରେ ଦୁଇ ଯୁବତୀଙ୍କ ଭିଡିଓ ଭାଇରାଲ ହେବା ପରେ ରାଜଧାନୀ ଇମ୍ଫାଲରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଥିଲେ । ମଣିପୁରରେ ଶାନ୍ତି ଓ ସ୍ଥିରତା ଫେରାଇବା ପାଇଁ ସରକାର ପ୍ରୟାସ କରନ୍ତୁ ବୋଲି କହିଥିଲେ । ଏବେ ଏକାଧିକ ରାଜନୈତିକ ଦଳର ପ୍ରତିନିଧି ମଣିପୁର ଗସ୍ତ କରିବାରେ ଲାଗିଛନ୍ତି । ସେଠାରେ ସେ ହିଂସା ପ୍ରଭାବିତଙ୍କ ସହ ଆଲୋଚନା କରୁଛନ୍ତି । ହେଲେ ଏହି ଗସ୍ତ ପ୍ରଭାବଶୂନ୍ୟ ବୋଲି ଟ୍ବିଟ୍‌ କରିଛନ୍ତି ଲିସିପ୍ରିୟା । ରାଜନେତାମାନେ କେବଳ ରିଲିଫ କ୍ୟାମ୍ପ ଗସ୍ତ କରି ହିଂସା ପ୍ରଭାବିତଙ୍କ ସହ ଫଟୋ ଓ ଭିଡିଓ ନେଉଛନ୍ତି । ସେଗୁଡିକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ହେଲେ ମଣିପୁରରେ ହିଂସାରେ ସୁଧାର ଆସିପାରୁନାହିଁ ବୋଲି ସେ କହିଛନ୍ତି । ଗତ ମେ’ ମାସରୁ ଆରମ୍ଭ ହୋଇଥିବା ହିଂସାରେ ଏବେ ସୁଦ୍ଧା ପ୍ରାୟ 160 ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details